ରେଳ ମନ୍ତ୍ରଣାଳୟ

କୋଭିଡ଼-19 ଆହ୍ୱାନର ମୁକାବିଲା ପାଇଁ ଭାରତୀୟ ରେଳବାଇ 25 ହଜାରରୁ ଅଧିକ ଡାକ୍ତର ଏବଂ 35 ହଜାର ପାରାମେଡିକାଲ ଷ୍ଟାଫ୍ ମୁତୟନ କରିବ

• ବିଭିନ୍ନ ରେଳ ମଣ୍ଡଳରେ ଅଧିକ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ
• କୋଭିଡ଼-19 ରୋଗୀଙ୍କ ଚିକିତ୍ସା ପାଇଁ ପ୍ରାୟ 5,000 ଶଯ୍ୟା ବିଶିଷ୍ଟ 17ଟି ଉତ୍ସର୍ଗୀକୃତ ହସ୍ପିଟାଲ ଏବଂ ରେଳବାଇର 33ଟି ହସ୍ପିଟାଲ ବ୍ଲକ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛି
• ସାରା ଦେଶରେ କୋଭିଡ଼-19ର ଚିକିତ୍ସା ପାଇଁ ଭାରତୀୟ ରେଳବାଇ 5,000 କୋଚକୁ କ୍ୱାରେନଟାଇନ୍ ୱାର୍ଡ ଭାବେ ପରିବର୍ତ୍ତିତ କରିବ; 3,250 କୋଚ୍ ପ୍ରସ୍ତୁତ ହୋଇ ସାରିଛି
• କୋଚ୍ କାରଖାନା, ରେଳବାଇ ୱାର୍କସପ୍, କୋଚିଂ ଡିପୋ ଏବଂ ହସ୍ପିଟାଲଗୁଡ଼ିକରେ ସ୍ଥାନୀୟ ସାମଗ୍ରୀକୁ ବ୍ୟବହାର କରି ପିପିଇ ସାମଗ୍ରୀ, ସାନିଟାଇଜର୍ ଏବଂ ମାସ୍କ ଉତ୍ପାଦନ ମାଧ୍ୟମରେ ରାଷ୍ଟ୍ରୀୟ ପ୍ରୟାସରେ ଅତିରିକ୍ତ ସହାୟତା କରିବା

Posted On: 08 APR 2020 5:34PM by PIB Bhubaneshwar

କରୋନା ବିରୋଧୀ ସଂଗ୍ରାମ ଜାରି ରଖି କୋଭିଡ଼-19ର ମୁକାବିଲା ପାଇଁ ଭାରତୀୟ ରେଳବାଇ ଭାରତ ସରକାରଙ୍କର ପ୍ରୟାସରେ ସାମିଲ ହୋଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତିରିକ୍ତ ସହାୟତା ଯୋଗାଇ ଦେଉଛି । କୋଭିଡ଼-19ର ମୁକାବିଲା ପାଇଁ ଆବଶ୍ୟକତା ଅନୁସାରେ ରେଳବାଇ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ କରି ରଖିବା ସହ ଜରୁରୀ ଆବଶ୍ୟକତା ପାଇଁ ହସ୍ପିଟାଲ ଶଯ୍ୟା ନିର୍ମାଣ, ଆବଶ୍ୟକତା ଅନୁସାରେ ଅତିରିକ୍ତ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀଙ୍କ ନିଯୁକ୍ତି, ଯାତ୍ରୀବାହୀ କୋଚଗୁଡ଼ିକୁ ଆଇସୋଲେସନ୍ କୋଚରେ ପରିଣତ କରିବା, ଡାକ୍ତରୀ ସରଞ୍ଜାମର ଉପଲବ୍ଧତା ବୃଦ୍ଧି ପାଇଁ ନିଜସ୍ୱ ସୁବିଧା ଅନୁସାରେ ପିପିଇ ଏବଂ ଭେଂଟିଲେଟର ଆଦି ଉତ୍ପାଦନ କରାଯାଉଛି ।

