ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଆହୁରି ଦୁଇ ସପ୍ତାହ ପାଇଁ ବଢ଼ିଲା ଲକଡାଉନ : ମେ 4, 2020ରୁ ଲାଗୁ

• ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି

Posted On: 01 MAY 2020 6:33PM by PIB Bhubaneshwar

ଲକଡାଉନ ପଦକ୍ଷେପ କାରଣରୁ ଦେଶରେ କୋଭିଡ-19 ସଂକ୍ରମଣ ମୁକାବିଲା କ୍ଷେତ୍ରରେ ବିଶେଷ ଲାଭ ହୋଇଛି, ଏହାକୁ ଦୃଷ୍ଟିରେ ରଖିବା ସହିତ ପରିସ୍ଥିତିର ବିସ୍ତୃତ ସମୀକ୍ଷା କରିବା ପରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ଆଇନ, 2005 ଅନୁଯାୟୀ ଆଜି ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ନୂଆ ଲକଡାଉନ ମେ 4, 2020ରୁ ଲାଗୁ ହେବ ଏହି ଅବଧି ମଧ୍ୟରେ ବିଭିନ୍ନ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୂ ନୂଆ ଗାଇଡଲାଇନ ଜାରି କରାଯାଇଛି ରେଡ, ଗ୍ରୀନ ଅରେଞ୍ଜ ଜୋନରେ ବିଭକ୍ତ କରାଯାଇଥିବା ଦେଶର ବିଭିନ୍ନ ଜିଲ୍ଲା ପାଇଁ ଏହି ନିୟନ୍ତ୍ରଣ ବ୍ୟବସ୍ଥା ଭିନ୍ନ ଭିନ୍ନ ଭାବେ ଲାଗୁ ହେବ ଗ୍ରୀନ ଅରେଞ୍ଜ ଜୋନରେ ଆସୁଥିବା ଜିଲ୍ଲାଗୁଡ଼ିକରେ ଗାଇଡଲାଇନକୁ ସାମାନ୍ୟ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି

ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ପତ୍ରରେ ବିଭିନ୍ନ ଜିଲ୍ଲାଗୁଡ଼ିକୁ ରେଡ, ଗ୍ରୀନ ଅରେଞ୍ଜ ଜୋନରେ ଚିହ୍ନଟ କରିବାର ନିୟମ ଉଲ୍ଲେଖ କରାଯାଇଥିଲା ଯେଉଁ ଜିଲ୍ଲାରେ ଆଦୌ ସଂକ୍ରମିତ ନାହାନ୍ତି କିମ୍ବା ଗତ 21 ଦିନ ମଧ୍ୟରେ ଜଣେ ହେଲେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ ସେହି ଜିଲ୍ଲାକୁ ଗ୍ରୀନ ଜୋନ ଭାବେ ଘୋଷଣା କରାଯିବ ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା, ସଂକ୍ରମଣ ମାମଲା ଦ୍ଵିଗୁଣିତ ହେବାର ହାର, ଜିଲ୍ଲାଗୁଡ଼ିକରୁ ମିଳୁଥିବା ପରୀକ୍ଷଣ ଏବଂ ନିରୀକ୍ଷଣ ରିପୋର୍ଟ ଆଧାରରେ କୌଣସି ଜିଲ୍ଲାକୁ ରେଡ ଜୋନ ଭାବେ ଘୋଷଣା କରାଯିବ ସେହିପରି ରେଡ କିମ୍ବା ଗ୍ରୀନ ଜୋନ ଭାବେ ଘୋଷିତ ହୋଇନଥିବା ଜିଲ୍ଲା ଅରେଞ୍ଜ ଜୋନ ଭାବେ ଘୋଷିତ ହେବ ଜିଲ୍ଲାଗୁଡ଼ିକୁ ରେଡ, ଗ୍ରୀନ, ଅରେଞ୍ଜ ଜୋନରେ ବର୍ଗୀକରଣ କରାଯିବା ସଂକ୍ରାନ୍ତରେ କେନ୍ଦ୍ର ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ୟେକ ସପ୍ତାହରେ କିମ୍ବା ଆଗୁଆ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସୂଚୀତ କରାଯିବ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଚାହିଁଲେ ରେଡ ଅରେଞ୍ଜ ଜୋନରେ ଅତିରିକ୍ତ ଜିଲ୍ଲା ଯୋଡ଼ିପାରିବେ କିନ୍ତୁ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରେଡ ଅରେଞ୍ଜ ଜୋନରେ ବର୍ଗୀକୃତ ହୋଇଥିବା କୌଣସି ଜିଲ୍ଲାକୁ ପରିବର୍ତ୍ତନ କରିପାରିବେ ନାହିଁ

