ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ମଧ୍ୟ ପ୍ରଦେଶରେ କୋଭିଡ-19 ପରିଚାଳନା ନେଇ ପ୍ରସ୍ତୁତି ଓ ପଦକ୍ଷେପର ସମୀକ୍ଷା କଲେ ଡଃ ହର୍ଷ ବର୍ଦ୍ଧନ

• ରାଜ୍ୟକୁ ସମସ୍ତ କେନ୍ଦ୍ରୀୟ ସହାୟତା ଯୋଗାଇଦେବା ଲାଗି ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଆଶ୍ଵାସନା
• ଅଣସଂକ୍ରମିତ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ

Posted On: 04 MAY 2020 5:26PM by PIB Bhubaneshwar

କୋଭିଡ-19 ମହାମାରୀର ସଫଳ ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହ ମିଶି କେନ୍ଦ୍ର ସରକାର ଅନେକଗୁଡିଏ ପଦକ୍ଷେପ ଗ୍ରହଣ କରୁଛନ୍ତି ଏହାକୁ ଉଚ୍ଚସ୍ତରୀୟ ବୈଠକରେ ନିରନ୍ତର ସମୀକ୍ଷା କରାଯାଉଛି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ, ରାଷ୍ଟ୍ରମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ କୋଭିଡ-19 ମହାମାରୀର ପରିଚାଳନା ଓ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ । ମଧ୍ୟପ୍ରଦେଶ ସରକାରଙ୍କ ସ୍ଵାସ୍ଥ୍ୟମନ୍ତ୍ରୀ ଶ୍ରୀ ନରୋତ୍ତମ ମିଶ୍ର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

ମଧ୍ୟପ୍ରଦେଶର କିଛି ଜିଲ୍ଲାରେ ସଂକ୍ରମଣ ହାର ଜାତୀୟ ହାରଠାରୁ ଅଧିକ ରହିଛି । ଏନେଇ ଡଃ ହର୍ଷ ବର୍ଦ୍ଧନ ଉଦବେଗ ପ୍ରକାଶ କରିଥିଲେ । ତ୍ଵରିତ ନିଦାନ, ସକ୍ରିୟ ସର୍ଭେଲାନ୍ସ ବ୍ୟବସ୍ଥା ଏବଂ ସଠିକ ପଦକ୍ଷେପ ଉପରେ ଗୁରୁତ୍ଵ ଦେଇ ରାଜ୍ୟ ସରକାର କୋଭିଡ-19 ଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ଲାଗି ସ୍ଵାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ନୂଆ ପଜିଟିଭ ସଂଖ୍ୟାକୁ କମାଇବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକାକୁ ଅନୁସରଣ କରିବା ଲାଗି ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । କୋଭିଡ-19 ମୁକାବିଲା ଲାଗି ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରିଆରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବା ଲାଗି ଡଃ ହର୍ଷ ବର୍ଦ୍ଧନ ପ୍ରତିଶୃତି ଦେଇଥିଲେ ।

ଉଭୟ ସାର୍ଥକ ଏବଂ ଆରୋଗ୍ୟ ସେତୁ ଆପ୍ଲିକେସନର ସଫଳ ପ୍ରୟୋଗ କରିଥିବାରୁ ଇନ୍ଦୋର ପ୍ରଶାସନକୁ ସେ ପ୍ରଶଂସା କରିଥିଲେ । ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ପ୍ରୀତି ସୁଦାନ, ଓଏସଡି ରାଜେଶ ଭୂଷଣ, ସ୍ଵତନ୍ତ୍ର ସଚିବ ସଞ୍ଜିବା କୁମାର, ମଧ୍ୟପ୍ରଦେଶ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ, ଏମ୍ସ ଭୋପାଲର ନିର୍ଦ୍ଦେଶକ ଏବଂ ସମସ୍ତ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

 

**********



(Release ID: 1620976) Visitor Counter : 201