ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧିନରେ 85 ଲକ୍ଷ ହିତାଧିକାରୀ ଙ୍କୁ ଏଲପିଜି ସିଲିଣ୍ଡର

• କୋଭିଡ-19 ବିରୋଧୀ ସଂଗ୍ରାମରେ ଏଲପିଜି ସିଲିଣ୍ଡର ବିତରଣକାରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି

Posted On: 12 APR 2020 1:50PM by PIB Bhubaneshwar

କୋଭିଡ-19ର ମୁକାବିଲା ନିମେନ୍ତ ଭାରତ ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତିକରୋନା ମହାମାରୀ ଯୋଗୁ ହୋଇଥିବା ଆର୍ଥିକ ବିପର୍ଯ୍ୟସ୍ତ ଅବସ୍ଥାରେ ଗରିବମାନଙ୍କ ଦାରିଦ୍ର୍ୟ ଦୂରୀକରଣ ଉଦ୍ଦେଶ୍ୟରେ ଏହା ଲାଗୁ କରାଯାଇଛିଏହି ଯୋଜନା ଅନୁସାରେ ଉଜ୍ଜଳା ହିତାଧିକାରୀମାନଙ୍କ ପାଇଁ 3 ମାସର (ଏପ୍ରିଲ-ଜୁନ) ପର୍ଯ୍ୟନ୍ତ ଗ୍ୟାସ ଭର୍ତ୍ତି ସିଲିଣ୍ଡର ଯୋଗାଇ ଦିଆଯାଉଛି

ଅଦ୍ୟାବଧି ତୈଳ ବିପଣନ କମ୍ପାନୀଗୁଡିକ 7 କୋଟି 15 ଲକ୍ଷ ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ଆକାଂଉଟକୁ 5606 କୋଟି ଟଙ୍କା ପଠାଇଛନ୍ତିଏହା ଫଳରେ ସେମାନେ ମାଗଣା ସିଲିଣ୍ଡର ପାଇପାରିବେଏହି ମାସରେ 1 କୋଟି 26 ଲକ୍ଷ ସିଲିଣ୍ଡର ହିତାଧିକାରୀମାନେ ବୁକ କରିଥିବା ବେଳେ 85 ଲକ୍ଷ ସିଲିଣ୍ଡର ସେମାନଙ୍କୁ ପ୍ରଦାନ କରାଯାଇଛି

ଦେଶରେ ପ୍ରାୟ 27 କୋଟି 87 ଲକ୍ଷ ଏଲପିଜି ବ୍ୟବହାରକାରୀ ଥିବାବେଳେ ଏମାନଙ୍କ ମଧ୍ୟରୁ 8 କୋଟି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ହିତାଧିକାରୀ ଅଛନ୍ତିଲକଡାଉନ ପରଠାରୁ ପ୍ରତିଦିନ ଦେଶରେ 50 ରୁ 60 ଲକ୍ଷ ସିଲିଣ୍ଡର ବିତରଣ କରାଯାଉଛିଦେଶବ୍ୟାପୀ ଲକଡାଉନ ଯୋଗୁ ଜନସାଧାରଣ ନିରାପଦରେ ନିଜ ଘରେ ରହୁଥିବାବେଳେ କମ୍ପାନୀର ବିତରଣକାରୀ ପିଲାମାନେ ଲୋକମାନଙ୍କ ଦ୍ୱାରଦେଶରେ ସିଧାସଳଖ ସିଲଣ୍ଡର ପହଂଚାଉଛନ୍ତି

ବଣ, ପାହାଡ ଅଞ୍ଚଳଠାରୁ ଆରମ୍ଭ କରି ଜଳବେଷ୍ଟିତ ଅଞ୍ଚଳ, ମରୁଭୂମିର କୁଟୀରଠାରୁ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ଲୋକମାନଙ୍କ ପାଖରେ ଏହି ବିତରକମାନେ ଠିକ ସମୟରେ ସିଲିଣ୍ଡର ପହଞ୍ଚାଉଛନ୍ତିବର୍ତ୍ତମାନ କଠିନ ପରିସ୍ଥିତି ସତ୍ତ୍ୱେ 2 ଦିନ ମଧ୍ୟରେ ସିଲିଣ୍ଡର ପହଞ୍ଚାଉଛନ୍ତିଆଇଓସିଏଲ, ବିପିସିଏଲ ଏଚପିସିଏଲ ତୈଳ ବିପଣନ ସଂସ୍ଥାଗୁଡିକ ଗୋଦାମ କର୍ମଚାରୀ, ବିତରଣକାରୀ ବ୍ୟକ୍ତି, ମେକାନିକଙ୍କ ମଧ୍ୟରୁ କାହାର ମଧ୍ୟ କରୋନା ସଂକ୍ରମଣରେ ମୃତ୍ୟୁ ହେଲେ ପ୍ରତ୍ୟେକଙ୍କ ପାଇଁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ନିଷ୍ପତ୍ତି ହୋଇଛି

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗତ ମାର୍ଚ୍ଚ ସୁଦ୍ଧା ପଞ୍ଜିକୃତ ପ୍ରତ୍ୟେକ ଏଲପିଜି ସଂଯୋଗକାରୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସୁବିଧା ପାଇପାରିବେଏହି ଯୋଜନା ଏପ୍ରିଲ ପହିଲାରୁ ଲାଗୁ ହୋଇଥିବା ବେଳେ ଆସନ୍ତା ଜୁନ ପର୍ଯ୍ୟନ୍ତ ବଳବତ୍ତର ରହିବ

 

************



(Release ID: 1613621) Visitor Counter : 240