ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ
ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ହିତାଧିକାରୀଙ୍କୁ ମାଗଣା ସିଲିଣ୍ଡର ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ଓଏମସି ଅଧିକାରୀମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ଵାନ
• ତୈଳ ବିପଣନ କମ୍ପାନୀର ଜିଲ୍ଲା ନୋଡାଲ୍ ଅଫିସରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ ଉଜ୍ଜଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ଯୋଗାଣ କାମକୁ ତ୍ୱରାନ୍ୱିତ କର - ଧର୍ମେନ୍ଦ୍ର ପ୍ରଧାନ
• ଏପ୍ରିଲ ମାସର ପ୍ରଥମ ତିନି ସପ୍ତାହରେ 40% ହିତାଧିକାରୀ ସିଲିଣ୍ଡର ପାଇଁ ବୁକ୍ କରିଛନ୍ତି
• ଗରିବଙ୍କ ଘରେ ଏଲପିଜି ଯୋଗାଣ ପହଁଚାଇବା କାମରେ କିଛି ସାଲିସ୍ କରାଯିବ ନାହିଁ
प्रविष्टि तिथि:
23 APR 2020 7:29PM by PIB Bhubaneswar
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ବିପଣନ କମ୍ପାନୀର ଜିଲ୍ଲା ନୋଡାଲ୍ ଅଫିସରମାନଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିବା ଅବସରରେ ଏଲପିଜି ଯୋଗାଣକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ତଥା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, କରୋନା ମହାମାରୀ ତଥା ଲକଡାଉନ ପାଇଁ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ 8 କୋଟିରୁ ଊର୍ଦ୍ଧ୍ଵ ଉଜ୍ଜଳା ଲାଭାର୍ଥୀଙ୍କୁ ଆଗାମୀ 3 ମାସ ପାଇଁ ମାଗଣାରେ ତିନୋଟି ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ । ଏହି ପଦକ୍ଷେପ ସ୍ୱରୂପ ଏପ୍ରିଲ ମାସର ପ୍ରଥମ ତିନି ସପ୍ତାହରେ 40 ପ୍ରତିଶତ ହିତାଧିକାରୀ ସିଲିଣ୍ଡର ପାଇଁ ବୁକ୍ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ବିଶେଷ ଯୋଜନା ଅନୁସାରେ ଅଧିକରୁ ଅଧିକ ଉଜ୍ଜ୍ୱଳା ରିଫିଲ୍ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲା ନୋଡାଲ ଅଫିସରଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ । ଗରିବଙ୍କ ଘରେ ଏଲପିଜି ଯୋଗାଣ ପହଁଚାଇବା କାମରେ କିଛି ସାଲିସ୍ କରାଯିବ ନାହିଁ ବୋଲି ଶ୍ରୀ ପ୍ରଧାନ ଅଧିକାରୀମାନଙ୍କୁ କହିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ନୋଡାଲ ଅଫିସରଙ୍କୁ କରୋନା ଭୂତାଣୁରୁ ରକ୍ଷା ନିମନ୍ତେ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ଏଲପିଜି ସିଲିଣ୍ଡର ନେଣଦେଣ ସମୟରେ ମଧ୍ୟ ସ୍ୱଚ୍ଛତା ଓ ଉପଭୋକ୍ତାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଫେସ୍ ମାସ୍କର ବ୍ୟବହାର, ଆରୋଗ୍ୟ ସେତୁ ଆପ୍, ହାତକୁ ସଫା ରଖିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ବିଷୟରେ ସଚେତନନା କରିବା ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଚାରବିମର୍ଷ କରିଥିଲେ । ବୈଠକ ଆରମ୍ଭ ହେବା ପୂର୍ବରୁ ଶ୍ରୀ ପ୍ରଧାନ ଓ ଅନ୍ୟ ଅଫିସରମାନେ ବିହାର ସୁପୋଲ ଠାରେ ଏଲପିଜି ଡେଲିଭରି ବୟଙ୍କ ମୃତ୍ୟୁରେ 1 ମିନିଟ୍ ନିରବ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।
**********
(रिलीज़ आईडी: 1617681)
आगंतुक पटल : 224
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada