ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କୋଭିଡ-19 ମହାମାରୀ ଯୋଗୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଦାଦନ ଶ୍ରମିକଙ୍କ ଯାତାୟାତ ନିମନ୍ତେ ନିୟମାବଳୀ

• ଶ୍ରମିକମାନେ ଯେଉଁ ରାଜ୍ୟରେ ରହିଛନ୍ତି ବର୍ତ୍ତମାନ ପାଇଁ ସେହିଠାରେ ହିଁ ରହିବେ
• ରାଜ୍ୟ ମଧ୍ୟରେ ନିଜ କର୍ମସ୍ଥଳୀକୁ ଯିବାକୁ ଅନୁମତି ମିଳିବ

Posted On: 19 APR 2020 3:37PM by PIB Bhubaneshwar

କୋଭିଡ-19 ମହାମାରୀ ସଂକ୍ରମଣ ଯୋଗୁ କୃଷି, କଳକାରଖାନା, ନିର୍ମାଣ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ନିଜ କର୍ମସ୍ଥଳୀରୁ ଯାଇ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କ ଦ୍ୱାରା ସ୍ଥାପିତ ରିଲିଫ ଶିବିର ଆଶ୍ରୟସ୍ଥଳୀ ଗୁଡିକରେ ରହୁଛନ୍ତିକେତେ ଗୁଡିଏ ଆବଦ୍ଧ ଅଞ୍ଚଳକୁ ଛାଡ଼ି ବାକି ସ୍ଥାନରେ ଆସନ୍ତା 20 ତାରିଖଠାରୁ ସଂଶୋଧିତ ନିୟମାବଳୀ ଅନୁସାରେ କାର୍ଯ୍ୟ ଆରମ୍ଭ ହେଉଥିବାରୁ ଏହି ଶ୍ରମିକମାନେ କଳକାରଖାନା, ନିର୍ମାଣ ଶିଳ୍ପ, କୃଷି ମନରେଗା ଆଦି କାର୍ଯ୍ୟରେ ନିୟୋଜିତ ହୋଇପାରିବେ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବ ନିର୍ଦ୍ଦେଶ 29 ମାର୍ଚ୍ଚ, 15 ଏବଂ 16 ଏପ୍ରିଲ 2020 ଅନୁସାରେ ଫସି ରହିଥିବା ଶ୍ରମିକମାନଙ୍କ ପାଇଁ ଏକ ଏସଓପି ଜାରି କରାଯାଇଛିଏହି ଏସଓପି ରାଜ୍ୟ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇ କଡାକଡି ଅନୁପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛିସଂପୃକ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସେମାନଙ୍କ ଯାତାୟାତ ସୁବିଧା ପାଇଁ ନିମ୍ନରେ ଦିଆଯାଇଥିବା ମାର୍ଗଦର୍ଶିକାକୁ ଅନୁସରଣ କରାଯିବ

  • ଯେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ଦାଦନ ଶ୍ରମିକ ରହୁଛନ୍ତି ସେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ନାମ ପଞ୍ଜୀକୃତ କରିବା ସହ ନିଜର ପେଶା ସମ୍ପର୍କରେ ଉଲ୍ଲେଖ କରିବେଏହା ସେମାନଙ୍କୁ ସେମାନଙ୍କ ପେଶା ସହ ସଂଶ୍ଳିଷ୍ଟ କାର୍ଯ୍ୟ ଯୋଗାଇବାରେ ସାହାଯ୍ୟ କରିବ
  • ଯେଉଁ ଶ୍ରମିକ ଗୋଷ୍ଠୀ ସେହି ରାଜ୍ୟ ମଧ୍ୟରେ ଥିବା ନିଜର କର୍ମକ୍ଷେତ୍ରକୁ ଫେରିବାକୁ ଚାହୁଁଥିବେ ସେମାନଙ୍କ ସ୍ୱାସ୍ଥ୍ୟଗତ ପରୀକ୍ଷା କରାଯାଇ ନିଜ ନିଜ କର୍ମସ୍ଥଳୀକୁ ଯିବାକୁ ଅନୁମତି ମିଳିବ
  • ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଶ୍ରମିକମାନେ ଯେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ଅଛନ୍ତି ବର୍ତ୍ତମାନ ପରିସ୍ଥିତିରେ ସେମାନେ ଅନ୍ୟ ରାଜ୍ୟକୁ ଯାଇପାରିବେ ନାହିଁ
  • ସେମାନେ ଯେଉଁ ବସରେ ଯାତ୍ରା କରିବେ ସେଥିରେ ସାମାଜିକ ଦୂରତ୍ୱ କଡାକଡି ଭାବେ ପାଳନ କରାଯିବ ପରିବହନ ପାଇଁ ଉଦ୍ଦିଷ୍ଟ ବସକୁ ସ୍ୱାସ୍ଥ୍ୟବିଭାଗ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମୁତାବକ ବିଶୋଧନ କରାଯିବ
  • କୋଭିଡ-19 ପରିସ୍ଥିତିର ପରିଚାଳନା ପାଇଁ ଏପ୍ରିଲ 15 ତାରିଖରେ ଜାରି ହୋଇଥିବା ଜାତୀୟ ମାର୍ଗଦର୍ଶିକାକୁ କଡାକଡି ପାଳନ କରିବାକୁ ପଡିବ
  • ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସମୟରେ ସ୍ଥାନୀୟ କର୍ତ୍ତୃପକ୍ଷ ସେମାନଙ୍କୁ ଖାଦ୍ୟ ପାନୀୟ ଜଳ ଯୋଗାଇ ଦେବେ

 

*******************



(Release ID: 1616056) Visitor Counter : 190