ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଢାବା ଓ ଟ୍ରକ ମରାମତି ଦୋକାନ ତାଲିକା ସମ୍ବଳିତ ଡ଼େସବୋର୍ଡ ଆରମ୍ଭ

• ଲକଡାଉନରେ ଟ୍ରକ ଚାଳକଙ୍କ ସୁବିଧା ପାଇଁ ୱେବସାଇଟରେ ଉପଲବ୍ଧ

Posted On: 20 APR 2020 4:49PM by PIB Bhubaneshwar

ଲକଡାଉନ ସମୟରେ ମାଲ ପରିବହକାରୀ ଟ୍ରକ ଚାଳକ ଓ ସହାୟକ କର୍ମଚାରୀଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ଥିବା ଢାବା ଓ ଟ୍ରକ ମରାମତି ଦୋକାନ ଆଦି ସମ୍ପର୍କରେ ତଥ୍ୟ ସମ୍ବଳିତ ଏକ ଡ୍ୟାସବୋର୍ଡ ଲିଙ୍କ ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟରେ ପ୍ରଦାନ କରାଯାଇଛି ଜାତୀୟ ରାଜପଥ ପ୍ରାଧିକରଣ, ରାଜ୍ୟ ସରକାର, ତୈଳ ବିପଣନ କମ୍ପାନୀ ଭଳି ବିଭିନ୍ନ ସଂଗଠନ ସଂସ୍ଥା ଓ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରଦତ୍ତ ଏହିସବୁ ଢାବା ଓ ମରାମତି ଦୋକାନର ତଥ୍ୟ ଏହି ଡ୍ୟାସବୋର୍ଡରେ ଉପଲବ୍ଧ

https://morth.nic.in/dhabas-truck-repair-shops-opened-during-covid-19 ଲିଙ୍କ ଦ୍ଵାରା ଏହାକୁ ଆକ୍ସେସ କରିହେବ

କରୋନା ସଂକ୍ରମଣ ଭଳି ଏକ ଆହ୍ଵାନ ପରିସ୍ଥିତିରେ ଦେଶର ବିଭନ୍ନ ସ୍ଥାନକୁ ଟ୍ରକ ଯୋଗେ ଅତ୍ୟାବଶ୍ୟକ ସାମାତୃ ପ୍ରେରଣ କରାଯାଉଛି ମାତ୍ର ଏବେ ସାରା ଦେଶରେ ଲକଡାଉନ ଲାଗୁ ହୋଇଥିବାରୁ ଏହି ଜରୁରୀକାଳିନ ପରିବହନ କାର୍ଯ୍ୟରେ ସମ୍ପୃକ୍ତ ଟ୍ରକ ଚାଳକ ଓ କ୍ଳିନରମାନେ ଖାଇବା ପିଇବା ଓ ଆବଶ୍ୟକସ୍ଥଳେ ଗାଡି ମରାମତି କରିବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜାତୀୟ ରାଜପଥ, ପ୍ରମୁଖ ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଢାବା ଓ ମରାମତି ଦୋକାନଗୁଡିକୁ କର୍ତ୍ତୃପକ୍ଷ ଚାଲୁ କରିଛନ୍ତି । ଯେଉଁସବୁ ଢାବା ଓ ମରାମତି ଦୋକାନ ଲକଡାଉନ ସମୟରେ ସେବା ଯୋଗାଉଛନ୍ତି ତାହା ଟ୍ରକ ଚାଳକମାନେ ସୁବିଧାରେ ଜାଣିବା ଜରୁରି । ତାହାକୁ ଦୃଷ୍ଟିରେ ରଖି ସଡକ ପରିବହନ ମନ୍ତ୍ରଣାଳୟ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ, ତୈଳ ବିପଣନ କମ୍ପାନୀ ଓ ଅନ୍ୟାନ୍ୟ ସଂସ୍ଥାଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରି ତଥ୍ୟ ସଂଗ୍ରହ କରୁଛି ଓ ଏହାକୁ ଡ୍ୟାସବୋର୍ଡ ସହାୟତାରେ ଅପଡେଟ କରୁଛି ।

ଟ୍ରକ ଚାଳକମାନଙ୍କୁ ଜରୁରି ସୂଚନା ଯୋଗାଇଦେବା ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣ 1033 କେନ୍ଦ୍ରୀକୃତ କଲ ନମ୍ବର ଜାରିକରିଛି । ଆହୁରି ମଧ୍ୟ ମାଲ ପରିବହନ, ଢାବା ଓ ମରାମତି ଦୋକାନ ବ୍ୟବହାର କରିବା ସମୟରେ ଆବଶ୍ୟକ ସ୍ଵାସ୍ଥ୍ୟଗତ ସତର୍କତା ଓ ସାମାଜିକ ଦୁରତ୍ଵ ରକ୍ଷା ପାଳନ କରିବା ନିମନ୍ତେ ଟ୍ରକ ଚାଳକ ଓ କ୍ଳିନରମାନଙ୍କୁ ବାରମ୍ଭାର ଅବଗତ କରାଯାଉଛି ।

**********



(Release ID: 1616568) Visitor Counter : 217