ନିର୍ଦ୍ଦିଷ୍ଟ ଜୋନ ଭାବେ ଘୋଷିତ ଗୋଟିଏ ଜିଲ୍ଲାରେ ଗୋଟିଏ କିମ୍ବା ଅଧିକ ମହାନଗର ନିଗମ ସାମିଲ ରହୁଛି ଏହା ଦେଖାଦେଇଛି ଯେ ମହାନଗର ନିଗମ ଅଞ୍ଚଳରେ ଅଧିକ ଜନସଂଖ୍ୟା ଏବଂ ଭିନ୍ନ ଭିନ୍ନ ସଂଖ୍ୟକ ଲୋକ ରହୁଥିବାରୁ ଏହି ଅଞ୍ଚଳର ପରିସୀମାରେ ସମ୍ପୃକ୍ତ ଜିଲ୍ଲାର ଅନ୍ୟ ଭାଗ ଅପେକ୍ଷା ଅଧିକ କୋଭିଡ-19 ସଂକ୍ରମିତଙ୍କୁ ଠାବ କରାଯାଉଛି ତେଣୁ ନୂଆ ଗାଇଡଲାଇନରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଏପରି ଜିଲ୍ଲାଗୁଡ଼ିକୁ ଦୁଇଟି ଜୋନରେ ବିଭକ୍ତ କରାଯିବ ଗୋଟିଏ ଜୋନରେ ମହାନଗର ନିଗମ କ୍ଷେତ୍ର ରହିବ ରହିବ ଏବଂ ଅନ୍ୟ ଜୋନରେ  ମହାନଗର ନିଗମ ବାହାରେ ଥିବା ଜିଲ୍ଲାର ଅନ୍ୟ ଭାଗ ସାମିଲ ରହିବ ଯଦି ମହାନଗର କ୍ଷେତ୍ରରେ ଗତ 21 ଦିନ ମଧ୍ୟରେ ଗୋଟିଏ ହେଲେ ସଂକ୍ରମିତ ମାମଲା ଚିହ୍ନଟ କରାଯାଉନାହିଁ ତାହେଲେ ସମ୍ପୃକ୍ତ ଜିଲ୍ଲାର ରେଡ ଅରେଞ୍ଜ ବର୍ଗୀକରଣରୁ ଏହି ଅଞ୍ଚଳକୁ ଗୋଟିଏ ସୋପାନ ତଳ ବର୍ଗରେ ବର୍ଗୀକୃତ କରିବାକୁ ଅନୁମତି ଦିଆଯିବ ଯଦି ଉକ୍ତ ଜିଲ୍ଲାଟି ରେଡ ଜୋନରେ ଆସୁଥାଏ ତା’ହେଲେ ସମ୍ପୃକ୍ତ ମହାନଗର ନିଗମ ଅଞ୍ଚଳକୁ ଅରେଞ୍ଜ ଜୋନରେ ବିଭକ୍ତ କରାଯିବ ଏହି ବର୍ଗୀକରଣ ଫଳରେ ଜିଲ୍ଲାର ସେହି ଅଞ୍ଚଳରେ ଅଥିକ ଅର୍ଥନୈତିକ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ହୋଇପାରିବ ତେବେ କୋଭିଡ-19 ସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ସତର୍କତା ଅବଲମ୍ବନ କରାଯିବ ତେବେ କେବଳ ମହାନଗର ନିଗମ କ୍ଷେତ୍ର ଥିବା ଜିଲ୍ଲାଗୁଡ଼ିକୁ ଏଭଳି ସୁବିଧା ପ୍ରଦାନ କରାଯିବ

