ରେଳ ମନ୍ତ୍ରଣାଳୟ

ଲକଲଡାଉନ କାଳରେ ରେଳବାଇ ତରଫରୁ ଦେଶବ୍ୟାପୀ 1150 ଟନ ଔଷଧ ସାମଗ୍ରୀ ପରିବହନ

• ଲକଡାଉନ କାଳରେ ଔଷଧ ଏବଂ ଅନ୍ୟ ଚିକିତ୍ସା ଉପକରଣର ପରିବହନକୁ ଜୋନାଲ ରେଳବାଇ ଦ୍ଵାରା ପରିଚାଳିତ ସମୟବଦ୍ଧ ପାର୍ସଲ ଟ୍ରେନ ବଳ ଯୋଗାଉଛି

प्रविष्टि तिथि: 19 APR 2020 3:27PM by PIB Bhubaneshwar

କୋଭିଡ-19 ମହାମାରୀ ଯୋଗୁଁ ଦେଶବ୍ୟାପୀ ଘୋଷିତ ଲକଡାଉନ କାଳରେ ଚିକିତ୍ସା ସାମଗ୍ରୀର ପରିବହନକୁ ସୁନିଶ୍ଚିତ କରିବା ଲାଗି ଭାରତୀୟ ରେଳ ପ୍ରାଥମିକତା ପ୍ରଦାନ କରୁଛି ଦେଶରେ କରୋନା ଭୂତାଣୁର ମୁକାବିଲା ଲାଗି ସରକାରଙ୍କ ପ୍ରୟାସକୁ ମଜବୁତ କରିବା ଦିଗରେ ଭାରତୀୟ ରେଳ ଦ୍ଵାରା ପରିଚାଳିତ ସମୟବଦ୍ଧ ପାର୍ସଲ ଟ୍ରେନ ଔଷଧ, ମାସ୍କ, ହସ୍ପିଟାଲ ଉପକରଣ ଓ ଚିକିତ୍ସା ସାମଗ୍ରୀର ବିତରଣ ଜାରି ରଖିଛି ।

ଦେଶର ବିଭିନ୍ନ ଭାଗକୁ ଏପ୍ରିଲ 18, 2020 ସୁଦ୍ଧା ଭାରତୀୟ ରେଳ 1150 ଟନ ଚିକିତ୍ସା ଉପକରଣ ପରିବହନ କରିଛି । ନିମ୍ନରେ ଜୋନବାରୀ ପରିବହନ କରାଯାଇଥିବା ଚିକିତ୍ସା ଉପକରଣର ସୂଚୀ ପ୍ରଦତ୍ତ କରାଯାଇଛି:

କ୍ରମିକ ସଂଖ୍ୟା

ଜୋନ

ଓଜନ (ଟନରେ)

1

ଦକ୍ଷିଣାଞ୍ଚଳ ରେଳପଥ

83.13

2

ଦକ୍ଷିଣପୂର୍ବ କେନ୍ଦ୍ରୀୟ ରେଳପଥ

15.10

3

ପୂର୍ବ କେନ୍ଦ୍ରୀୟ ରେଳପଥ

1.28

4

ଉତ୍ତର ପୂର୍ବାଞ୍ଚଳ ରେଳପଥ

2.88

5

ପୂର୍ବ ଉପକୂଳ ରେଳପଥ

1.06

6

ଦକ୍ଷିଣ କେନ୍ଦ୍ରୀୟ ରେଳପଥ

47.22

7

କେନ୍ଦ୍ରୀୟ ରେଳପଥ

135.64

8

ଉତ୍ତର କେନ୍ଦ୍ରୀୟ ରେଳପଥ

74.32

9

ପଶ୍ଚିମ କେନ୍ଦ୍ରୀୟ ରେଳପଥ

27.17

10

ଦକ୍ଷିଣ ପୂର୍ବାଞ୍ଚଳ ରେଳପଥ

2.82

11

ଦକ୍ଷିଣ ପଶ୍ଚିମାଞ୍ଚଳ ରେଳପଥ

12.10

12

ପୂର୍ବାଞ୍ଚଳ ରେଳପଥ

8.52

13

ଉତ୍ତର ପୂର୍ବ ସୀମାନ୍ତ ରେଳପଥ

2.16

14

ଉତ୍ତର ପଶ୍ଚିମାଞ୍ଚଳ ରେଳପଥ

8.22

15

ପଶ୍ଚିମାଞ୍ଚଳ ରେଳପଥ

328.84

16

ଉତ୍ତରାଞ୍ଚଳ ରେଳପଥ

399.71

ମୋଟ

1150.17 ଟନ

ଏଭଳି ସଂକଟପୂର୍ଣ୍ଣ ମୁହୂର୍ତ୍ତରେ ଭାରତୀୟ ରେଳ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଉଛି

 

**********


(रिलीज़ आईडी: 1616146) आगंतुक पटल : 289
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Punjabi , Gujarati , Tamil , Telugu , Kannada