ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 17 APR 2020 8:56PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ମହାମହିମ ସିରିଲ ରାମଫୋସାଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଥିଲେ

କୋଭିଡ-19 ମହାମାରୀ ସଂକ୍ରମଣ ଯୋଗୁଁ ଉପୁଜିଥିବା ଘରୋଇ, ଆଞ୍ଚଳିକ ଏବଂ ବୈଶ୍ଵିକ ଆହ୍ୱାନର ମୁକାବିଲା ଦିଗରେ ଉଭୟ ନେତା ମତ ବିନିମୟ କରିଥିଲେ । ଦେଶବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଦୁଇ ଦେଶର ସରକାରଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ ସହିତ ଆର୍ଥିକ ପ୍ରଭାବକୁ ହ୍ରାସ କରିବା ଦିଗରେ ସେମାନେ ଆଲୋଚନା କରିଥିଲେ ।

ଏହି ଆହ୍ଵାନମୂଳକ ସମୟରେ ଦକ୍ଷିଣ ଆଫ୍ରିକାକୁ ଅତ୍ୟାବଶ୍ୟକ ଔଷଧ ଯୋଗାଣ ଦିଗରେ ଭାରତ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ଆଫ୍ରିକା ସଂଘ ଅଧ୍ୟକ୍ଷ ଭାବେ ନିଜର ବର୍ତ୍ତମାନ କ୍ଷମତା ଦ୍ଵାରା ରାଷ୍ଟ୍ରପତି ରାମଫୋସା ନେଇଥିବା ସକ୍ରିୟ ଭୂମିକାର ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । 

ଭାରତ ଏବଂ ଆଫ୍ରିକା ମଧ୍ୟରେ ବହୁଦିନରୁ ଚାଲି ଆସିଥିବା ମୈତ୍ରୀପୂର୍ଣ୍ଣ ସମ୍ବନ୍ଧ ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଯାତାୟାତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାମାରୀ ବିରୁଦ୍ଧରେ ଲଢେଇ ଜାରି ରଖିବା ଲାଗି ଆଫ୍ରିକାକୁ ସମସ୍ତ ପ୍ରକାରର ସାହାଯ୍ୟ ଓ ସମର୍ଥନ ଭାରତ ଯୋଗାଇଦେବ ।   

 

**********



(Release ID: 1615634) Visitor Counter : 155