କୋଭିଡ-19 ସଂକ୍ରମଣକୁ ଆଖି ଆଗରେ ରଖି ଦେଶର ସବୁଠୁ ସମ୍ବେଦନଶୀଳ କ୍ଷେତ୍ର ଏବଂ ରେଡ ଅରେଞ୍ଜ ଜୋନରେ ଆସୁଥିବା ଅଞ୍ଚଳକୁ ଅବରୋଧ ଅଞ୍ଚଳ ଭାବେ ମାନ୍ୟତା ଦିଆଯିବ ଏହା ହେଉଛି ସେହିସବୁ ଅଞ୍ଚଳ ଯେଉଁଠି ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି ମୋଟ ସକ୍ରିୟ ସଂକ୍ରମଣ ମାମଲା, ସେଗୁଡ଼ିକର ଭୌଗଳିକ କ୍ଷେତ୍ରକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯିବ କଟକଣାକୁ କଡ଼ାକଡ଼ି ଲାଗୁ କରିବା ଉଦ୍ଦେଶ୍ୟରେ ଏହି ଅଞ୍ଚଳକୁ ସ୍ପଷ୍ଟ ଭାବେ ଚିହ୍ନଟ କରାଯିବ ଏହି ଅବରୋଧ ଅଞ୍ଚଳର ସମସ୍ତ ବାସିନ୍ଦା ଆରୋଗ୍ୟ ସେତୁ ଆପ ଯେପରି ଶହେ ପ୍ରତିଶତ ଡାଉନଲୋଡ କରନ୍ତି ତାହା ସ୍ଥାନୀୟ ପ୍ରଶାସନ ସୁନିଶ୍ଚିତ କରିବେ ଅବରୋଧ ଅଞ୍ଚଳରେ ତ୍ବରିତ ନିରୀକ୍ଷଣ ନିୟମ, ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା, ଘରକୁ ଘର ବୁଲି ନିରୀକ୍ଷଣ କରିବା, ବିପଦକୁ ଦେଖି ଲୋକମାନଙ୍କୁ ଘରୋଇ ସରକାରୀ ସଙ୍ଗରୋଧରେ ରଖିବା ତଥା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ଏସବୁ ଅଞ୍ଚଳର ପରିସୀମାରେ କଠୋର କଟକଣା ସୁନିଶ୍ଚିତ କରାଯିବ, ଯାହାଫଳରେ ଏସବୁ ଅଞ୍ଚଳରେ କେହି ଲୋକ ଯାତାୟାତ କରିପାରିବେ ନାହିଁ କେବଳ ଡାକ୍ତରୀ ସେବା, ଜରୁରି ସାମଗ୍ରୀ ସେବା ଯୋଗାଣ ଜାରି ରହିବ ଅବରୋଧ ଅଞ୍ଚଳରେ ଅନ୍ୟ କୌଣସି କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ

ନୂଆ ଗାଇଡଲାଇନ ଅନୁଯାୟୀ, ବିଭିନ୍ନ ଜୋନରେ ଲାଗୁ କଟକଣା ବ୍ୟତୀତ ସାରା ଦେଶରେ ସୀମିତ ସଂଖ୍ୟକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ବିମାନ, ରେଳ, ମେଟ୍ରା ରେଳ ଚଳାଚଳ ଆନ୍ତଃରାଜ୍ୟ ସଡ଼କ ପରିବହନ ସେବା ବନ୍ଦ ରହିବ ସେହିପରି ସ୍କୁଲ, କଲେଜ ଅନ୍ୟ ଶିକ୍ଷା ପ୍ରଶିକ୍ଷଣ/କୋଚିଂ ସଂସ୍ଥାନ, ଆତିଥେୟ ସେବା, ହୋଟେଲ ରେସ୍ତୋରାଁ, ଜନସମାବେଶ ହେଉଥିବା ସ୍ଥାନ ଯେପରିକି ସିନେମା ହଲ, ମଲ, ଜିମ୍ନାସିୟମ, କ୍ରୀଡ଼ା ପରିସର, ସାମାଜିକ, ରାଜନୈତିକ, ସାଂସ୍କୃତିକ ଏବଂ ଅନ୍ୟ ସମାବେଶ ଆୟୋଜନକୁ ପୂର୍ବଭଳି ନିଷିଦ୍ଧ କରାଯାଇଛି ତେବେ କେବଳ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଏବଂ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁମତିପ୍ରାପ୍ତ ଉଦ୍ଦେଶ୍ୟ ନିମନ୍ତେ ବିମାନ, ରେଳ ସଡ଼କ ଯୋଗେ କିଛି ଲୋକଙ୍କ ଯାତାୟାତକୁ ଅନୁମତି ମିଳିବ

