ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ଇଜିପ୍ଟ ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 17 APR 2020 8:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଜିପ୍ଟ ରାଷ୍ଟ୍ରପତି ମହାମହିମ ମିଷ୍ଟର ଅବଦେଲ ଫତ୍ତେ ଏଲ-ସିସିଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି

ଉଭୟ ନେତା କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ବୈଶ୍ଵିକ ସ୍ଥିତି ଉପରେ ଚର୍ଚ୍ଚା କରିଥିଲେ ଏବଂ ନିଜ ନିଜ ଦେଶରେ ଲୋକଙ୍କ ସୁରକ୍ଷା ପାଇଁ ସେମାନଙ୍କ ସରକାର ଦ୍ଵାରା ନିଆଯାଇଥିବା ପଦକ୍ଷେପ ନେଇ ସୂଚନାର ଆଦାନପ୍ରଦାନ କରିଥିଲେ । ଦୁଇ ଦେଶ ମଧ୍ୟରେ ଅନୁଭୂତି ଏବଂ ସର୍ବୋତ୍ତମ ଅଭ୍ୟାସ ଉପଯୋଗର ନିରନ୍ତର ବିନିମୟ ଲାଗି ସହମତ ହୋଇଥିଲେ । 

ଇଜିପ୍ଟ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଆଶ୍ଵାସନା ଦେଇ କହିଥିଲେ ଯେ, ଏଭଳି ଜଟିଳ ସମୟରେ ଭାରତ ଉପଲବ୍ଧ ଔଷଧ ଯୋଗାଣ ସୁନିଶ୍ଚିତ କରିବା ଲାଗି ଯଥା ସମ୍ଭବ ସହାୟତା ପ୍ରଦାନ କରିବ ଇଜିପ୍ଟରେ ରହିଥିବା ଭାରତୀୟଙ୍କୁ ସହାୟତା ଯୋଗାଇଥିବାରୁ ରାଷ୍ଟ୍ରପତି ଏଲ-ସିସିଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

ଉଭୟ ଦେଶର ଟିମ ମଧ୍ୟରେ ସମନ୍ଵୟ ଏବଂ ନିଜ ନିଜର ଅନୁଭୂତିକୁ ବାଣ୍ଟିବା ନେଇ ସମ୍ପର୍କରେ ରହିବା ଲାଗି ଦୁଇ ନେତା ସହମତି ପ୍ରକାଶ କରିଥିଲେ ।

 

 

**********



(Release ID: 1615539) Visitor Counter : 178