ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

କୋଭିଡ-19 ମୁକାବିଲାରେ ବ୍ୟବହୃତ ଅଭିନବ 3-D ସାମଗ୍ରୀର ଡିଜାଇନ ନାଇପର-ଜି ଦ୍ୱାରା ପ୍ରସ୍ତୁତ

प्रविष्टि तिथि: 11 APR 2020 12:30PM by PIB Bhubaneshwar

କୋଭିଡ-19 ସଂକ୍ରମଣକୁ ରୋକିବାରେ ସହାୟକ ହେଉଥିବା 3-D ସାମଗ୍ରୀର ଦୁଇଟି ଅଭିନବ ଡିଜାଇନ ଗୌହାଟିସ୍ଥିତ ଜାତୀୟ ଔଷଧୀୟ ଗବେଷଣା ପ୍ରତିଷ୍ଠାନ (ନାଇପର-ଜି) ଗବେଷକମାନେ ପ୍ରସ୍ତୁତ କରିଛନ୍ତିସେଥି ମଧ୍ୟରୁ ଗୋଟିଏ 3-D ପ୍ରିଂଟେଡ ହ୍ୟାଣ୍ଡି-ପ୍ରିଂ ସାମଗ୍ରୀ ଅନ୍ୟଟି 3-D ପ୍ରିଂଟେଡ ଆଣ୍ଟିମାଇକ୍ରୋବିୟାଲ ଫେସ ସିଲ୍ଡଖାଲି ହାତରେ ବିଭିନ୍ନ ବସ୍ତୁ ସାମଗ୍ରୀ ଛୁଇଁବାରୁ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହୁଥିବାରୁ ତାହାକୁ ପ୍ରତିହତ କରିବା ପାଇଁ ଗଭୀର ଅନୁଶୀଳନ ଗବେଷଣା ପରେ ଏହି ଦୁଇ ସାମଗ୍ରୀର ଡିଜାଇନ ପ୍ରସ୍ତୁତ ହୋଇଛି

3-D ପ୍ରିଂଟେଡ ହ୍ୟାଣ୍ଡି-ପ୍ରିଂ ସାମଗ୍ରୀକୁ କବାଟଝରକା ଖୋଲିବା ବନ୍ଦ କରିବା ଆଦି ପାଇଁ ବ୍ୟବହାର କରାଯାଇପାରିବ ଡ୍ରୟାର, ରେଫ୍ରିଜିରେଟର ହ୍ୟାଣ୍ଡେଲ, ଏଲିଭେଟର ବଟନ, ଲ୍ୟାପଟପ-ଡେସ୍କଟପ, କିବୋର୍ଡ ତଥା ସୁଇଚ ବଟନରେ ଏହାକୁ ବ୍ୟବହାର କରିହେବଏସବୁ ସାମଗ୍ରୀ ଯାହା ଏବେ ପାରମ୍ପରିକ ଜ୍ଞାନକୌଶଳରେ ନିର୍ମିତ ତାହା ବାରମ୍ବାର ସ୍ପର୍ଶ ଦ୍ୱାରା ସବୁଠୁ ଅଧିକ ସଂକ୍ରମିତ ହୋଇଥାଏତେଣୁ ସାଂପ୍ରତିକ କାଳରେ ଘରେ ହସ୍ପିଟାଲରେ ଏହି ନୂଆ 3-D ପ୍ରିଂଟେଡ ହ୍ୟାଣ୍ଡସ ପ୍ରିଂ ସାମଗ୍ରୀକୁ ଲଗାଇଲେ ସଂକ୍ରମଣ ଆଶଙ୍କା ରହିବ ନାହିଁ

ଦ୍ୱିତୀୟ ସାମଗ୍ରୀ ଆଣ୍ଟି ମାଇକ୍ରୋବିୟାଲ ଫେସ ସିଲ୍ଡ ଦ୍ୱାରା କରୋନା ସଂକ୍ରମିତଙ୍କ ଚିକିତ୍ସା ଉପଚାରରେ ନିୟୋଜିତ କର୍ମଚାରୀ ଚିକିତ୍ସକ ମୁହଁ, ନାକ, ପାଟି, ଆଖି ଅନ୍ୟାନ୍ୟ ଇନ୍ଦ୍ରୀୟ ଦ୍ୱାରା ହେଉଥିବା ସଂକ୍ରମଣରୁ ସୁରକ୍ଷିତ ରହିପାରବେସବିଶେଷ ଗବେଷଣା ପରେ ଏହି ସାମଗ୍ରୀର ଡିଜାଇନ ପ୍ରସ୍ତୁତ ହୋଇଛିଏହା ଅତ୍ୟନ୍ତ ନିରାପଦ ପିନ୍ଧିବାକୁ ସହଜ ଏବଂ ଏହାର ରାସାୟନିକ ସ୍ଥିରତା ଉତ୍ତମତେଣୁ ସହଜରେ ଯେ କୌଣସି ଉତ୍ତମ ମାନର ସାନିଟାଇଜର ଦ୍ୱାରା ସଫା କରିହେବ

ନାଇପର-ଜିର ନିର୍ଦ୍ଦେଶକ ଡକ୍ଟର ୟୁ ଏନ ମୂର୍ତ୍ତି କହିଛନ୍ତି ଯେ ଏହି ଦୁଇ ସାମଗ୍ରୀର କ୍ଷୁଦ୍ର ମଡେଲ ପ୍ରସ୍ତୁତ ହୋଇଛିଏହା ଉପରେ ଆଉ କିଛି ଗବେଷଣା   ଅନୁଧ୍ୟାନ କରାଯାଇ ଏସବୁର ଉତ୍ପାଦନ ପାଇଁ ବିଭିନ୍ନ କମ୍ପାନୀ ସଂସ୍ଥାକୁ ଅନୁମତି ଦେବାକୁ ବିଚାର କରାଯାଉଛିକରୋନା ମୁକାବିଲାରେ ଏହି ଦୁଇ ସାମଗ୍ରୀ ବିଶେଷ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି

 

***************

 

 

 

.


(रिलीज़ आईडी: 1613281) आगंतुक पटल : 252
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Punjabi , Gujarati , Tamil , Telugu , Kannada