ଲୋକମାନଙ୍କ ସୁରକ୍ଷା ନିରାପତ୍ତାକୁ ଆଖି ଆଗରେ ରଖି ନୂଆ ଗାଇଡଲାଇନରେ କେତେକ ପଦକ୍ଷେପ ପାଇଁ ସୁପାରିସ କରାଯାଇଛି ତେଣୁ, ସମସ୍ତ ଅଣଅତ୍ୟାବଶ୍ୟକ କାର୍ଯ୍ୟକଳାପ ନିମନ୍ତେ ଲୋକମାନଙ୍କ ଯାତାୟାତ ଉପରେ ସକାଳ 7ଟା ଠାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ କଟକଣା ଲାଗୁ ହେବ ଆବଶ୍ୟକ କ୍ଷେତ୍ରରେ ସିଆରପିସିର ଧାରା 144 ଅଧୀନରେ କର୍ଫ୍ୟୁ ଭଳି ନିଷିଦ୍ଧାଦେଶ ଜାରି କରି ସ୍ଥାନୀୟ ପ୍ରଶାସନ କଠୋର କଟକଣା ଲାଗୁ କରିପାରିବେ ସମସ୍ତ ଅଞ୍ଚଳରେ 65 ବର୍ଷ ବୟସରୁ ଅଧିକ ଲୋକ, ରୋଗାକ୍ରାନ୍ତ, ଗର୍ଭବତୀ, 10 ବର୍ଷରୁ କମ ବୟସର ଶିଶୁ ଘରେ ରହିବା ଉଚିତ କେବଳ ଚିକିତ୍ସା ଏବଂ ଅନ୍ୟ ଜରୁରି ଆବଶ୍ୟକତା ପାଇଁ ସେମାନେ ବାହାରକୁ ବାହାରିପାରିବେ ସାମାଜିକ ଦୂରତା ନିୟମ ଏବଂ ଅନ୍ୟ ସତର୍କତାମୂଳକ ପଦକ୍ଷେପ ସହିତ ରେଡ, ଅରେଞ୍ଜ ଗ୍ରୀନ ଜୋନରେ ଡାକ୍ତରଖାନାର ବହିର୍ବିଭାଗ ମେଡ଼ିକାଲ କ୍ଲିନିକ ଖୋଲା ରହିପାରିବ ତେବେ କଣ୍ଟେନମେଣ୍ଟ ଜୋନ ବା ଅବରୋଧ ଅଞ୍ଚଳରେ ଏଥିପାଇଁ ଅନୁମତି ମିଳିବ ନାହିଁ

ଦେଶବ୍ୟାପୀ ଜାରି ହୋଇଥିବା କଟକଣା ବ୍ୟତୀତ ଅବରୋଧ ଅଞ୍ଚଳ ବାହାରେ ଥିବା ରେଡ ଜୋନରେ କେତେକ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ ହୋଇଛି ଏହି ଅଞ୍ଚଳରେ ସାଇକେଲ ରିକ୍ସା ଅଟୋ ରିକ୍ସା, ଟାକ୍ସି କ୍ୟାବ ଚାଲିପାରିବ ନାହିଁ ଆନ୍ତଃଜିଲ୍ଲା ଜିଲ୍ଲା ମଧ୍ୟରେ ବସ ଚାଲିପାରିବ ନାହିଁ ସେଲୁନ, ସ୍ପା ଆଦି ବନ୍ଦ ରହିବ

