ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

କୋଭିଡ-19 ବିରୋଧରେ ସଂଗ୍ରାମ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ବିଭିନ୍ନ ପଦକ୍ଷେପ

• 80ଟି କେନ୍ଦ୍ରୀୟ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ପରିଣତ
• ଅନଲାଇନରେ 7 ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି 32,247 ଶିକ୍ଷକ

Posted On: 20 APR 2020 1:18PM by PIB Bhubaneshwar

କୋଭିଡ-19 ମହାମାରୀର ମୁକାବିଲା କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ନେଇଛିଦେଶବ୍ୟାପୀ ଶିକ୍ଷାନୁଷ୍ଠାନଗୁଡିକୁ ବିଶୋଧନ କରାଯିବା ପୂର୍ବକ ଅନ୍ୟାନ୍ୟ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି ଦିଗରେ ମନ୍ତ୍ରଣାଳୟର ମୁଖ୍ୟ ସଂଗଠନ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକ ଅନେକ ପଦକ୍ଷେପ ନେଇଛନ୍ତି

ଆସନ୍ନ ବିପତ୍ତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରେଣୀକକ୍ଷ ଗୁଡିକୁ ଅସ୍ଥାୟୀ ବାସଗୃହରେ ପରିଣତ କରାଯାଇଛିଦେଶର ବିଭିନ୍ନ ସ୍ଥାନରୁ 80ଟି କେନ୍ଦ୍ରୀୟ ବିଦ୍ୟାଳୟକୁ ସଂଗରୋଧ କେନ୍ଦ୍ରରେ ପରିଣତ କରାଯାଇଛି

ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠିକୁ ଦାନ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଶିକ୍ଷକ ଅଣ ଶିକ୍ଷକମାନେ ମିଶି 10,40,60,536ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତିଏହି ଦାନର ପରିମାଣ ଗୋଟିଏ ଦିନର ବେତନଠାରୁ ଆରମ୍ଭ କରି 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଶିକ୍ଷକମାନଙ୍କ ପଦକ୍ଷେପ

ଦାୟିତ୍ୱବାନ ଶିକ୍ଷକ ପରାମର୍ଶଦାତାର ଭୂମିକା ତୁଲାଇ ଏଭଳି କୋଭିଡ-19 ବିଶ୍ୱମାରୀ ସମୟରେ ଅନଲାଇନ ଜରିଆରେ ଶିକ୍ଷାଦାନ ପଦ୍ଧତିକୁ ଗ୍ରହଣ କରିଛନ୍ତିକେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ସମସ୍ତ ଅଧ୍ୟକ୍ଷ ଶିକ୍ଷକମାନେ ସମୟରେ ଅନଲାଇନ ଜରିଆରେ ଶିକ୍ଷାଦାନକୁ ଅବ୍ୟାହତ ରଖିଛନ୍ତିଏଥିପାଇଁ ଆବଶ୍ୟକ ପ୍ରୋଟୋକଲ ମଧ୍ୟ ପ୍ରସ୍ତୁତ ହୋଇଛି

ମୁକ୍ତ ବିଦ୍ୟାଳୟ ବ୍ୟବହାର

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ମାଧ୍ୟମିକ ଉଚ୍ଚ ମାଧ୍ୟମିକ ଶ୍ରେଣୀ ନିମନ୍ତେ ସ୍ୱୟଂପ୍ରଭା ପୋର୍ଟାଲରୁ ପାଠପଢ଼ା ଗତ 7 ତାରିଖଠାରୁ ଆରମ୍ଭ ହୋଇଛିବିଦ୍ୟାଳୟଗୁଡିକ ପକ୍ଷରୁ ଶିକ୍ଷକ, ଛାତ୍ରଛାତ୍ରୀ ସେମାନଙ୍କ ମାତାପିତାଙ୍କୁ ସଂକ୍ରାନ୍ତରେ ଖବର ଦିଆଯାଇଛିଶିକ୍ଷକମାନଙ୍କୁ ବିଦ୍ୟାର୍ଥୀମାନଙ୍କ ସହ -ମେଲ, ହ୍ୱାଟସଅପ ଏସଏମଏସ ଜରିଆରେ ସମ୍ପର୍କରେ ରହିବା ପାଇଁ କୁହାଯାଇଛି

ପ୍ରତ୍ୟକ୍ଷ ମତବିନିମୟ ପାଇଁ ଶିକ୍ଷକ ମନୋନିତ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସ୍ୱୟଂପ୍ରଭା ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀଙ୍କର ସନ୍ଦେହ ଦୂର କରିବା ପାଇଁ କେତେକ ଶିକ୍ଷକଙ୍କୁ ମନୋନିତ କରିଛିଏହି ମନୋନିତ ଶିକ୍ଷକମାନେ ଏଥିପାଇଁ ନୋଟ ପ୍ରସ୍ତୁତ କରି ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର କରିବା ପାଇଁ ଚେଷ୍ଟା କରୁଛନ୍ତି

ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ

କୋଭିଡ-19 ବିଶ୍ୱମାରୀ ଯୋଗୁ ବିଦ୍ୟାଳୟଗୁଡିକ ହଠାତ ବନ୍ଦ ହୋଇଯିବାରୁ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବାକୁ ପାଇଁ ଅନଲାଇନ ସାହାଯ୍ୟ ନେବା ସହ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଯେପରି ଅତୁଟ ରହିବ ଏହା ମଧ୍ୟ ଦେଖୁଛନ୍ତିସେ ଦୃଷ୍ଟିରୁ ଦେଶବ୍ୟାପୀ ସମସ୍ତ ବିଦ୍ୟାଳୟଗୁଡିକୁ ଦିଗରେ ପରାମର୍ଶ ଦିଆଯାଇଛି

ସମସ୍ତ ବିଦ୍ୟାଳୟ ଏହି ନିର୍ଦ୍ଦେଶଗୁଡିକୁ ତ୍ୱରାନ୍ୱିତ କରିବା ନେଇ ଏକ ସାପ୍ତାହିକ ଖସଡା ପ୍ରସ୍ତୁତ କରିଛନ୍ତିମିଳିଥିବା ସର୍ବଶେଷ ରିପୋର୍ଟ ଅନୁସାରେ

  1. ଦେଶବ୍ୟାପୀ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଉତ୍ସର୍ଗୀକୃତ -ମେଲ ଜରିଆରେ ପରାମର୍ଶ ଦିଆଯାଉଛି
  2. ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ଶିକ୍ଷକମାନଙ୍କୁ ଚିହ୍ନଟ କରାଯାଇଛି
  3. 331 ଜଣ ତାଲିମପ୍ରାପ୍ତ ପରାମର୍ଶଦାତା ଚୁକ୍ତିଭିତ୍ତିରେ ନିଯୁକ୍ତି ପାଇଛନ୍ତିଯେଉଁ ସ୍କୁଲରେ ଚୁକ୍ତିଭିତ୍ତିକ ତାଲିମଦାତା ନାହାନ୍ତି ଆଖପାଖ ବିଦ୍ୟାଳୟରୁ ସେମାନଙ୍କ ସେବାର ଉପଯୋଗ କରିବା ପାଇଁ କୁହାଯାଇଛି
  4. ଏନସିଇଆରଟି ତାଲିମ ପାଇଥିବା 268 ଜଣ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକଙ୍କୁ ଏଥିରେ ସାମିଲ କରାଯାଇଛି
  5. ଗତ ଶୁକ୍ରବାର ସୁଦ୍ଧା 2393 ଜଣ ଶିକ୍ଷାର୍ଥୀ 1648 ଅଭିଭାବକଙ୍କଠାରୁ ବିଭିନ୍ନ ପ୍ରଶ୍ନ ଗ୍ରହଣ କରାଯାଇ ତାହାର ଉତ୍ତର ଦିଆଯାଇଛି

****************



(Release ID: 1616433) Visitor Counter : 245