ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

କୋଭିଡ୍-19 ଉପରେ ବିଜ୍ଞାନ ଭିତିକ ୱେବସାଇଟର ଶୁଭାରମ୍ଭ

• ‘କୋଭିଡଜ୍ଞାନ’ ନାମକ ଏହା ଏକ ବହୁ-ଆନୁଷ୍ଠାନିକ, ବହୁ-ଭାଷୀୟ ବିଜ୍ଞାନ ଯୋଗାଯୋଗ କାର୍ଯ୍ୟକ୍ରମ
• କୋଭିଡ-19 ପାଇଁ ଅନ୍-କ୍ୟାମ୍ପସ ଆଉଟରିଚ୍ ଓ ସଚେତନତା ସୃଷ୍ଟି କରିବ ଏହି ୱେବସାଇଟ

Posted On: 13 APR 2020 6:40PM by PIB Bhubaneshwar

କୋଭିଡ୍-19 ଭୟ ଏକ ଘାତକ ହାରରେ ଦେଶକୁ ଆଘାତ ଦେଉଥିବା ବେଳେ ମହାମାରୀର ସମସ୍ତ ଦିଗକୁ ବୁଝିବା ପାଇଁ ଦେଶର ବୈଜ୍ଞାନିକ ଇଞ୍ଜିନିୟରମାନେ ଅସମାନ୍ତରାଳ ଆକାରରେ ଏଥିପାଇଁ ସହଯୋଗିତା କରୁଛନ୍ତି

ଏଥିରେ ନୋଭେଲ କରୋନା ଭାଇରସ୍ (SARS-CoV-2) ବାସ୍ତବ ଆଚରଣ, କରୋନା ଫ୍ଲୁର ସଂଚରଣ ଗତିବିଧି ଏବଂ ଲଢ଼େଇକୁ ଯୋରଦାର କରିବା ପାଇଁ ରୋଗ ନିରୂପଣଠାରୁ ସୃଜନଶୀଳ ଟେକ୍ନୋଲଜି ବ୍ୟବହାର ପର୍ଯ୍ୟନ୍ତ, ସାମାଜିକ ଦୂରତା ରକ୍ଷା କରିବା ଯୋଗାଯୋଗର ଗୁରୁତର ଆକଳନ ପର୍ଯ୍ୟନ୍ତ ସବୁ କିଛି କଭର କରାଯିବ

ଏହି ମହାମାରୀର ସଂକ୍ରମଣର ବୈଜ୍ଞାନିକ ବାସ୍ତବ କାରଣ ଜାଣିବା ଉଦ୍ଦେଶ୍ୟରେ ଏକ ବହୁ-ଆନୁଷ୍ଠାନିକ, ବହୁ-ଭାଷୀୟ ବୈଜ୍ଞାନିକ ଯୋଗାଯୋଗ କାର୍ଯ୍ୟକ୍ରମକୋଭିଡଜ୍ଞାନସୃଷ୍ଟି କରାଯାଇଛି

ଏହି ପଦକ୍ଷେପ ହେଉଛି ଟାଟା ଇନଷ୍ଟିଚ୍ୟୁଟ ଅଫ୍ ଫଣ୍ଡାମେଂଟାଲ ରିସର୍ଚ୍ଚ (ଟିଆଇଏଫ୍ଆର୍), ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସସି) ଏବଂ ଟାଟା ମେମୋରିଆଲ ସେଣ୍ଟର (ଟିଏମସିs) ବ୍ରେନ୍ ଚାଇଲ୍ଡ ବା ମାନସ ସନ୍ତାନଏହି ଉତ୍ତମ ପଦକ୍ଷେପ ପାଇଁ ଅନ୍ୟ କେତେକ ପ୍ରମୁଖ ଅଂଶୀଦାର ଯଥା ବିଜ୍ଞାନ ପ୍ରସାର, ଇଣ୍ଡିଆ ବାୟୋସାଇନ୍ସ ଏବଂ ଇନଷ୍ଟିଚ୍ୟୁଟ ଫର୍ ଷ୍ଟେମ ସେଲ ସାଇନ୍ସ ଆଣ୍ଡ ରିଜେନେରେଟିଭ ମେଡିସିନ, ସେଂଟର ଫର୍ ସେଲୁଲାର ଆଣ୍ଡ ମଲିକୁଲାର ପ୍ଲାଟଫର୍ମ (ସି-କ୍ୟାମ୍ପ) ନ୍ୟାସନାଲ ସେଣ୍ଟର ଫର୍ ବାୟୋଲଜିକାଲ ସାଇନ୍ସେସ୍ (ଏନସିବିଏସ୍)କୁ ନେଇ ଗଠିତ ଦି ବାଙ୍ଗଲୋର ଲାଇଫ୍ ସାଇନ୍ସ କ୍ଲଷ୍ଟର (ବିଏଲ୍ଆଇଏସସି) ଯୋଗ ଦେଇଛନ୍ତି