କଟକଣା ସହିତ ରେଡ ଜୋନରେ ଆହୁରି କେତେକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି ଅନୁମତି ପ୍ରାପ୍ତ କାର୍ଯ୍ୟକଳାପ ପାଇଁ ଗାଡ଼ି ଚଳାଚଳ ଲାଗି ଅନୁମତି ଦିଆଯିବ ଚାରି ଚକିଆ ଯାନରେ ଡ୍ରାଇଭରଙ୍କୁ ଛାଡ଼ି କେବଳ 2 ଜଣ ଯାତ୍ରା କରିପାରିବେ ଦୁଇ ଚକିଆ ଯାନରେ କେବଳ ଚାଳକ ଯାଇପାରିବେ ସହରାଞ୍ଚଳରେ ଥିବା ଶିଳ୍ପ ପ୍ରତିଷ୍ଠାନ ଯେପରିକି ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ, ରପ୍ତାନି ଆଧାରିତ ୟୁନିଟ, ଶିଳ୍ପାଞ୍ଚଳ ଔଦ୍ୟୋଗିକ କ୍ଷେତ୍ରରେ କେତେକ କଟକଣା ସହିତ ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବ ଔଷଧ, ଚିକିତ୍ସା ସରଞ୍ଜାମ, ଉପକରଣ ଏବଂ ସେଗୁଡ଼ିକର କଞ୍ଚାମାଲ ଭଳି ଜରୁରି ସାମଗ୍ରୀର ଉତ୍ପାଦନ; ନିରନ୍ତର ପ୍ରକ୍ରିୟା ଆବଶ୍ୟକ କରୁଥିବା ଉତ୍ପାଦନ ୟୁନିଟ ଏବଂ ସେଗୁଡ଼ିକର ଯୋଗାଣ ଶୃଙ୍ଖଳ, ଆଇଟି ହାର୍ଡୱେର ଉତ୍ପାଦନ, କମ କର୍ମଚାରୀ ସାମାଜିକ ଦୂରତା ଅବଲମ୍ବନ କରି ଝୋଟ ଉତ୍ପାଦନ ଏବଂ ପ୍ୟାକେଜିଂ ସାମଗ୍ରୀ ଉତ୍ପାଦନ କରାଯାଉଥିବା ଉତ୍ପାଦନ ୟୁନିଟଗୁଡ଼ିକ ଚାଲିବା ଲାଗି ଅନୁମତି ଦିଆଯାଇଛି ସହରାଞ୍ଚଳରେ କେବଳ ସେହି ନିର୍ମାଣ କ୍ଷେତ୍ରକୁ ଅନୁମତି ମିଳିବ ଯେଉଁଠି ବାହାରୁ କୌଣସି ଶ୍ରମିକଙ୍କୁ ଆଣିବାକୁ ପଡ଼ୁନାହିଁ ଏବଂ ଶ୍ରମିକମାନେ ନିର୍ମାଣ କ୍ଷେତ୍ରରେ ହିଁ ଉପସ୍ଥିତ ରହିଛନ୍ତି ଏହାଛଡ଼ା ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପର ନିର୍ମାଣକୁ ମଧ୍ୟ ଅନୁମତି ଦିଆଯାଇଛି ସହରାଞ୍ଚଳର ମଲ, ବଜାର ମାର୍କେଟ କମ୍ପ୍ଲେକ୍ସରେ ଥିବା ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ ତେବେ ପୃଥକ ଭାବେ ରହିଥିବା ଗୋଟିକିଆ ଦୋକାନ, ଆବାସିକ କ୍ଷେତ୍ରରେ ଥିବା ଦୋକାନ ଏବଂ କଲୋନୀ ଥିବା ଦୋକାନ ଖୋଲିବାକୁ ଅନୁମତି ମିଳିବ ଏହି କ୍ଷେତ୍ରରେ ଅତ୍ୟାବଶ୍ୟକ ଅଣଅତ୍ୟାବଶ୍ୟକ ସାମଗ୍ରୀର ବର୍ଗୀକରଣ ଜରୁରି ନୁହେଁ ରେଡ ଜୋନରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ କାରବାର ପାଇଁ ଇ-କମର୍ସକୁ ଅନୁମତି ମିଳିବ ଘରୋଇ ପ୍ରତିଷ୍ଠାନଗୁଡ଼ିକରେ କେବଳ 33 ପ୍ରତିଶତ କର୍ମଚାରୀ କାମ କରିପାରିବେ ଏବଂ ଅବଶିଷ୍ଟ କର୍ମଚାରୀ ଘରେ ଥାଇ କାର୍ଯ୍ୟ କରିବେ ସମସ୍ତ ସରକାରୀ କାର୍ଯ୍ୟାଳୟରେ କେବଳ ଉପ ସଚିବ କିମ୍ବା ତଦୁର୍ଦ୍ଧ୍ଵ ପାହ୍ୟାର ଅଧିକାରୀମାନେ କାର୍ଯ୍ୟାଳୟରେ ପୂର୍ଣ୍ଣ ମାତ୍ରାରେ ଉପସ୍ଥିତ ରହିବେ, ଅନ୍ୟ କର୍ମଚାରୀମାନେ ଆବଶ୍ୟକତା ଅନୁସାରେ 33 ପ୍ରତିଶତ ଉପସ୍ଥିତି ସହିତ କାର୍ଯ୍ୟ କରିବେ ତେବେ ପ୍ରତିରକ୍ଷା ସୁରକ୍ଷା ସେବା, ସ୍ଵାସ୍ଥ୍ୟ ପରିବାର କଲ୍ୟାଣ, ପୋଲିସ, କାରାଗାର, ହୋମ ଗାର୍ଡ, ନାଗରିକ ସୁରକ୍ଷା, ଅଗ୍ନିଶମ ଜରୁରି ସେବା, ବିପର୍ଯ୍ୟୟ ପରିଚାଳନା ଏବଂ ତତସଂକ୍ରାନ୍ତିୟ ସେବା, ଏନଆଇସି, ସୀମା ଶୁଳ୍କ, ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ), ଏନସିସି, ନେହରୁ ଯୁବା କେନ୍ଦ୍ର, ପୌରପାଳିକା ସେବା ବିନା କୌଣସି କଟକଣାରେ କାର୍ଯ୍ୟ କରିବ ଜନସେବା ଯୋଗାଣ ସୁନିଶ୍ଚିତ କରାଯିବ ଏବଂ ଏହି ଉଦ୍ଦେଶ୍ୟ ପାଇଁ ଆବଶ୍ୟକ କର୍ମଚାରୀଙ୍କୁ ନିୟୋଜିତ କରାଯିବ

