ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିଭିଲ ସେବା ଦିବସରେ ସିଭିଲ ସେବକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଓ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି

Posted On: 21 APR 2020 10:42AM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିଭିଲ ସେବା ଦିବସ ଅବସରରେ ସିଭିଲ ସେବା ଅଧିକାରୀ ଓ ସେମାନଙ୍କର ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ  ସେ ଦେଶରେ ସଭିଲ ସେବାର ପ୍ରବର୍ତକ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ସିଭିଲ ସେବା ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି । କୋଭିଡ-19ର ସଫଳ ମୁକାବିଲା ପାଇଁ ଏହି ଅଧିକାରୀଗଣ ଯେଉଁ ଉଦ୍ୟମ ଚଳାଇଛନ୍ତି ତାହାକୁ ମଧ୍ୟ ପ୍ରଶଂସା କରୁଛି । ସେମାନେ 24 ଘଣ୍ଟା କାମ କରି ବିପନ୍ନଙ୍କୁ ସାହାଯ୍ୟ କରିବା ସହ ସମସ୍ତଙ୍କୁ ସୁସ୍ଥ ରଖିବାକୁ ଉଦ୍ୟମ ଚଳାଇଛନ୍ତି ।

ଭାରତରେ ସିଭିଲ ସେବା ବା ପ୍ରଶାସନିକ ବ୍ୟବସ୍ଥାର ମୂଳଦୁଆ ପକାଇଥିବା ସର୍ଦ୍ଦାର ପଟେଲଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେଉଁ ବ୍ୟବସ୍ଥା ଓ ଢାଂଚା ତିଆରି କହିଥିଲେ ତାହା ପ୍ରଗତିବାଦୀ ଏବଂ ଅନୁକମ୍ପା ମୂଳକ ଥିଲା ।

 

**********



(Release ID: 1616781) Visitor Counter : 182