ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଉଲ୍ଲେଖନୀୟ ଘଟଣାକ୍ରମ : ଶସ୍ତା ଯାଞ୍ଚମୁକ୍ତ କୋଭିଡ-19 ପରୀକ୍ଷଣ କିଟ ବିକଶିତ କଲା ଆଇଆଇଟି ଦିଲ୍ଲୀ

• ଯାଞ୍ଚ ମୁକ୍ତ କୋଭିଡ-19 ଚିହ୍ନଟ କିଟ ବିକାଶରେ ସମ୍ପୃକ୍ତ ଆଇଆଇଟି ଦିଲ୍ଲୀର ବୈଜ୍ଞାନିକମାନଙ୍କୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
• ଏହି ପରୀକ୍ଷଣ କିଟ ସ୍ଵାସ୍ଥ୍ୟସେବାକୁ ସଶକ୍ତ କରିବା ସହିତ କୋଭିଡ-19 ମୁକାବିଲାରେ ସରକାରଙ୍କ ପ୍ରୟାସରେ ସହାୟକ ହେବ : ମାନବ ସମ୍ବଳ ବିକାଶ ମନ୍ତ୍ରୀ
• କୋଭିଡ-19 ପରୀକ୍ଷଣ ପାଇଁ ଏହା ହେଉଛି ଆଇସିଏମଆର ଦ୍ଵାରା ଅନୁମୋଦିତ ପ୍ରଥମ ଯାଞ୍ଚମୁକ୍ତ ପରୀକ୍ଷଣ କିଟ
• ମେକ ଇନ ଇଣ୍ଡିଆ ଆଧାରରେ ଆଇଆଇଟି ଦିଲ୍ଲୀ ଦ୍ଵାରା ବିକଶିତ ହୋଇଛି ଏହି କୋଭିଡ 19 ପରୀକ୍ଷଣ କିଟ

प्रविष्टि तिथि: 24 APR 2020 6:31PM by PIB Bhubaneshwar

କୋଭିଭ-19 ଚିହ୍ନଟ ପାଇଁ ଦିଲ୍ଲୀ ଆଇଆଇଟିର ଏକ ବୈଜ୍ଞାନିକ ଦଳ ଏକ ଯାଞ୍ଚମୁକ୍ତ ବାସ୍ତବ ସମୟରେ ଫଳାଫଳ ପ୍ରଦାନ କରୁଥିବା ପିସିଆର ନିଦାନ କିଟ ବିକଶିତ କରିଛନ୍ତି। ଆଜି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟଲ ‘ନିଶଙ୍କ’ ଏହି ଦଳକୁ ସମ୍ମାନିତ କରିଥିଲେ।  ଏହି ଅବସରରେ ମନ୍ତ୍ରଣାଳୟର ସଚିବ ଅମିତ ଖାରେ, ଅତିରିକ୍ତ ସଚିବ ରାକେଶ ସରଓ୍ବାଲ, ଦିଲ୍ଲୀ ଆଇଆଇଟି ନିର୍ଦ୍ଦେଶକ ରାମଗୋପାଳ ରାଓ ଏବଂ ପ୍ରଫେସର ବିବେକାନନ୍ଦ ପେରୁମଲ ଏବଂ ପ୍ରଫେସର ମନୋଜ ମେନନଙ୍କ ନେତୃତ୍ବରେ ଆଇଆଇଟି ଦିଲ୍ଲୀର ଏକ ବୈଜ୍ଞାନିକ ଦଳ ଉପସ୍ଥିତ ଥିଲେ।
https://twitter.com/DrRPNishank/status/1253636361896132609?s=19