ରେଡ ଜୋନରେ ଆହୁରି କେତେକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି ଏମଏନଆରଇଜିଏସ କାର୍ଯ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଏବଂ ଇଟାଭାଟି ସମେତ ଗ୍ରାମାଞ୍ଚଳରେ ସମସ୍ତ ଶିଳ୍ପ ନିର୍ମାଣ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି ଏହାଛଡ଼ା ଅତ୍ୟାବଶ୍ୟକ  କିମ୍ବା ଅଣଅତ୍ୟାବଶ୍ୟକ ସାମଗ୍ରୀ ନିର୍ବିଶେଷରେ ଗ୍ରାମାଞ୍ଚଳରେ ସବୁ ଦୋକାନ ଖୋଲା ରହିବ କେବଳ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ ଖୋଲିବ ନାହିଁ ବିହନ ବୁଣିବା, ଚାଷ ଏବଂ ବିପଣନ ସମେତ କୃଷି ଯୋଗାଣ ଶୃଙ୍ଖଳର ସମସ୍ତ କୃଷି କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି ଅନ୍ତରୀଣ ଏବଂ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ସମେତ ପଶୁପାଳନ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବେ ଅନୁମତି ଦିଆଯାଇଛି ପ୍ରକ୍ରିୟାକରଣ ବିପଣନ ସମେତ ସମସ୍ତ  ଚାରା ରୋପଣ କାର୍ଯ୍ୟକଳାପକୁ ଅନୁମତି ମିଳିବ ସମସ୍ତ ଚିକିତ୍ସା ସେବା (ଆୟୁଷ ସମେତ), ସ୍ଵାସ୍ଥ୍ୟସେବା କର୍ମଚାରୀଙ୍କ ଗମନାଗମନ ଏୟାର ଆମ୍ବୁଲାନ୍ସ ଜରିଆରେ ରୋଗୀଙ୍କ ପରିବହନ ସ୍ଵାଭାବିକ ଭାବେ କାର୍ଯ୍ୟକ୍ଷମ ରହିବ ଆର୍ଥିକ କ୍ଷେତ୍ରର ବ୍ୟାପକ ଭାଗ ଖୋଲା ରହିବ ଏଥିରେ ବ୍ୟାଙ୍କ, ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ, ବୀମା ପୁଞ୍ଜି ବଜାର କାର୍ଯ୍ୟକଳାପ ଏବଂ କ୍ରେଡିଟ କୋ-ଅପରେଟିଭ ସୋସାଇଟିଗୁଡ଼ିକ ସାମିଲ ରହିଛି ଶିଶୁ, ବରିଷ୍ଠ ନାଗରିକ, ନିରାଶ୍ରୟ, ମହିଳା ବିଧବାଙ୍କ ଆଦି ପାଇଁ ଆଶ୍ରୟ ଗୃହ, ଅଙ୍ଗନବାଡ଼ି ଚାଲୁ ରଖିବା ନିମନ୍ତେ ଅନୁମତି ଦିଆଯାଇଛି ବିଦ୍ୟୁତ, ଜଳଯୋଗାଣ, ସ୍ଵଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା, ଟେଲି ଯୋଗାଯୋଗ ଇଣ୍ଟରନେଟ ସେବା ଖୋଲା ରହିବ ଏବଂ କୋରିଅର ଡାକ ସେବା ସ୍ଵାଭାବିକ ଭାବେ କାର୍ଯ୍ୟ କରିବ

