ରେଳ ମନ୍ତ୍ରଣାଳୟ
ମାଗଣା ଖାଦ୍ୟ ବଣ୍ଟନରେ ଆଜି 3 ନିୟୁତକୁ ଛୁଇଁଲା ଭାରତୀୟ ରେଳବାଇ
• କୋଭିଡ଼-19 ମହାମାରୀ ସଂକ୍ରମଣ ଯୋଗୁ ଲକଡାଉନ୍ ସମୟରେ ଦେଶର ପ୍ରାୟ 300ଟି ସ୍ଥାନରେ ରେଳବାଇର ମାଗଣା ଖାଦ୍ୟ ପୁଡ଼ିଆ ବଣ୍ଟନ
• ଭାରତୀୟ ରେଳବାଇ ପକ୍ଷରୁ ସଂଘବଦ୍ଧ ଭାବେ ପ୍ରତିଦିନ ହଜାର ହଜାର ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ
प्रविष्टि तिथि:
30 APR 2020 4:18PM by PIB Bhubaneshwar
ଦେଶରେ ଦେଖା ଦେଇଥିବା କୋଭିଡ଼-19 ବୈଶ୍ୱିକ ମହାମାରୀ ଯୋଗୁ ଦେଶବ୍ୟାପୀ ଜାରି ଲକଡାଉନ ସମୟରେ ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ହଜାର ହଜାର ଲୋକଙ୍କୁ ମାଗଣା ଖାଦ୍ୟ ପୁଡ଼ିଆ ବଣ୍ଟନର ବ୍ୟବସ୍ଥା ଜାରି ରହିଛି । ଆଜି ସେହି ଖାଦ୍ୟ ପୁଡ଼ିଆ ବଣ୍ଟନ 30 ଲକ୍ଷ ଛୁଇଁଛି । ଅପ୍ରେଲ 20, 2020 ତାରିଖ ଦିନ ରେଳବାଇ ପକ୍ଷରୁ ମାଗଣା ଖାଦ୍ୟପୁଡ଼ିଆ ବଣ୍ଟନ 10 ଦିନ ମଧ୍ୟରେ 20 ଲକ୍ଷ ଛୁଇଁଥିଲା । ମାଗଣା ଖାଦ୍ୟ ପୁଡ଼ିଆ ବଣ୍ଟନରେ ଏଭଳି ନିୟୁତ ଲକ୍ଷ୍ୟ ହାସଲ କରିବା ଭାରତୀୟ ରେଳବାଇର ଏକ ବିରଳ ସଫଳତା ।
ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣ ଫଳରେ ଏବେ ସାରା ଦେଶରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ବିପୁଳ ସଂଖ୍ୟକ ଗରିବ ଲୋକ ଏବଂ ଘରଠାରୁ ଦୂରରେ ଫସି ରହିଥିବା ବହୁ ଲୋକ ଅନାହାରରେ ଜୀବନ ବିତାଉଛନ୍ତି । ଯେଉଁମାନେ ଏଭଳି ମହାମାରୀ ତଥା ଲକଡାଉନ୍ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଦିନ ମଜୁରିଆ, ସ୍ଥାନାନ୍ତରୀତ ଶ୍ରମିକ, ଶିଶୁ, କୁଲି, ବାସ୍ତୁହରା ଲୋକ, ଗରିବ ଏବଂ ଅନ୍ୟ ଅନେକ ଲୋକ ଯେଉଁମାନେ ସଦାବେଳେ ବିଭିନ୍ନ ସ୍ଥାନ ବୁଲି ସେମାନଙ୍କର ଜୀବିକା ନିର୍ବାହ କରିଥାନ୍ତି ।
ଭାରତୀୟ ରେଳବାଇର ବିଭିନନ୍ନ କର୍ମଚାରୀ ସଂଗଠନ ପକ୍ଷରୁ ଏହି ସମସ୍ୟାର ମୁକାବିଲା ସକାଶେ ମାର୍ଚ୍ଚ 28, 2020 ଠାରୁ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଏହି ବୁଭୁକ୍ଷୁ ଲୋକମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରିଆସୁଛନ୍ତି । କୋଭିଡ଼-19 ସଂକ୍ରମଣ ତଥା ଦେଶବ୍ୟାପୀ ଲକଡାଉନ ଯୋଗୁ ସେମାନେ ଅସହାୟ ହୋଇପଡ଼ିଥିଲେ । ପେପର ପ୍ଲେଟ୍ରେ ରନ୍ଧା ଲଞ୍ଚ୍ ଖାଦ୍ୟ ଏବଂ ରାତ୍ରି ଭୋଜନ ସକାଶେ ଖାଦ୍ୟ ପ୍ୟାକେଟ ଜରିଆରେ ଆଇଆରସିଟିସି ମାଧ୍ୟମରେ ଯୋଗାଇ ଦିଆଯାଉଛି । ସେହିସବୁ ଖାଦ୍ୟ ଆଇଆରସିଟିସିର ବେସ୍ କ୍ୟାଣ୍ଟିନ୍, ଆରପିଏଫ ସମ୍ବଳ ତଥା ଏନଜିଓମାନଙ୍କ ଦାନ ଦ୍ୱାରା ପରିଚାଳିତ । ଦୁର୍ଗତ ଲୋକଙ୍କୁ ଏହି ଖାଦ୍ୟ ବଣ୍ଟନ କରାଯିବା ବେଳେ ସାମାଜିକ ଦୂରତା ରକ୍ଷା ତଥା ସ୍ୱାସ୍ଥ୍ୟରକ୍ଷା ପ୍ରତି ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଉଛି ।
