ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଲକଡାଉନ ସମୟରେ ଖାଦ୍ୟଶସ୍ୟର ବିତରଣ ସମୀକ୍ଷା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଖାଦ୍ୟ ମନ୍ତ୍ରୀଙ୍କ ସହିତ ଶ୍ରୀ ରାମବିଳାସ ପାଶ୍ୱାନଙ୍କ ଭିଡିଓ କନଫରେନ୍ସ ବୈଠକ

• ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଜମାଖୋରୀ ରୋକିବା ସହ ସୁଲଭ ମୂଲ୍ୟ ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ରର ନିର୍ଦ୍ଦେଶ
• 2020-21 ରବି ବିପଣନ ଋତୁ ପାଇଁ ଆସନ୍ତା 15ରୁ ଆରମ୍ଭ ହେବ ଗହମ ସଂଗ୍ରହ

Posted On: 13 APR 2020 8:22PM by PIB Bhubaneshwar

ଲକଡାଉନ ସମୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଜମାଖୋରୀ ଉପରେ ଅଙ୍କୁଶ ଲଗାଇବା ଏବଂ ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବା ସମୟରେ ଏହା କହିଛନ୍ତି । ସ୍ଥାନୀୟ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ସୁଲଭ ମୂଲ୍ୟରେ ଯୋଗାଇ ଦେବା ନିମନ୍ତେ ମିଶ୍ରିତ ସ୍ତରୀୟ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ । ଏହାର ଅନୁପାଳନ ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ ରାଜ୍ୟଗୁଡ଼ିକୁ ଆବଶ୍ୟକ କ୍ଷମତା ଦିଆଯାଇଛି ବୋଲି ଶ୍ରୀ ପାଶ୍ୱାନ କହିଥିଲେ ।

ଏହାଛଡ଼ା 2020-21 ରବି ବିପଣନ ଋତୁ ପାଇଁ ଆସନ୍ତା 15 ତାରିଖ ଠାରୁ ଗହମ ସଂଗ୍ରହ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିବା ନିମନ୍ତେ ଶ୍ରୀ ପାଶ୍ୱାନ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶିକା ଏବଂ ଉଦାହରଣ ଅନୁରୂପ ସାମାଜିକ ଦୂରତ୍ୱ ଅବଲମ୍ବନ ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଆସନ୍ତା ତିନି ମାସ ପାଇଁ ମାଗଣାରେ ଗରିବ ଲୋକମାନଙ୍କୁ ଖାଦ୍ୟଶସ୍ୟ ବିତରଣ ସୁନିଶ୍ଚିତ କରିବା ନିମନ୍ତେ ଶ୍ରୀ ପାଶ୍ୱାନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ କହିଥିଲେ । ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଯଥେଷ୍ଟ ପରିମାଣର ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି ବୋଲି ସେ କହିଥିଲେ ।

ଖୋଲା ବଜାରରେ ବିକ୍ରୟ ଲାଗି ଚାଉଳ କିଲୋ ପ୍ରତି 22ଟଙ୍କା ଏବଂ ଗହମ କିଲୋ ପ୍ରତି  21 ଟଙ୍କା ନିର୍ଦ୍ଧାରଣ କରାଯାଇଛି । ଖାଦ୍ୟଶସ୍ୟ, ଡାଲି ବିତରଣ କେନ୍ଦ୍ରରେ ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ କର୍ମଚାରୀ ଓ ଉପଭୋକ୍ତାମାନେ ମାସ୍କ ପରିଧାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

 

**********

 



(Release ID: 1614153) Visitor Counter : 110