ରେଡ ଜୋନରେ ଅଧିକାଂଶ ବାଣିଜ୍ୟିକ ଘରୋଇ ପ୍ରତିଷ୍ଠାନକୁ ଅନୁମତି ଦିଆଯାଇଛି ଏଥିରେ ପ୍ରିଣ୍ଟ ଇଲେକ୍ଟ୍ରୋନିକ ମିଡିଆ, ଆଇଟି ଆଇଟି ପରିଚାଳିତ ସେବା, ଡାଟା କଲ ସେଣ୍ଟର, ଶୀତଳ ଭଣ୍ଡାର ଏବଂ ପଣ୍ୟାଗାର ସେବା, ଘରୋଇ ସୁରକ୍ଷା ଏବଂ ସୁବିଧା ପରିଚାଳନା ସେବା, ପୂର୍ବରୁ ଯେପରି କୁହାଯାଇଛି, କେବଳ ବାରିକଙ୍କୁ ବାଦ ଦେଲେ ସ୍ଵାବଲମ୍ବୀ ବ୍ୟକ୍ତିଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ସେବା ଏଥିରେ ସାମିଲ ରହିଛି

ଅରେଞ୍ଜ ଜୋନରେ, ରେଡ ଜୋନରେ ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ବ୍ୟତୀତ ଟାକ୍ସି କ୍ୟାବ ଚଳାଚଳକୁ ଅନୁମତି ମିଳିବ ଏଥିରେ କେବଳ ଜଣେ ଡ୍ରାଇଭର ଦୁଇ ଜଣ ଯାତ୍ରୀ ଯାତାୟାତ କରିପାରିବେ କେବଳ ଅନୁମତି ପ୍ରାପ୍ତ କାର୍ଯ୍ୟକଳାପ ନିମନ୍ତେ ବ୍ୟକ୍ତି ବାହନର ଆନ୍ତଃଜିଲ୍ଲା ପରିବହନକୁ ଅନୁମତି ମିଳିବ ଚାରି ଚକିଆରେ ଡ୍ରାଇଭରଙ୍କୁ ବାଦ ଦେଲେ ଦୁଇ ଜଣ ଦୁଇ ଚକିଆରେ କେବଳ ଚାଳକ ଯାଇପାରିବେ

ଗ୍ରୀନ ଜୋନରେ ସମସ୍ତ କାର୍ଯ୍ୟକଳାପ ଲାଗି ଅନୁମତି ମିଳିବ କେବଳ ଜୋନ ନିର୍ବିଶେଷରେ ସାରା ଦେଶରେ ନିଷିଦ୍ଧ କରାଯାଇଥିବା କାର୍ଯ୍ୟକଳାପକୁ ଅନୁମତି ମିଳିବ ନାହିଁ ତେବେ ବସଗୁଡ଼ିକ 50 ପ୍ରତିଶତ ଯାତ୍ରୀ କ୍ଷମତା ସହିତ ବସ ଡିପୋଗୁଡ଼ିକ 50 ପ୍ରତିଶତ ବସକୁ ନେଇ କାର୍ଯ୍ୟକ୍ଷମ ହୋଇପାରିବେ