ଏହି ପଦକ୍ଷେପର ଫଳ ସ୍ୱରୂପ ଏକ ୱେବସାଇଟକୁ ଶୁଭାରମ୍ଭ କରାଯାଇଛି, ଯାହାକି 2020 ଏପ୍ରିଲ 3ରୁ ଲାଇଭ ଯାଇଛିକୋଭିଡଜ୍ଞାନ ନାମକ ଏହି ୱେବସାଇଟ କୋଭିଡ୍-19 ସଂକ୍ରମଣର ମୁକାବିଲା ଉଦ୍ଦେଶ୍ୟରେ ସମ୍ବଳକୁ ଏକତ୍ରିତ କରିବା ଦିଗରେ ଏକ ହବ୍ ଭାବେ କାର୍ଯ୍ୟ କରିବଏହି ସମ୍ବଳକୁ ଭାରତର ପବ୍ଲିକ ସମର୍ଥିତ ଗବେଷଣା ପ୍ରତିଷ୍ଠାନ ସହଯୋଗୀ କାର୍ଯ୍ୟକ୍ରମ ଦ୍ୱାରା ସୃଷ୍ଟି କରାଯାଇଛିଏଠାରେ ଉପସ୍ଥାପିତ ବିଷୟବସ୍ତୁ ରୋଗ ତଥା ଏହାର ସଂକ୍ରମଣର ସର୍ବୋତମ ବୈଜ୍ଞାନିକ ବିଶ୍ଳେଷଣ ଉପରେ ଆଧାରିତ

ଏକ ପ୍ରାମାଣୀକୃତ ଉତ୍ସରୁ ସୂଚନା ପ୍ରଦାନ ସହ ଏକ ଉତ୍ତମ ଉପାୟରେ ରୋଗକୁ ବୁଝିବା ସହ ଏହାର ମୁକାବିଲା ପାଇଁ କାମ କରିବା ଜନସଚେତନତା ସୃଷ୍ଟି କରିବା ଏହି ୱେବସାଇଟର ପ୍ରମୁଖ ଲକ୍ଷ୍ୟ ।  ପୁନଶ୍ଚ ଏହା କୋଭିଡ୍-19 ନେଇ ଏକ ସୂଚନା ରିପୋଜିଟୋରି ଭାବେ କାର୍ଯ୍ୟ କରିବଲୋକମାନଙ୍କୁ ଠିକ୍ ସୂଚନା ପ୍ରଦାନ ପାଇଁ ଏହାକୁ ବହୁମୁଖୀ ଅର୍ଥାତ୍ ବିଶିଷ୍ଟ ବୈଜ୍ଞାନିକଙ୍କ କଥାକୁ ଅଡିଓ/ପଡକାଷ୍ଟ ଫର୍ମାଟ, ଇନଫୋଗ୍ରାଫିକ୍ସ, ପୋଷ୍ଟର, ଭିଡିଓ, ଏଫ୍ଏକ୍ୟୁ ମାଇଥବୁଷ୍ଟର ଏବଂ ଏପରିକି ବୈଜ୍ଞାନିକ ପେପରକୁ ଲିଙ୍କ ପ୍ରଦାନ ଭଳି ଦିଗରେ ଡିଜାଇନ କରାଯାଇଛି

