ରେଳ ମନ୍ତ୍ରଣାଳୟ

କୋଭିଡ-19 ଲକଡାଉନ ଅବଧି ବୃଦ୍ଧି

• ସମସ୍ତ ପାସେଞ୍ଜର ଟ୍ରେନ ସେବା ମେ’ 3 ଯାଏଁ ବାତିଲ
• ପ୍ରିମିୟମ ଟ୍ରେନ, ମେଲ/ ଏକ୍ସପ୍ରେସ, ସବଅର୍ବାନ, କୋଲକତା ମେଟ୍ରୋ ଓ କୋଙ୍କଣ ରେଳବାଇ ସେବା ମଧ୍ୟ ବନ୍ଦ ରହିବ
• ଅନ୍ୟାଦେଶ ପର୍ଯ୍ୟନ୍ତ ସବୁ ଟିକେଟ କାଉଣ୍ଟର ବନ୍ଦ ରହିବ

Posted On: 14 APR 2020 1:58PM by PIB Bhubaneshwar

କରୋନା ସଂକ୍ରମଣ (କୋଭିଡ-19)କୁ ରୋକିବା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନକୁ ଆସନ୍ତା ମେ ତିନି ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହାଫଳରେ ତିନି ସପ୍ତାହ ଧରି ଲାଗୁ ହୋଇଥିବା ଏହି ତାଲାବନ୍ଦ ବ୍ୟବସ୍ଥା ଆଉ 20 ଦିନ ବଢିଛି । ସରକାରଙ୍କର ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ତାହାର ସମସ୍ତ ପାସେଞ୍ଜର ଟ୍ରେନ ସେବାକୁ ମେ 3 ତାରିଖ ପର୍ଯ୍ୟନ୍ତ ବାତିଲ କରିଛି । ଏଥିରେ ପ୍ରିମିୟମ ଟ୍ରେନ, ମେଲ/ ଏକ୍ସପ୍ରେସ, ସବଅର୍ବାନ, କୋଲକତା ମେଟ୍ରୋ ଓ କୋଙ୍କଣ ରେଳବାଇ ସେବା ଅନ୍ତର୍ଭୁକ୍ତ ।

ସବୁ ଟିକେଟ କାଉଣ୍ଟର ଏବଂ ୟୁଟିଏସ ଓ ପିଆରଏସକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏହି ସମୟ ମଧ୍ୟରେ ରେଳ ଯାତ୍ରା ପାଇଁ ଅଗ୍ରୀମ ଟିକେଟ କିମ୍ବା ଇ-ଟିକେଟ ହୋଇପାରିବ ନାହିଁ । ତେବେ ଯେଉଁମାନେ ଚାହିଁବେ ସେମାନେ ଏହି ସମୟରେ ଅନଲାଇନ ଟିକେଟ ବାତିଲ  କରିପାରିବେ । ଏଥିପାଇଁ ସୁବିଧା ଉପଲବ୍ଧ ରହିବ ।

ଯାତ୍ରା ପାଇଁ ପୂର୍ବରୁ ହୋଇଥିବା ସଂରକ୍ଷିତ ଟିକେଟକୁ ବାତିଲ କଲେ ସମସ୍ତ ଖର୍ଚ୍ଚ ଫେରସ୍ତ ମିଳିବ । ଆହୁରି ମଧ୍ୟ ଏ ପର୍ଯ୍ୟନ୍ତ ବାତିଲ ଘୋଷିତ ହୋଇନଥିବା କୌଣସି ଟ୍ରେନ ପାଇଁ ଯଦି କେହି ଅଗ୍ରୀମ ଟିକେଟ ବୁକିଂ କରିଥାନ୍ତି ସେମାନେ ଚାହିଁଲେ ତାହାକୁ ବାତିଲ କରିପାରିବେ ଏବଂ ସେଥିପାଇଁ ସଂପୂର୍ଣ୍ଣ ଅର୍ଥ ଫେରସ୍ତ କରାଯିବ ।

ଏବେ ଯେଉଁ 20 ଦିନ ପାଇଁ ରେଳଯାତ୍ରୀ ସେବା ବାତିଲ ହେଲା ଏହି ସମୟ ମଧ୍ୟରେ ଯାତ୍ରା ପାଇଁ ଯେଉଁମାନେ ଅଗ୍ରୀମ ଟିକେଟ କରିଥିଲେ ସେମାନଙ୍କୁ ଅନଲାଇନ ବ୍ୟବସ୍ଥାରେ ରେଳବାଇ ସ୍ୱୟଂକ୍ରିୟ ବ୍ୟବସ୍ଥାରେ ଅର୍ଥ ଫେରାଇ ଦେବ । ଯେଉଁମାନେ କାଉଣ୍ଟରରୁ ଅଗ୍ରୀମ ଟିକେଟ କିଣିଛନ୍ତି ସେମାନେ ଆସନ୍ତା ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଭଡା ବାବଦ ଅର୍ଥ ଫେରିପାଇବେ ।

 

**********



(Release ID: 1614470) Visitor Counter : 195