ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବୈଶ୍ୱିକ ମହାମାରୀ କରୋନା ବିରୋଧି ଲଢ଼େଇ ସକାଶେ ବନ୍ଧୁ ରାଷ୍ଟ୍ରଙ୍କୁ ସାହାଯ୍ୟ ନେଇ ଭାରତ ସବୁକିଛି କରିବାକୁ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ

Posted On: 10 APR 2020 12:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବୈଶ୍ୱିକ ମହାମାରୀ କରୋନା ବିରୋଧରେ ଲଢ଼େଇ ସକାଶେ ବନ୍ଧୁ ରାଷ୍ଟ୍ରଙ୍କୁ ଭାରତ ଯେକୌଣସି ପ୍ରକାର ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ରହିଛି ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଟୁଇଟ୍‌ ଯୋଗେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଜଣାଇଥିବା କୃତଜ୍ଞତାର ଉତ୍ତରରେ ସେ ଏଭଳି କହିଛନ୍ତି । ଇସ୍ରାଏଲକୁ କ୍ଲୋରୋକ୍ଵିନ ବଟିକା ଯୋଗାଣ ସକାଶେ ଭାରତର ନିଷ୍ପତ୍ତି ପରିପ୍ରେକ୍ଷୀରେ ଶ୍ରୀ ନେତାନ୍ୟାହୁ ଭାରତକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହାର ପ୍ରତ୍ୟୁତ୍ତରରେ ଟ୍ଵିଟ କରି କହିଛନ୍ତି ଯେ, ‘ଏହି ମହାମାରୀ ବିରୋଧରେ ଆମେ ସଭିଏଁ ଏକତ୍ରିତ ହୋଇ ଲଢ଼େଇ କରିବାକୁ ପଡ଼ିବ । ତେଣୁ ଆମର ବନ୍ଧୁ ରାଷ୍ଟ୍ରମାନଙ୍କୁ ଭାରତ ଯେକୌଣସି ପ୍ରକାର ସହାୟତା ଯୋଗାଇ ଦେବାଲାଗି ସଦାବେଳେ ପ୍ରସ୍ତୁତ ରହିଛି । ଆମେ ଏହି ବିପଦର ଘଡ଼ିରେ ଇସ୍ରାଏଲବାସୀଙ୍କ ମଙ୍ଗଳ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛୁ ।

 

**********



(Release ID: 1613058) Visitor Counter : 135