ଏହି ସୂଚନା ପ୍ରଦାନକାରୀ ୱେବସାଇଟ କେବଳ ଉପଭୋକ୍ତା ଅନୁକୂଳ ତାହା ନୁହେଁ ବରଂ ଏକ ପ୍ରମାଣୀକୃତ, ବିଶ୍ୱସନୀୟ ଭରସାଯୋଗ୍ୟ ଉତ୍ସଏହାର ଶୁଭାରମ୍ଭ ହେବାପର ଠାରୁ ଫେସବୁକ ଟ୍ୱିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ବୈଜ୍ଞାନିକ ସମୁଦାୟ ଦ୍ୱାରା ଏହାର ବହୁଳ ପ୍ରସାର କରାଯାଇଛିଏପରିକି ଏହି ସୂଚନାକୁ ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ ଚାଲୁ ରହିଛି

ଅପରପକ୍ଷରେ ଅନ୍ୟ ଏକ ଉତ୍ତମ ପଦକ୍ଷେପ ସ୍ୱରୂପ ବାଙ୍ଗାଲୋର ଭିତିକ 2ଟି ପ୍ରମୁଖ ବୈଜ୍ଞାନିକ ପ୍ରତିଷ୍ଠାନ- ଇନଷ୍ଟିଚ୍ୟୁଟ ଫର୍ ଷ୍ଟେମ ସେଲ ସାଇନ୍ସ ଆଣ୍ଡ ରିଜେନେରେଟିଭ୍ ମେଡିସିନ୍ ଏବଂ ନ୍ୟାସନାଲ ସେଣ୍ଟର ଫର ବାୟୋଲୋଜିକାଲ ସାଇନ୍ସେସ (ଏନସିବିଏସ୍) ଛାତ୍ର ସ୍ୱେଚ୍ଛାସେବୀମାନେ ଅନେକଗୁଡ଼ିକ ଆନ୍ତଃ ଯୋଗାଯୋଗ ଚ୍ୟାନେଲ ସ୍ଥାପନ କରିଛନ୍ତି ଏବଂ ସେମାନଙ୍କ କ୍ୟାମ୍ପସରେ କୋଭିଡ୍-19 ମହାମାରୀକୁ ନେଇ ରହିଥିବା ଭୟ ଦୂର ପାଇଁ ସହାୟତା କରୁଛନ୍ତି

ଏହି ବ୍ୟବସ୍ଥାରେ ଏକ କ୍ୟାମ୍ପସ ଇମେଲ ହେଲ୍ପଡେସ୍କ, ଏକ କ୍ୟାମ୍ପସ ମେସେଜିଂ ସର୍ଭିସ, ଏକ ଫୋନ ହେଲ୍ପଲାଇନ, ଏକ ପିୟର ସପୋର୍ଟ ଲାଇନ ରହିଛି, ଯାହାକି କ୍ୟାମ୍ପସରେ ଆଗାମୀ ବର୍ଷଗୁଡ଼ିକ ପାଇଁ ରହିବଏହି ଯୁବ ଗବେଷକ ଗୋଷ୍ଠୀ ମଧ୍ୟ ଲକଡାଉନ୍ ସମୟରେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଗ୍ରୁପ୍ ଗଠନ କରିଛନ୍ତି ଏବଂ ସ୍ୱଳ୍ପମିଆଦୀ ଦୀର୍ଘମିଆଦୀ ସୂତ୍ରରେ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ନିର୍ଦ୍ଦିଷ୍ଟ ଗବେଷଣା/ପ୍ରୋଗ୍ରାମିଂ/ଡିଜାଇନ ଦକ୍ଷତା ସହ କାର୍ଯ୍ୟ କରୁଛନ୍ତି

(ଯୋଗାଯୋଗ- କମ୍ୟୁନିକେସନ୍ସ ଅଫିସ, ବାଙ୍ଗାଲୋର ଲାଇଫ୍ ସାଇନ୍ସ କ୍ଲଷ୍ଟର)

ଅମ୍ରିତା ତ୍ରିପାଠୀ: tripathya@instem.res.in

ମହିନ ଅଲ୍ଲୀ ଖାନ୍: mahinnak@ccamp.res.in)

 

***************



(Release ID: 1614296) Visitor Counter : 241