କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ

କରୋନା ମୁକାବିଲା ପାଇଁ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ବିଭିନ୍ନ ପଦକ୍ଷେପ

• 1,75,000 ସ୍ୱାସ୍ଥ୍ୟସେବା ପେସାଦାରଙ୍କୁ ତାଲିମ ପ୍ରଦାନ
• କ୍ୱାରେଣ୍ଟାଇନ ସେଣ୍ଟର ଓ ଆଇସୋଲେସନ ୱାର୍ଡ ନିର୍ମାଣ ପାଇଁ 33ଟି ପ୍ରତିଷ୍ଠାନକୁ ସହାୟତା
• ଜନ ଶିକ୍ଷଣ ସଂସ୍ଥାନ ଦ୍ୱାରା 5 ଲକ୍ଷ ମାସ୍କ ପ୍ରସ୍ତୁତ

Posted On: 14 APR 2020 11:33AM by PIB Bhubaneshwar

କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ଦେଶ ଲଢ଼ୁଥିବା ବେଳେ କେନ୍ଦ୍ର ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରଣାଳୟ ନାନାବିଧ ପଦକ୍ଷେପ ଗ୍ରହଣ କରି ଏଥିରେ ସାମିଲ ହୋଇଛିଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ସ୍ୱାସ୍ଥ୍ୟକର୍ମୀ ସହାୟକମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ଯୋଗାଯୋଗ ନମ୍ବର ସହିତ ମନ୍ତ୍ରଣାଳୟ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଯୋଗାଇଛିଏଭଳି 1,75,000 ସ୍ୱାସ୍ଥ୍ୟସେବା ପେସାଦାରଙ୍କ ତାଲିକା ଦିଆଯାଇଛି ଏବଂ ସେମାନେ ସମସ୍ତେ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଅଧୀନ ବିଭିନ୍ନ କାର୍ଯ୍ୟକ୍ରମରେ ତାଲିମ ପାଇଛନ୍ତିଜରୁରୀକାଳୀନ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ କାର୍ଯ୍ୟ ଏମାନେ ତୁଲାଇବାକୁ ତାଲିମ ନେଇ ଏମାନେ ଦକ୍ଷତା ଅର୍ଜନ କରିଛନ୍ତିରାଜ୍ୟ ସରକାରମାନେ ନିଜର ଆବଶ୍ୟକତା ଅନୁସାରେ ଏମାନଙ୍କର ସହାୟତା ନେଉଛନ୍ତି

ସେହିଭଳି ମନ୍ତ୍ରଣାଳୟ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମିତ ସନ୍ଦିଗ୍ଧଙ୍କ ନିମନ୍ତେ ଆଇସୋଲେସନ ୱାର୍ଡ ଏବଂ କ୍ୱାରେଣ୍ଟାଇନ ୱାର୍ଡ ତିଆରି କରିବାକୁ 33ଟି ପ୍ରତିଷ୍ଠାନକୁ ସହାୟତା ଯୋଗାଇ ଦିଆଯାଇଛିଜାତୀୟ ଦକ୍ଷତା ବିକାଶ ତାଲିମ ପ୍ରତିଷ୍ଠାନ ଭଳି ଏହିସବୁ ଅନୁଷ୍ଠାନର ଦକ୍ଷତା ବୃଦ୍ଧିରେ ସହାୟତା କରାଯାଇଛିମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଆଇଟିଆଇଗୁଡିକୁ ଆବଶ୍ୟକ ସ୍ଥଳେ ଆଇସୋଲେସନ ସେଣ୍ଟର ରୂପେ ବ୍ୟବହାର କରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛିସମଗ୍ର ଦେଶରେ ମୋଟ ଏଭଳି 15,697 ଆଇଟିଆଇ ରହିଛିସେଥି ମଧ୍ୟରୁ 3055 ସରକାରୀ 12,642 ବେସରକାରୀ

ଇତି ମଧ୍ୟରେ ହରିୟାଣାର ପାନିପତ କେରଳର ତିରୁଅନନ୍ତପୁରମ, ମହିଳା ଜାତୀୟ ଏନଏସଟିଆଇକୁ ଆଇସୋଲେସନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଛିଏହାଛଡା କାଲିକଟ, ଲୁଧିଆନା, ଡେରାଡୁନ, ଚେନ୍ନାଇ ସ୍ଥିତ ଏନଏସଟିଆଇ ଏବଂ ଓଡିଶାର 38ଟି ପଲିଟେକନିକ କଲେଜକୁ ଆଇସୋଲେସନ ୱାର୍ଡ ଭାବେ ସଂରକ୍ଷିତ କରି ରଖାଯାଇଛିଜିଲ୍ଲା ପ୍ରଶାସନ ଆବଶ୍ୟକ ସ୍ଥଳେ ସବୁ ଏନଏସଟିଆଇ ଆଇଟିଆଇକୁ ବ୍ୟବହାର କରିପାରିବେ ବୋଲି ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି

ସେହିଭଳି ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶମତେ ଜନ ଶିକ୍ଷଣ ସଂସ୍ଥାଗୁଡିକ ଆବଶ୍ୟକ ମାସ୍କ ପ୍ରସ୍ତୁତ କରି ଯୋଗାଇ ଦେଉଛନ୍ତିଏଥିପାଇଁ ସବୁ ଜନ ଶିକ୍ଷଣ ସଂସ୍ଥାକୁ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି ଯାବତ ଦେଶର 99ଟି ଜିଲ୍ଲାରେ ଥିବା 101 ଜନ ଶିକ୍ଷଣ ସଂସ୍ଥାନ ପ୍ରାୟ 5 ଲକ୍ଷ ମାସ୍କ ତିଆରି କରି ସଂପୃକ୍ତ 17ଟି ରାଜ୍ୟର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦେଇଛନ୍ତିଅଧିକ ମାସ୍କର ଆବଶ୍ୟକତା ପଡିଲେ 18 ଏନଏସଟିଆଇର ସହାୟତା ନିଆଯାଇପାରିବ ବୋଲି ମନ୍ତ୍ରଣାଳୟ ତାଲିମ ବିଭାଗ ମହାନିର୍ଦ୍ଦେଶକ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତିଦେଶର 18ଟି ଆଇଟିଆଇ ଦୁଇଟି ଏନଏସଟିଆଇ ଏବେ ମାସ୍କ ଉତ୍ପାଦନ କରୁଛନ୍ତି

ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀଙ୍କର ଗୋଟିଏ ଦିନର ବେତନ ପିଏମ କେୟାର୍ସ ଫଣ୍ଡକୁ ପ୍ରଦାନ କରାଯାଇଛିଏହାଛଡା ସିଏସଆର ପାଣ୍ଠିରୁ କରୋନା ସହାୟତା ପାଇଁ ଅର୍ଥ ଯୋଗାଇ ଦେବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବାବଦରେ ମୋଟ 3.23 କୋଟି ଟଙ୍କା ପିଏମ କେୟାର୍ସ ପାଣ୍ଠିକୁ ଦାନ କରାଯାଇଛିବିଭିନ୍ନ ଆଇଟିଆଇ ଏନଏସଟିଆଇରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ଖର୍ଚ୍ଚ ବାବଦରେ ଅର୍ଥ ଭରଣା କରିବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେବା ସହ ଅନଲାଇନ ବ୍ୟବସ୍ଥାରେ ତାଲିମ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରାଯାଇଛି

*************



(Release ID: 1614295) Visitor Counter : 178