https://twitter.com/DrRPNishank/status/1253656017059098625?s=19

https://twitter.com/DrRPNishank/status/1253637288019415040?s=19

https://twitter.com/DrRPNishank/status/1253637291060289538?s=19

ଏହି ଅବସରରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଥିଲେ ଯେ ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ-19 ମୁକାବିଲା ଲାଗି ଆଗେଇ ଆସିବା ନିମନ୍ତେ ଦେଶର ବୈଜ୍ଞାନିକ, ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଆହ୍ଵାନ କରିଥିଲେ। ତାଙ୍କର ଏହି ଆହ୍ଵାନକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରମୁଖ ସଂସ୍ଥାନଗୁଡ଼ିକ ସ୍ବୀକାର କରିବା ସହିତ କୋଭିଡ19 ମୁକାବିଲା ନିମନ୍ତେ ଆଗେଇ ଆସି ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି ସେ ଆହୁରି କହିଥିଲେ ଯେ ଆମେ ଆମର ନିଜ ସାମର୍ଥ୍ୟ ବିକଶିତ କରିବା ଉଚିତ ଏବଂ ବିଶ୍ବ ଉପରେ ନିର୍ଭରଶୀଳ ରହିବା ଅନୁଚିତ ବୋଲି ପ୍ରଧାନମନ୍ତ୍ରୀ ସବୁବେଳେ ଆଶା କରନ୍ତି ଆଇଆଇଟି ଭଳି ଆମର ସଂସ୍ଥାନଗୁଡ଼ିକର ସାମର୍ଥ୍ୟ ଏବଂ ଉଚ୍ଚମାନର ଗବେଷଣାକୁ ଦୃଷ୍ଟିରେ ରଖି ମହାମାରୀ ଆରମ୍ଭ ବେହା ପୂର୍ବରୁ ନିୟମିତ ବୈଠକମାନ ଆୟୋଜନ କରାଯାଉଥିଲା। କୋଭିଡ19 ମୁକାବିଲା ନିମନ୍ତେ ଗବେଷଣା ଏବଂ ଅଭିନବ ପ୍ରୟାସକୁ ତ୍ବରାନ୍ବିତ କରିବା ନିମନ୍ତେ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ମନ୍ତ୍ରୀ ଆହୁରି କହିଥିଲେ ସାରା ଦେଶ ଲକଡାଉନ ସମୟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ଅନୁଷ୍ଠାନଗୁଡ଼ିକ ସେମାନଙ୍କ ଗବେଷଣା କାର୍ଯ୍ୟ ଅବିରାମ ଗତିରେ ଜାରି ରଖିଛନ୍ତି ଭାରତବାସୀଙ୍କ ପାଇଁ ଅତି କମ ମୂଲ୍ୟର ପରୀକ୍ଷଣ କିଟ ବିକଶିତ କରିବା ଲାଗି ମନ୍ତ୍ରୀ ଆଇଆଇଟି ଦିଲ୍ଲୀର ପ୍ରୟାସକୁ ପ୍ରଶଂସା କରିଥିଲେ ଏହି କିଟ କେବଳ ସ୍ଵାସ୍ଥ୍ୟସେବାକୁ ସଶକ୍ତ କରିବ ନାହିଁ ବରଂ ସଂକଟ ସମୟରେ ସରକାରଙ୍କୁ ସହାୟତା ମଧ୍ୟ କରିବ। ସେ ଆଇଆଇଟି ଦିଲ୍ଲୀ କୁସୁମା ସ୍କୁଲ ଅଫ ବାୟୋଲୋଜି ସାଇନ୍ସେସ (କେଏସବିଏସ)ର ଗବେଷକମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ଏମାନେ ବିକଶିତ କରିଥିବା କୋଭିଡ 19 ପରୀକ୍ଷଣ କିଟକୁ ଆଇସିଏମଆର ପକ୍ଷରୁ ଅନୁମୋଦନ କରାଯାଇଛି ଆଇସିଏମଆର ଦ୍ଵାରା ମଞ୍ଜୁରିପ୍ରାପ୍ତ ଏହି କିଟ ସମ୍ବେଦନଶୀଳତା ଓ ନିର୍ଦ୍ଦିଷ୍ଟତାରେ ଶତପ୍ରତିଶତ ପ୍ରାମାଣିତ ବୋଲି ଜାଣି ସେ ଆନନ୍ଦ ପ୍ରକାଶ କରିଥିଲେ। ବାସ୍ତବ ସମୟ ଆଧାରିତ ନିଦାନ କିଟ ବିକଶିତ କରି ଆଇସିଏମଆରର ଅନୁମୋଦନ ଲାଭ କରିବାରେ ଆଇଆଇଟିଡି ହେଉଛି ପ୍ରଥମ ଶିକ୍ଷାନୁଷ୍ଠାନ।