ଆରପିଏଫ, ଜିଆରପି, ଜୋନମାନଙ୍କର ବ୍ୟବସାୟିକ ବିଭାଗ, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଏନଜିଓମାନଙ୍କ ସହଯୋଗରେ ଏଭଳି ଖାଦ୍ୟ ବଣ୍ଟନ କରାଯାଉଛି । କେବଳ ଷ୍ଟେସନ ପାଖ ଅଞ୍ଚଳ ନୁହେଁ, ରେଳ ଷ୍ଟେସନ ନିକଟବର୍ତ୍ତୀ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏଭଳି ଖାଦ୍ୟ ପହଞ୍ଚାଯାଉଛି ।
ଆଇଆରସିଟିସିର ନୂଆଦିଲ୍ଲୀ, ବାଙ୍ଗାଲୁରୁ, ହୁବଲି, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ, ଭୁଶାବଲ, ହାଓଡ଼ା, ପାଟନା, ଗୟା, ରାଞ୍ଚ, କଟିହାର, ଦୀନ ଦୟାଲ ଉପାଧ୍ୟାୟ ନଗର, ବାଲେଶ୍ୱର, ବିଜୟୱାଡ଼ା, ଖୋର୍ଦ୍ଧା, କଟପାଡ଼ି, ତ୍ରିଚିରାପଲ୍ଲୀ, ଧାନବାଦ, ଗୁଆହାଟୀ, ସମସ୍ତିପୁର, ପ୍ରୟାଗରାଜ, ଇଟାର୍ସି, କଟପାଡ଼ି, ଚେଙ୍ଗାଲପାଟୁ, ପୁନେ, ହାଜିପୁର, ରାୟପୁର ଏବଂ ଟାଟାନଗରରେ ଥିବା ବେସ୍ କିଚେନ ଯାହାକି ରେଳବାଇର ବିଭିନ୍ନ ଜୋନ ଅଧୀନରେ ରହିଛି ସେଠାରେ ଏଭଳି ଖାଦ୍ୟ ପ୍ରସ୍ତୁତ କରାଯାଉଛି । ରେଳବାଇର ଉତ୍ତର, ପଶ୍ଚିମ, ପୂର୍ବ, ଦକ୍ଷିଣ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳ ଜୋନରେ ସେହିସବୁ ବେସ୍ କିଚେନ ରହିଛି ଏବଂ ଏପର୍ଯ୍ୟନ୍ତ ସେଠାରୁ 30 ଲକ୍ଷ ରନ୍ଧାଖାଦ୍ୟ ପୁଡ଼ିଆ ଅପ୍ରେଲ 30, 2020 ପର୍ଯ୍ୟନ୍ତ ବିତରିତ ହୋଇଛି ।
ସେଥିମଧ୍ୟରୁ ପ୍ରାୟ 17.17 ଲକ୍ଷ ରନ୍ଧା ଖାଦ୍ୟ ମିଲ୍ ଆଇଆରସିଟିସି ଦ୍ୱାରା ଯୋଗାଇ ଦିଆଯାଇଥିବା ବେଳ ପ୍ରାୟ 5.15 ଲକ୍ଷ ରନ୍ଧା ମିଲ୍ ଆରପିଏଫ ଦ୍ୱାର ସେମାନଙ୍କ ସମ୍ବଳରୁ ଏବଂ ପ୍ରାୟ 2.53 ଲକ୍ଷ ମିଲ୍ ରେଳବାଇର ବ୍ୟବସାୟିକ ତଥା ଅନ୍ୟାନ୍ୟ ବିଭାଗ ଦ୍ୱାରା ଯୋଗାଇ ଦିଆଯାଇଛି । ସେହିଭଳି ବିଭିନ୍ନ ଏନଜିଓ ଯେଉଁମାନେ କି ରେଳବାଇର ବିଭିନ୍ନ ସଂସ୍ଥା ସହ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଅବଦାନରେ ପ୍ରାୟ 5.60 ଲକ୍ଷ ମିଲ୍ ଯୋଗାଇ ଦିଆଯାଇଛି ।
ରେଳବାଇ ସୁରକ୍ଷା ବଳ ଏଭଳି ଖାଦ୍ୟକୁ ଗରିବ ତଥା ଦୁର୍ଗତ ଲୋକମାନଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । 28.03.2020 ଦିନ ପ୍ରଥମେ 74ଟି ସ୍ଥାନରେ 5419ଟି ମିଲ୍ ବଣ୍ଟନ ଠାରୁ ଆରମ୍ଭ କରି ବର୍ତ୍ତମାନ ଦିନକୁ 50,000 ମିଲ୍ ବଣ୍ଟନ କରାଯାଉଛି, ଯାହାକି ଦେଶର ପ୍ରାୟ 300ଟି ସ୍ଥାନରେ ଦୁର୍ଗତ ଲୋକମାନେ ପାଇପାରୁଛନ୍ତି ।
**********
(रिलीज़ आईडी: 1619827)
आगंतुक पटल : 222
इस विज्ञप्ति को इन भाषाओं में पढ़ें:
Punjabi
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Gujarati
,
Telugu
,
Kannada
,
Malayalam