କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

ପେନସନ ହ୍ରାସ କରିବାର କୌଣସି ପ୍ରସ୍ତାବ ନାହିଁ: ସରକାର

ପୋଷ୍ଟ କରାଯିବା ଦିନାଙ୍କ: 19 APR 2020 12:38PM by PIB Bhubaneswar

କରୋନା ମହାମାରୀ ପରିପ୍ରେକ୍ଷୀରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଂକଟର ମୁକାବିଲା ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ହ୍ରାସ କିମ୍ବା ଏହାକୁ ବନ୍ଦ କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ସମ୍ପର୍କରେ କାର୍ମିକ ମନ୍ତ୍ରଣାଳୟର ପେନସନ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ କରୋନା ମହାମାରୀ କାଳରେ ନାନା ପ୍ରକାର ଗୁଜବ ପ୍ରଚାରିତ ହେଉଛିପେନସନ ବନ୍ଦ ହ୍ରାସ ନେଇ ଏମିତି କିଛି ଗୁଜବ ପ୍ରଚାରିତ ହେବା ଫଳରେ ଏହା ପେନସନଭୋଗୀଙ୍କ ଚିନ୍ତା ବଢ଼ାଇଛିତେବେ ଏହା ଏକ ଗୁଜବ ଏବଂ ଏଥିରେ କୌଣସି ସତ୍ୟତା ନାହିଁସରକାରଙ୍କର ପେନସନ ହ୍ରାସ କିମ୍ବା ବନ୍ଦ କରିବାର କୌଣସି ପ୍ରସ୍ତାବ ନାହିଁ ଏବଂ ଏପରି ଗୁଜବରେ ବିଶ୍ୱାସ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି

ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ପେନସନ ବନ୍ଦ କିମ୍ବା ହ୍ରାସ କରିବାର ବିଚାର ମଧ୍ୟ ସରକାରଙ୍କର ନାହିଁଏକଥା ପୂର୍ବରୁ କୁହାଯାଇଥିଲା ସରକାର ପେନସନଭୋଗୀଙ୍କ କଲ୍ୟାଣ ପାଇଁ ଅଙ୍ଗୀକୃତ ଏବଂ କୌଣସି ଗୁଜବରେ ବିଭ୍ରାନ୍ତ ନହେବାକୁ ବିଭାଗ ପକ୍ଷରୁ ପେନସନଭୋଗୀଙ୍କୁ ପରାମର୍ଶ ଦିଆଯାଇଛି

 

**************


(ରିଲିଜ ଆଡି: 1615992) ପରିଦର୍ଶକ କାଉଣ୍ଟର : 228