ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

କରୋନା ମୁକାବିଲା କ୍ଷେତ୍ରରେ ଆଦିବାସୀ ମନ୍ତ୍ରଣାଳୟର ବିଭିନ୍ନ ପଦକ୍ଷେପ

Posted On: 21 APR 2020 12:34PM by PIB Bhubaneshwar

କରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ କେତେକ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇ ଏହି ସଂପ୍ରଦାୟର ଲୋକଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରାଯାଇଛି । ଆହୁରି ମଧ୍ୟ ଲକଡାଉନ ଜନିତ ଗମନାଗମନ ପ୍ରତିପ୍ରନ୍ଧକ ଦୃଷ୍ଟିରୁ ଏହାର ପ୍ରଭାବ ଯେପରି ଅର୍ଥନୀତି ଓ ଆଦିବାସୀଙ୍କ ଜୀବନ ଜୀବିକା ଉପରେ ଅଧିକ ନପଡେ ସେଥିପାଇଁ ମଧ୍ୟ ମନ୍ତ୍ରଣାଳୟ କିଛି ପଦକ୍ଷେପ ଗ୍ରହଣ କରିଛି ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଏହି ମର୍ମରେ 15 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜନିଜର ନୋଡାଲ ଏଜେନ୍ସି ମାଧ୍ୟମରେ ଲଘୁ ବନଜାତ ସାମଗ୍ରୀ ପ୍ରକ୍ରିୟା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଏହି ସବୁ ସାମଗ୍ରୀ ସଂଗ୍ରହ ବେଳେ ସଂଗ୍ରହକାରୀ ଯେପରି ସର୍ବନିମ୍ନ ସହାୟକ ମୂଲ୍ୟ ପାଆନ୍ତି ସେଥିପ୍ରତି ଉପଯୁକ୍ତ ଦୃଷ୍ଟି ଦେବାକୁ କୁହାଯାଇଛି । ଓଡିଶା, ଉତ୍ତର ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଆସାମ, ଆନ୍ଧ୍ରପ୍ରଦେଶ, କେରଳ, ମଣିପୁର, ନାଗାଲାଣ୍ଡ, ପଶ୍ଚିମବଂଗ ରାଜସ୍ଥାନ, ଛତିଶଗଡ, ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଏହି ମର୍ମରେ କେନ୍ଦ୍ର  ଆଦିବାସୀ ମନ୍ତ୍ରୀ ପତ୍ର ଲେଖିଛନ୍ତି ।

କରୋନା ସଂକ୍ରମଣ କମିବାପରେ ଅର୍ଥନୀତିରେ ଅଭିବୃଦ୍ଧିହାର ପୁନର୍ବାର ବୃଦ୍ଧି କରିବାକୁ ଆବଶ୍ୟକ ରଣନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଅଧିକାରୀମାନଙ୍କୁ ନେଇ ତିନିଟି ଦଳ ଗଠନ କରାଯାଇଛି । ଇତିମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ପରିବହନ ଓ ବିକ୍ରିବଟା ପାଇଁ ଲକଡାଉନ କଟକଣାକୁ କୋହଳ କରିଛନ୍ତି । ଆଦିବାସୀଙ୍କ ସହିତ ସଫସିଲଭୁକ୍ତ ଜାତି ଓ ଅନ୍ୟାନ୍ୟ ବନବାସୀମାନେ କାଠ ବ୍ୟତୀତ ଅନ୍ୟସବୁ ଲଘୁ ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ଅମଳ, ବିକ୍ରିବଟା ପାଇଁ ଏହି ସଂଶୋଧିତ ନିର୍ଦ୍ଦେଶରେ ପୁନର୍ବାର ଅଧିକାର ପାଇଛନ୍ତି ।

ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲ ଓ ଏକଲବ୍ୟ ଆଦର୍ଶ ଡେ ବୋଡିଙ୍ଗ ସ୍କୁଲଗୁଡିକ ପାଇଁ ମନ୍ତ୍ରଣାଳୟ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେତେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏସବୁ ଶିକ୍ଷାନୁଷ୍ଠାନରେ ଛୁଟିକୁ ପରିବର୍ତ୍ତନ କରିବା ସହ ଏହି ବର୍ଗର ସବୁ ସ୍କୁଲକୁ 21 ମାର୍ଚ୍ଚ ଠାରୁ ଆସନ୍ତା ମେ 25 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସବୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତାଛଡା ମାର୍ଚ୍ଚ 24ରେ ଲକଡାଉନ ଘୋଷଣା ହେବାପରେ ଏସବୁ ସ୍କୁଲର ସମସ୍ତ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି । ତେବେ ଯେଉଁ ପିଲାମାନଙ୍କର ବୋର୍ଡ ପରୀକ୍ଷା ଅଛି କିମ୍ବା ଯେଉଁମାନେ ସ୍ୱତନ୍ତ୍ର ପାଠପଢା ବ୍ୟବସ୍ଥାରେ ଆନ୍ତର୍ଭୁକ୍ତ ହୋଇଛନ୍ତି ସେମାନଙ୍କୁ ଉପଯୁକ୍ତ ଯତ୍ନ ଓ ସୁବିଧାର ସହ କ୍ୟାମ୍ପସରେ ରଖିବାକୁ ରାଜ୍ୟ ସରକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ପରୀକ୍ଷା ସରିବା ମାତ୍ରେ ବା ସ୍ପେଶାଲ କ୍ଲାସ ହେବା ପରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ନିଜନିଜ ଘରକୁ ପଠାଇ ଦେବାର ବ୍ୟବସ୍ଥା କରିବାକୁ କୁହାଯାଇଛି । ସଂକ୍ରମଣ ନହେବାକୁ ସବୁ ସ୍କୁଲର ଶ୍ରେଣୀଗୃହ, ହଷ୍ଟେଲ, ପରିସର ଓ ଅନ୍ୟାନ୍ୟ ସାଧାରଣ ଅଂଚଳକୁ ଉପଯୁକ୍ତ ଭାବେ ବିଶୋଧନ କରାଯାଇଛି । ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶମତେ ସାଂପ୍ରତିକ ପରିସ୍ଥିତିରେ ଚଳିବାକୁ ଏସବୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପରୀକ୍ଷା ଫଳ ଡାକ କିମ୍ବା ଏସ୍ଏମଏସ ଯୋଗେ ପଠାଇପାର ବ୍ୟବସ୍ଥା କରାଯାଇଛି । ସ୍କୁଲ କ୍ୟାମ୍ପସଗୁଡିକୁ ନୂଆ ଶିକ୍ଷାବର୍ଷର ଆବଶ୍ୟକତାକୁ ଦେଖି ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । ସ୍କୁଲ ଖୋଲିବା ପୂର୍ବରୁ ଖରାଛୁଟି ସମୟରେ ଷଷ୍ଠ  ଶ୍ରେଣୀୟ ନାମ ଲେଖା ତଥା ନବମ ଓ ଏକାଦଶ ଶ୍ରେଣୀରେ ଲେଟେରାଲ ଏଣ୍ଟ୍ରି କାମ ଶେଷ କରିବାକୁ ନିର୍ଦ୍ଦେଶ ରହିଛି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଆଦିବାସୀ ସଂପ୍ରଦାୟ ଓ ସେମାନେ ବସବାସ କରୁଥିବା ଅଂଚଳକୁ ଉପଯୁକ୍ତ ଭାବେ ସରୁକ୍ଷିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ସେହିଭଳି ଏହି ବର୍ଗର ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ନୂତନ ହଷ୍ଟେଲ, ଆଶ୍ରମ ସ୍କୁଲ ଆଦି ଖୋଲିବାକୁ ଯେଉଁ ନିର୍ଦ୍ଦେଶ ରଖିଛି ତାହାର ଉପଯୁକ୍ତ ପରିପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । କରୋନା ମୁକାବିଲା ପାଇଁ ଯେଉଁ ସବୁ କଟକଣା ଓ ନୀତି ନିୟମ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଛି ତାହାକୁ ନିଷ୍ଠାର ସହ ପାଳନ କରିବାକୁ କୁହାଯାଇଛି । ତଦନୁସାରେ ସ୍କୁଲ ହଷ୍ଟେଲରେ ସାମାଜିକ ଦୂରତ୍ୱ ରକ୍ଷା, ବିଶୋଧନ ଓ ସଫେଇ, ବାହାର ଲୋକଙ୍କ ପ୍ରବେଶ ନିଷେଧକୁ କଡାକଡି ପାଳନ କରାଯାଉଛି । ଏହାଛଡା ଛାତ୍ରଛାତ୍ରୀ ଓ ଅନ୍ତେବାସୀମାନଙ୍କୁ ସାନିଟାଇଜର, ମାସ୍କ, ସାବୁନ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗଇ ଦିଆଯାଉଛି ।