ସମସ୍ତ ସାମଗ୍ରୀ ପରିବହନକୁ ଅନୁମତି ଦିଆଯାଇଛି ପଡ଼ୋଶୀ ରାଷ୍ଟ୍ର ସହିତ ହୋଇଥିବା ଚୁକ୍ତି ଅଧୀନରେ ପରିବହନ କରାଯାଉଥିବା ସାମଗ୍ରୀକୁ ଭୂ-ସୀମାରେ କୌଣସି ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ ଅଟକାଇ ପାରିବେ ନାହିଁ ଏପରି ଯାତାୟାତ ପାଇଁ କୌଣସି ଅତିରିକ୍ତ ପାସ ଅନାବଶ୍ୟକ ଲକଡାଉନ ଅବଧି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଶୃଙ୍ଖଳକୁ ବଜାୟ ରଖିବା ପାଇଁ ଏହା ଜରୁରି

ନିର୍ଦ୍ଦିଷ୍ଟ ଭାବେ ନିଷିଦ୍ଧ କରାଯାଇନଥିବା କିମ୍ବା ବିଭନ୍ନ ଜୋନରେ ଏହି ଗାଇଡଲାଇନ ଅନୁଯାୟୀ କଟକଣା ଜାରି କରାଯାଇନଥିବା ଅନ୍ୟ ସମସ୍ତ କାର୍ଯ୍ୟକଳାପକୁ ଅନୁମତି ମିଳିବ ତେବେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ସେମାନଙ୍କର ସ୍ଥିତିକୁ ଅନୁଧ୍ୟାନ କରି ଏବଂ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବାର ପ୍ରମୁଖ ଉଦ୍ଦେଶ୍ୟରେ ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ମଧ୍ୟରୁ ସେମାନଙ୍କର ସୁବିଧା ମୁତାବକ କାର୍ଯ୍ୟକଳାପକୁ ଅନୁମତି ଦେଇପାରିବେ

ଲକଡାଉନ ସଂକ୍ରାନ୍ତରେ ମେ 3, 2020 ପର୍ଯ୍ୟନ୍ତ ଜାରି ଗାଇଡଲାଇନ ଅଧୀନରେ ଅନୁମତି ପ୍ରାପ୍ତ କାର୍ଯ୍ୟକଳାପ ଲାଗି କୌଣସି ଅତିରିକ୍ତ କିମ୍ବା ସଦ୍ୟ ଅନୁମତି ଦରକାର ନାହିଁ ଭାରତରେ ରହିଥିବା ବିଦେଶୀ ନାଗରିକଙ୍କ ଯାତାୟାତ, ସଙ୍ଗରୋଧରେ ଥିବା ଲୋକମାନଙ୍କୁ ମୁକୁଳାଇବା, ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟରେ ଅଟକ ଶ୍ରମିକମାନଙ୍କର ଯାତାୟାତ, ଭାରତୀୟ ନାବିକମାନଙ୍କ ସାଇନ ଅନ ସାଇନ ଅଫ ସୁବିଧା, ଫସି ରହିଥିବା ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଅନ୍ୟ ଲୋକମାନଙ୍କୁ ସଡ଼କ ରେଳପଥ ଜରିଆରେ ଗସ୍ତବ୍ୟସ୍ଥଳକୁ ପଠାଇବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏସଓପି ପାଳନ କରାଯିବ

ବିପର୍ଯ୍ୟୟ ପରିଚାଳନା ଆଇନ, 2005 ଅନୁଯାୟୀ ଲକଡାଉନ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଉଛି, ସେମାନେ କୌଣସି ପ୍ରକାରରେ ଏହାକୁ ଅମାନ୍ୟ କରିପାରିବେ ନାହିଁ

 

***********


(Release ID: 1620209)