ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କର୍ମଚାରୀ କୋଭିଡ-19 ସଂକ୍ରମିତ ହେଲେ କମ୍ପାନୀ ସିଇଓଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଶିଳ୍ପ ସଙ୍ଘଗୁଡ଼ିକର ଭୁଲ ଧାରଣା ସମ୍ପର୍କରେ ସ୍ପଷ୍ଟିକରଣ ଦେଲା ଗୃହ ମନ୍ତ୍ରଣାଳୟ

• ଅବରୋଧ କ୍ଷେତ୍ରକୁ ଛାଡି 15.04.2020 ପୂର୍ବରୁ ପରିଚାଳନା ପାଇଁ ଅନୁମତି ପାଇଥିବା ଶିଳ୍ପାନୁଷ୍ଠାନଗୁଡିକୁ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କଠାରୁ କୌଣସି ଅଲଗା / ସଦ୍ୟ ଅନୁମତି ଅନାବଶ୍ୟକ

प्रविष्टि तिथि: 23 APR 2020 8:47PM by PIB Bhubaneshwar

ହଟ ସ୍ପଟ / ଅବରୋଧ କ୍ଷେତ୍ରରେ ଆସୁନଥିବା କେତେକ କ୍ଷେତ୍ରରେ ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପକୁ କଟକଣାରୁ ବାଦ ଦେବା ନିମନ୍ତେ 15.04.2020ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଥିଲା

(https://www.mha.gov.in/sites/default/files/MHA%20order%20dt%2015.04.2020%2C%20with%20Revised%20Consolidated%20Guidelines_compressed%20%283%29.pdf)

ଏହି ଗାଇଡଲାଇନ ବ୍ୟତୀତ, କୋଭିଡ-19 ପରିଚାଳନା ପାଇଁ ଜାତୀୟ ନିର୍ଦ୍ଦେଶାବଳୀ ଏବଂ କାର୍ଯ୍ୟାଳୟ, କାର୍ଯ୍ୟକ୍ଷେତ୍ର, କାରଖାନା ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ ପାଳନ କରାଯିବାକୁଥିବା ସାମାଜିକ ଦୂରତ୍ଵ ଓ ସ୍ଵଚ୍ଛତା ପଦକ୍ଷେପର ଏସଓପି ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଜାରି କରାଯାଇଥିଲା କାର୍ଯ୍ୟସ୍ଥଳୀ, ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନଗୁଡିକ ଏହିସବୁ ଗାଇଡଲାଇନ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ବିଜ୍ଞପିତ ସାଧାରଣ ସ୍ୱାସ୍ଥ୍ୟ ନିୟମକୁ ପାଳନ କରିବାର ଆବଶ୍ୟକତା ରହିଛି । ତେବେ ଗଣମାଧ୍ୟମ ଓ ଉତ୍ପାଦନ ସୁବିଧା ଥିବା କେତେକ କମ୍ପାନୀ ଏହି ଗାଇଡଲାଇନକୁ ନେଇ ଭୁଲ ଧାରଣା ପୋଷଣ କରିଥିଲେ ଯାହା ନିମ୍ନରେ ଦିଆଗଲା –

  • କାରଖାନାର କୌଣସି କର୍ମଚାରୀ କୋଭିଡ-19 ଦ୍ଵାରା ସଂକ୍ରମିତ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ସମେତ ସିଇଓଙ୍କୁ ଜେଲ ଭୋଗିବାକୁ ପଡିବ
  • ଏଭଳି ସ୍ଥିତିରେ କାରଖାନାକୁ ତିନି ମାସ ପାଇଁ ବନ୍ଦ କରିଦିଆଯିବ ।
  • ସତର୍କତାମୂଳକ ପଦକ୍ଷେପ ଅନୁପାଳନ ନକଲେ କାରଖାନାକୁ ଦୁଇ ଦିନ ପାଇଁ ବନ୍ଦ କରିଦିଆଯିବ ଏବଂ ସମ୍ପୁର୍ଣ୍ଣ ଅନୁପାଳନ ନକରିବା ପର୍ଯ୍ୟନ୍ତ କାରଖାନା ଚଳାଇବା ପାଇଁ ଅନୁମତି ମିଳିବ ନାହିଁ  ।