ଶ୍ରୀ ପୋଖରୀୟଲ କହିଥିଲେ ଯେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଗବେଷଣା ଲାଗି ସଂସ୍ଥାନଗୁଡ଼ିକୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ। ଏପରି ପ୍ରକଳ୍ପ ସରକାରଙ୍କ ମେକ ଇନ ଇଣ୍ଡିଆ ପ୍ରୟାସ ଆଧାରରେ ବିକଶିତ କରାଯାଇଛି। ଏହି ପ୍ରଯୁକ୍ତି ଓ ଗବେଷଣାକୁ ଆଇସିଏମଆର ପକ୍ଷରୁ ମାନ୍ୟତା ପ୍ରଦାନ କରାଯିବା ନିମନ୍ତେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କୁ ଶ୍ରୀ ପୋଖରୀୟଲ ଧନ୍ୟବାଦ ଜଣାଇଥିଲେ।

ଶ୍ରୀ ରାମଗୋପାଳ ରାଓ ଏହି ଅବସରରେ ସୂଚନା ଦେଇଥିଲେ ଯେ ଆଇସିଏମଆର ଦ୍ଵାରା ଅନୁମୋଦନ ଲାଭ କରିଥିବା ଏହି ପ୍ରଥମ କୋଭିଡ-19 ପରୀକ୍ଷଣ କିଟ ଶସ୍ତା ଏବଂ ସଠିକ ପରୀକ୍ଷଣ ପାଇଁ ବିଶେ‍ଷ ସହାୟକ ହୋଇପାରିବ ଫ୍ଲୁରେସେଣ୍ଟ ଯାଞ୍ଚ ଆବଶ୍ୟକ କରୁନଥିବାରୁ ଏହି କିଟକୁ ସହଜରେ ବୃଦ୍ଧି କରାଯାଇପାରିବ। ଯଥାଶୀଘ୍ର ସମ୍ଭବ ଉପଯୋଗୀ ଶିଳ୍ପ ସହଭାଗୀଙ୍କ ସହିତ ଶସ୍ତା ଦରରେ ଏହି କିଟ ଯୋଗାଇ ଦେବା ନିମେନ୍ତ ଏହି ଦଳ ଲକ୍ଷ୍ୟ ରଖିଛି।

ଏହି ଗବେଷଣା ଦଳରେ ପିଏଚଡି ଗବେଷକ ପ୍ରଶାନ୍ତ ପ୍ରଧାନ, ଆଶୁତୋଷ ପାଣ୍ଡେ, ପ୍ରବୀଣ ତ୍ରିପାଠୀ, ଡ. ଅଖିଳେଶ ମିଶ୍ରା, ଡ. ପାରୁଲ ଗୁପ୍ତା, ଡ. ସୋନମ ଧାମିଜା, ପ୍ରଫେସର ବିବକାନନ୍ଦନ  ପେରୁମଲ, ପ୍ରଫେସର ମନୋଜ ବି ମେନନ, ପ୍ରଫେସର ବିଶ୍ବଜିତ କୁଣ୍ଡୁ, ପ୍ରଫେସର ଜେମ୍ସ ଗୋମ୍ସ ପ୍ରମୁଖ ସାମିଲ ଥିଲେ।

 

**************

 


(रिलीज़ आईडी: 1617970) आगंतुक पटल : 267
इस विज्ञप्ति को इन भाषाओं में पढ़ें: Gujarati , English , Urdu , हिन्दी , Marathi , Bengali , Assamese , Punjabi , Telugu , Kannada