ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

ଜିଇଏମ ପୋର୍ଟାଲରେ “ଦ ସରସ କଲେକ୍ସନ”ର ଶୁଭାରମ୍ଭ କଲେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର

• ସରସରେ ପ୍ରଦର୍ଶିତ ହେବ ଗ୍ରାମୀଣ ଏସଏଚଜି ଦ୍ଵାରା ପ୍ରସ୍ତୁତ ନିତ୍ୟବ୍ୟବହାର୍ଯ୍ୟ ଉତ୍ପାଦ
• ଗ୍ରାମୀଣ ଏସଏଚଜିଗୁଡ଼ିକୁ ସରକାରୀ କ୍ରେତାଙ୍କ ନିକଟତର କରାଇବା ଲାଗି ବଜାର ଉପଲବ୍ଧ ହେବ
• ପ୍ରଥମ ପର୍ଯ୍ୟାୟରେ 11ଟି ରାଜ୍ୟର 913ଟି ଏସଏଚଜି ପଞ୍ଜିକୃତ ଓ 442 ଉତ୍ପାଦ ପ୍ରଦର୍ଶିତ

Posted On: 04 MAY 2020 2:57PM by PIB Bhubaneshwar

କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ତଥା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଆଜି ନୂଆଦିଲ୍ଲୀସ୍ଥିତ କୃଷି ଭବନ ଠାରେ ସରକାରୀ ଇ-ମାର୍କେଟ ପ୍ଲେସ (ଜିଇଏମ) ପ୍ଲାଟଫର୍ମରେ “ଦ ସରସ କଲେକ୍ସନ”ର ଶୁଭାରମ୍ଭ କରିଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନ ଜିଇଏମ ଏବଂ ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡେ-ଏନଆରଏଲଏମ) ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିନବ ଯୋଜନାରେ ଗ୍ରାମୀର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକ ପ୍ରଦର୍ଶିତ କରାଯିବ। ଯାହାଫଳରେ ଏହି ଉତ୍ପାଦ କ୍ରୟ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରୀ କ୍ରେତା ଉପଲବ୍ଧ ହୋଇପାରିବେ ଏହି ଯୋଜନାରେ ଏସଏଚଜି ବିକ୍ରେତାମାନଙ୍କୁ 5ଟି ବର୍ଗରେ ସେମାନଙ୍କର ଉତ୍ପାଦ ବିକ୍ରି ସୁବିଧା ମିଳିବ : ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନ, ଅଫିସ ସରଞ୍ଜାମ, ତେଜରାତି ଓ ରୋଷେଇ ସାମଗ୍ରୀ, ବ୍ୟକ୍ତିଗତ ଯତ୍ନ ଓ ସ୍ଵଚ୍ଛତା। ପ୍ରଥମ ପର୍ଯ୍ୟାୟରେ 11ଟି ରାଜ୍ୟର 913ଟି ଏସଏଚଜି ବିକ୍ରେତା ଭାବେ ଏହି ବ୍ୟବସ୍ଥାରେ ପଞ୍ଜୀକରଣ କରିସାରିଲେଣି। ସେମାନଙ୍କର 442ଟି ଉତ୍ପାଦ ପ୍ରଦର୍ଶିତ ମଧ୍ୟ ହୋଇସାରିଛି ସାରା ଦେଶରେ ଥିବା ଏସଏଚଜିଙ୍କୁ ଏଥିରେ ସାମିଲ କରିବା ଲାଗି ଏକ ବ୍ୟାପକ ପ୍ରଦର୍ଶନୀ ମଡେଲ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏନଆରଏଲଏମ ସହିତ ମିଶି ଜିଇଏମ ଏକ ଏପିଆଇ ଆଧାରିତ ସମନ୍ବିତ ବ୍ୟବସ୍ଥା ବିକଶିତ କରାଯାଇଛି

ଜାତୀୟ, ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ବ୍ୟବହାରକାରୀଙ୍କ ନିମନ୍ତେ ଜିଇଏମ ପକ୍ଷରୁ ଏକ ଡ୍ୟାଶବୋର୍ଡ ସୁବିଧା କରାଯିବ। ଏହା ଜରିଆରେ ସେମାନେ ବାସ୍ତବିକ ସମୟରେ ଏସଏଚଜିଗୁଡ଼ିକ ଦ୍ଵାରା ଅପଲୋଡ ହୋଇଥିବା ଉତ୍ପାଦ ସମ୍ପର୍କରେ ସୂଚନା, ଗ୍ରହଣ କରାଯାଇଥିବା ଓ ପୂରଣ କରାଯାଇଥିବା ଅର୍ଡର ମୂଲ୍ୟ ଓ ପରିମାଣ ପାଇବାକୁ ସମର୍ଥ ହେବେ ଏହାବ୍ୟତୀତ, ସିଷ୍ଟମ ଜେନେରେଟଡ ବାର୍ତ୍ତା/ସୂଚନା ଜରିଆରେ ସରକାରୀ କ୍ରେତାମାନଙ୍କୁ ଅବଗତ କରାଯିବ। ସମ୍ଭାବ୍ୟ କ୍ରେତାମାନେ ଧାର୍ଯ୍ୟ କ୍ରୟ ବ୍ୟବସ୍ଥା ମାଧ୍ୟମରେ ଏଭଳି ଉତ୍ପାଦଗୁଡ଼ିକୁ ଖୋଜିପାରିବେ, ଦେଖିପାରିବେ, ତାଲିକା ପ୍ରସ୍ତୁତ କରିପାରିବେ ଓ କିଣିପାରିବେ।

 

************

 



(Release ID: 1621014) Visitor Counter : 164