ଅର୍ଥ ମନ୍ତ୍ରଣାଳୟ

ଆଇଆରଏସ ଅଧିକାରୀଙ୍କ ଠାରୁ କୋଭିଡ ସଂକ୍ରାନ୍ତୀୟ କୌଣସି ରିପୋର୍ଟ ମଗାଯାଇନାହିଁ: ସିବିଡିଟି

Posted On: 26 APR 2020 8:16PM by PIB Bhubaneshwar

କୋଭିଡ-19 ପରିସ୍ଥିତିର ମୁକାବିଲା ନିମନ୍ତେ କେତେକ ଆଇଆରଏସ ଅଧିକାରୀଙ୍କ ଠାରୁ ପରାମର୍ଶ ମଗାଯାଇଥିବା ସଂକ୍ରାନ୍ତରେ ରିପୋର୍ଟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଏ ସମ୍ପର୍କରେ ଆଜି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

ଆଇଆରଏସ ସଂଘ କିମ୍ବା ଏହି ଅଧିକାରୀମାନଙ୍କୁ ଏପରି କୌଣସି ରିପୋର୍ଟ ପ୍ରସ୍ତୁତ କରିବା ଲାଗି ସିବିଡିଟି ପକ୍ଷରୁ କୁହାଯାଇନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି । ସରକାରୀ ପ୍ରସଙ୍ଗରେ ନିଜର ବ୍ୟକ୍ତିଗତ ମତ ଏବଂ ପରାମର୍ଶ ନେଇ ସାର୍ବଜନୀନ ମଂଚରେ ଉପସ୍ଥାପନ କରିବା ଲାଗି ଏହି ଅଧିକାରୀମାନେ କୌଣସି ଅନୁମତି ନେଇନଥିଲେ, ଯାହାକି ପ୍ରଚଳିତ ଆଚରଣ ବିଧିର ଉଲ୍ଲଙ୍ଘନ । ଏ ଦିଗରେ ଆବଶ୍ୟକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଏହା ପୁଣିଥରେ ସ୍ପଷ୍ଟ କରାଯାଉଛି ଯେ କୌଣସି ପ୍ରସଙ୍ଗରେ ଏହି ବିତର୍କିତ ରିପୋର୍ଟ ସିବିଡିଟି କିମ୍ବା ଅର୍ଥ ମନ୍ତ୍ରଣାଳୟର ସରକାରୀ ମତକୁ ପ୍ରତିଫଳିତ କରୁନାହିଁ ।

 

**********



(Release ID: 1618541) Visitor Counter : 163