ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ
ଲଘୁ ବନ୍ୟଜାତ ଉତ୍ପାଦ ସଂଗ୍ରହକୁ ତ୍ଵରାନ୍ୱିତ କରିବା ଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
• ରାଜ୍ୟଗୁଡ଼ିକର ପଦକ୍ଷେପ ସଂକ୍ରାନ୍ତରେ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଟ୍ରାଇଫେଡ ପକ୍ଷରୁ ଅନଲାଇନ ନିରୀକ୍ଷଣ ଡାଶବୋର୍ଡ ପ୍ରତିଷ୍ଠା
प्रविष्टि तिथि:
03 MAY 2020 4:23PM by PIB Bhubaneshwar
ଲଘୁ ବନ୍ୟଜାତ ଦ୍ରବ୍ୟ (ଏମଏଫପି) ସଂଗ୍ରହ ବୃଦ୍ଧି କରିବା ଲାଗି ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ବିଶେଷ କରି କୋଭିଡ-19 କାରଣରୁ ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା ନିମନ୍ତେ ଜନଜାତି ବର୍ଗଙ୍କୁ ସହାୟତା କରିବା ତଥା ଏମଏଫପି ସଂଗ୍ରହ ଲାଗି ବର୍ତ୍ତମାନ ଉପଯୁକ୍ତ ସମୟ ଥିବାରୁ ଏହି ପଦକ୍ଷେପ ଗ୍ରହଣ ନିମନ୍ତେ କୁହାଯାଇଛି।
ଇତିମଧ୍ୟରେ 10ଟି ରାଜ୍ୟରେ ଲଘୁ ବନ୍ୟଜାତ ଉତ୍ପାଦ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। 2020-21 ଆର୍ଥିକ ବର୍ଷ ଲାଗି ବର୍ତ୍ତମାନସୁଦ୍ଧା 20.30 କୋଟି ଟଙ୍କାର ଏମଏଫପି ସଂଗ୍ରହ କରାଯାଇସାରିଲାଣି। କୋଭିଡ-19 ମହାମାରୀ କାରଣରୁ ସୃଷ୍ଟି ହୋଇଥିବା କଷ୍ଟକର ସମୟକୁ ଆଖି ଆଗରେ ରଖି ମେ ପହିଲା, 2020ରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୪୯ଟି ଉତ୍ପାଦ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଫଳରେ ସମ୍ପୂର୍ଣ୍ଣ ଏମଏଫପି ସଂଗ୍ରହ ପ୍ରକ୍ରିୟା ତ୍ଵରାନ୍ୱିତ ହେବ ବୋଲି ଆଶା କରାଯାଉଛି।
ରାଜ୍ୟସ୍ତରରେ ଏମଏଫପି କ୍ରୟ ପ୍ରକ୍ରିୟାର ରିପୋର୍ଟିଂ ନିମନ୍ତେ ଏକ ଅନଲାଇନ ଅନୁଧ୍ୟାନ ଡାଶବୋର୍ଡ ବିକଶିତ କରାଯାଇଛି। ଏହାକୁ ବନ ଧନ ମୋନିତ ଡାଶବୋର୍ଡ ନାମ ଦିଆଯାଇଛି, ଯାହାକି “ଟ୍ରାଇଫେଡର ଇ-ସମ୍ପର୍କ ସେତୁ”ର ଅଂଶବିଶେଷ। ପ୍ରତ୍ୟେକ ପଞ୍ଚାୟତ ଓ ବନ ଧନ କେନ୍ଦ୍ରକୁ ସୂଚନା ପଠାଇବା ଏବଂ ଗ୍ରହଣ କରିବା ଲାଗି ଏହା ଉପଯୋଗ ହେବ। ଇମେଲ କିମ୍ବା ମୋବାଇଲରେ ସୂଚନା ପଠାଇ ହେବ। ଏଥିରେ 10 ଲକ୍ଷ ଗ୍ରାମ, ଜିଲ୍ଲା ଓ ରାଜ୍ୟସ୍ତରୀୟ ସହଯୋଗୀ, ଏଜେନ୍ସି ଓ ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଂଯୁକ୍ତ କରିବା ଲାଗି ଟ୍ରାଇଫେଡ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟସ୍ତରୀୟ ଯୋଜନା କାର୍ଯ୍ୟାନ୍ବୟନ ସଂସ୍ଥାଗୁଡ଼ିକ ସେମାନଙ୍କ ରାଜ୍ୟରେ କାର୍ଯ୍ୟର ପ୍ରଗତି ସମ୍ପର୍କରେ ଡାଶବୋର୍ଡକୁ ଅପଡେଟ କରିବା ଆରମ୍ଭ କରିଦେଲେଣି।
ହାଟ ବଜାରରୁ ଏମଏଫପି ସଂଗ୍ରହ ନିମନ୍ତେ ରାଜ୍ୟଗୁଡ଼ିକ ବନ ଧନ କେନ୍ଦ୍ରଗୁଡ଼ିକୁ ସେମାନଙ୍କ ପ୍ରମୁଖ କ୍ରୟ ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ବନଧନ କାର୍ଯ୍ୟକ୍ରମ ଅଧୀନରେ ବନଧନ କେନ୍ଦ୍ରଗୁଡ଼ଇକ ପ୍ରାୟ 1.11 କୋଟି ଟଙ୍କା ମୂଲ୍ୟର 31.35 ମେଟ୍ରିକ ଟନ ଏମଏଫପି କ୍ରୟ କରିସାରିଛନ୍ତି। 21ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ପ୍ରଦେଶରେ 1126ଟି ମଞ୍ଜୁରିପ୍ରାପ୍ତ ବନଧନ ବିକ୍ରୟ କେନ୍ଦ୍ର ରହିଛି । ଏଥିରେ ଉଦ୍ୟୋଗୀ ଭାବେ 3.6 ଲକ୍ଷ ଜନଜାତି ହିତାଧିକାରୀମାନଙ୍କୁ ଯୋଡ଼ାଯାଇଛି। 22ଟି ରାଜ୍ୟରେ ଥିବା ବନ ଧନ କେନ୍ଦ୍ର ଜରିଆରେ 1.1 କୋଟି ଜନଜାତି ପରିବାର ଉପକୃତ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।
**********
(रिलीज़ आईडी: 1620740)
आगंतुक पटल : 329
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Tamil
,
Telugu
,
Kannada
,
Malayalam