ଏହା ବ୍ୟତୀତ ମନ୍ତ୍ରଣାଳୟ ଏହି ବର୍ଗର ଛାତ୍ରଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ବୃତ୍ତି ଓ ଅନ୍ୟାନ୍ୟ ବୃତ୍ତି ଯାହା 2020 ମାର୍ଚ୍ଚ 31 ସୁଦ୍ଧା ପ୍ରଦାନ କରାଯାଇ ପାରିନଥିଲା ତାହାକୁ ଯୋଗାଇ ଦେବାର ବ୍ୟବସ୍ଥା  କରାଯାଇଛି । ମାଟ୍ରିକ ପୂର୍ବ ଓ ପରବର୍ତ୍ତି ବୃତ୍ତି ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଦେବା ପାଇଁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି । ଅର୍ଥର ଅଭାବ ରହିଲେ ତାହା ମନ୍ତ୍ରଣାଳୟକୁ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି ।

ବିଦେଶରେ ପଢୁଥିବା ଆଦବାସୀ ଛାତ୍ରଛାତ୍ରୀଙ୍କ ବୃତ୍ତି ଦୂତାବାସ ଜରିଆରେ ପଠାଇବାକୁ ହୋଇଥିବା ଅନୁରୋଧକୁ ମଞ୍ଜୁର କରାଯାଇଛି । ସେହିଭଳି ୟୁନିସେଫ ସହାୟତାରେ  ଟ୍ରାଇଫେଡ୍ ଏକ ୱେବିନାର ଆୟୋଜନ କରି ଜନଧନ ବିକାଶ କେନ୍ଦ୍ରର ସଦସ୍ୟମାନଙ୍କ ମଧ୍ୟରେ କୋଭିଡ ଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିଛି । ଆଦିବାସୀ ମନ୍ତ୍ରଣାଳୟର  ଆର୍ଥିକ ସହାୟତାରେ ସ୍ୱେଚ୍ଛାସେବୀ ସଂଗଠନ ଆଦିବାସୀ ଅଂଚଳରେ ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ରିଲିଫ ଯୋଗାଇ ଦେଇଛନ୍ତି । ମନ୍ତ୍ରଣାଳୟ ଦ୍ୱାରା ପଞ୍ଜିକୃତ ସବୁ ସ୍ୱେଚ୍ଛାସେବୀ ସଂଗଠନକୁ 2019-20 ବର୍ଷ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି । ଏଥିରେ କାହାର କିଛି ଆପତ୍ତି ଥିଲେ ଅନଲାଇନ ବ୍ୟବସ୍ଥାରେ ତାହାର ସମାଧାନ କରାଯାଉଛି ।

 

**********



(Release ID: 1616778) Visitor Counter : 222