ଏହା ସ୍ପଷ୍ଟ କରାଯାଉଛି ଯେ, ସଂଶୋଧିତ ଗାଇଡଲାଇନରେ ଏଭଳି କୌଣସି ନିୟମ ନାହିଁ । ତେଣୁ ଏପରି ଭ୍ରାନ୍ତଧାରଣା ପୋଷଣ କରିବା ସମ୍ପୁର୍ଣ୍ଣ ଭାବେ ଆଧାରହୀନ

ଏହା ପୁଣି ଥରେ ସ୍ପଷ୍ଟ କରାଯାଉଛି ଯେ, 15.04.2020ରେ ଜାରି କରାଯାଇଥିବା ସଂଶୋଧିତ ଗାଇଡଲାଇନରେ ଯେଉଁସବୁ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି, ପୂର୍ବରୁ 24.03.2020ରେ ଜାରି ହୋଇଥିବା ଗାଇଡଲାଇନ ଆଧାରରେ ଏସବୁକୁ ଅନୁମତି ଦିଆଯାଇଛି (ପରିଶିଷ୍ଟଗୁଡିକରେ ଜାରି ହୋଇଥିବା ଅନୁମତି ମଧ୍ୟ ଏଥିରେ ସାମିଲ) । ଏହା ଅତିରିକ୍ତ କେତେକ ନୂଆ କାର୍ଯ୍ୟକଳାପକୁ ମଧ୍ୟ ଅନୁମତି ଦିଆଯାଇଛି । ତେଣୁ ସଂଶୋଧିତ ଗାଇଡଲାଇନରେ ପୂର୍ବରୁ କଟକଣାରୁ ବାଦ ପଡିଥିବା କାର୍ଯ୍ୟକଳାପ ଉପରେ କୌଣସି ଅଙ୍କୁଶ ଲଗାଯାଇ ନାହିଁ । ଅବରୋଧ କ୍ଷେତ୍ରକୁ ବାଦ ଦେଲେ ପର୍ଯ୍ୟାୟକ୍ରମେ ଜାରି କରାଯାଇଥିବା ସମସ୍ତ ଗାଇଡଲାଇନରେ କୋହଳ ହୋଇଥିବା କାର୍ଯ୍ୟକଳାପ ବିନା କୌଣସି ଅତିରିକ୍ତ ଅନୁମତିରେ ଜାରି ରହିବ ।

ତେଣୁ ଏଥିପାଇଁ କୌଣସି ଅଲଗା / ସଦ୍ୟ ଅନୁମତି ଅନାବଶ୍ୟକ । ଏଥିପ୍ରତି ମଧ୍ୟ ଗୁରୁତ୍ଵ ଦିଆଯାଉଛି ଯେ, ସାମାଜିକ ଦୂରତ୍ଵ ନିୟମ ପାଳନର ଏସଓପି ପାଇଁ କୌଣସି ସଦ୍ୟ ଲାଇସେନ୍ସ କିମ୍ବା ବୈଧାନିକ ଅନୁମତି ଅନାବଶ୍ୟକ । ଏଗୁଡିକ ବିନା ଲକଡାଉନ ସମୟରେ ଅନୁମତି ପ୍ରାପ୍ତ କାର୍ଯ୍ୟକଳାପ ଜାରି ରହିପାରିବ ।

ମହାମାରୀ ନିରାକରଣ ପାଇଁ ଜାରି ହୋଇଥିବା ଲକଡାଉନ ପଦକ୍ଷେପର ଗାଇଡଲାଇନ ସମ୍ପର୍କରେ ଶିଳ୍ପ ପ୍ରତିଷ୍ଠାନ ଏବଂ କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡିକୁ ଭଲଭାବେ ଅବଗତ କରାଇବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଅନୁରୋଧ କରାଯାଇଛି । ଏହି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ଯେ, କୌଣସି ଉତ୍ପାଦନ / ବାଣିଜ୍ୟିକ ପ୍ରତିଷ୍ଠାନର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଶୋଷଣ କରିବା ଲାଗି ଏହାର ଅପବ୍ୟବହାର କରାଯିବା ଅନୁଚିତ ।

 

*********

 


(रिलीज़ आईडी: 1617675) आगंतुक पटल : 264
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Punjabi , Gujarati , Tamil , Telugu , Kannada , Malayalam