କୋଭିଡ଼-19ର ମୁକାବିଲା କରିବା ପାଇଁ ଭାରତ ସରକାରଙ୍କ ପ୍ରୟାସରେ ସାମିଲ ହୋଇ ଅତିରିକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ରେଳବାଇର ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସରଞ୍ଜାମ ସହ ପ୍ରସ୍ତୁତ ହୋଇ ରହିଛି । ସୂଚନା ଯୋଗ୍ୟ ଯେ, ଭାରତୀୟ ରେଳବାଇ ଶୃଙ୍ଖଳରେ ସାରା ଦେଶରେ 586ଟି ସ୍ୱାସ୍ଥ୍ୟ ୟୁନିଟ୍, 45ଟି ଉପଖଣ୍ଡ ସ୍ତରୀୟ ହସ୍ପିଟାଲ, 56ଟି ଡିଭିଜନାଲ ହସ୍ପିଟାଲ, 8ଟି ଉତ୍ପାଦନ ୟୁନିଟ ହସ୍ପିଟାଲ ଏବଂ 16ଟି ଜୋନାଲ ହସ୍ପିଟାଲ ରହିଛି । ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସ୍ୱରୂପ ଏହି ସମସ୍ତ ସୁବିଧା ସୁଯୋଗକୁ କରୋନା ଭୂତାଣୁ ମୁକାବିଲା ପାଇଁ ଉତ୍ସର୍ଗ କରାଯାଇଛି ।

କୋଭିଡ଼-19 ବିରୁଦ୍ଧରେ ସଂଗ୍ରାମ ପାଇଁ ସମସ୍ତ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଭାରତୀୟ ରେଳବାଇର ମୋଟ୍ 2546 ଡାକ୍ତର ଏବଂ 35,153 ପାରାମେଡିକାଲ ଷ୍ଟାଫଙ୍କ ସମେତ ନର୍ସିଂ କର୍ମଚାରୀ, ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ ବର୍ଗର କର୍ମଚାରୀ ପ୍ରସ୍ତୁତ ହୋଇ ରହିଛନ୍ତି । ଏକ ନୂତନ ପଦକ୍ଷେପ ସ୍ୱରୂପ ବର୍ତ୍ତମାନ ଭାରତୀୟ ରେଳବାଇର ସ୍ୱାସ୍ଥ୍ୟସେବା ସାରା ଦେଶର ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ଉପଲବ୍ଧ ହେଉଛି । ଏହି ସେବା ପ୍ରାଥମିକ, ମାଧ୍ୟମିକ ଓ ଅନ୍ୟାନ୍ୟ କ୍ଷେତ୍ର ପାଇଁ କେତେକ ବିଶେଷତ୍ୱ ସହ ଯୋଗାଇ ଦିଆଯାଉଛି ।

କୋଭିଡ଼-19 ବିରୁଦ୍ଧରେ ସଂଗ୍ରାମ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ନିମ୍ନୋକ୍ତ ପଦକ୍ଷେପ ନିଆଯାଇଛି:-

1.     କୋଭିଡ଼-19ର ମୁକାବିଲା ପାଇଁ ଭାରତୀୟ ରେଳବାଇ ସାରା ଦେଶରେ 5,000 ରେଳ କୋଚଗୁଡ଼ିକୁ କ୍ୱାରେନଟାଇନ୍ / ଆଇସୋଲେସନ୍ ସୁବିଧା ଥିବା 80,000 ଶଯ୍ୟାରେ ପରିବର୍ତ୍ତିତ କରୁଛି । ରେଳ ଜୋନ୍ ଗୁଡ଼ିକରେ ଯୁଦ୍ଧକାଳୀନ ଭିତିରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । 3,250 କୋଚକୁ କ୍ୱାରେନଟାଇନ୍ / ଆଇସୋଲେସନ୍ ଶଯ୍ୟାରେ ପରିବର୍ତ୍ତିତ କରିବା କାର୍ଯ୍ୟ ଶେଷ ହୋଇଛି ।

2.     କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ 5,000 ଶଯ୍ୟା କାର୍ଯ୍ୟ କରୁଛି । କୋଭିଡ଼-19 ରୋଗୀଙ୍କ ଚିକିତ୍ସା ପାଇଁ 17ଟି ଉତ୍ସର୍ଗୀକୃତ ହସ୍ପିଟାଲ ଏବଂ 33ଟି ରେଲୱେ ବ୍ଲକ୍ ହସ୍ପିଟାଲକୁ ଚିହ୍ନଟ କରାଯାଇଛି । ହସ୍ପିଟାଲ ଏବଂ ବ୍ଲକଗୁଡ଼ିକ ଏହି ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇ ରହିଛି ।

3.     11,000 କ୍ୱାରେନଟାଇନ୍ ଶଯ୍ୟା: କୋଭିଡ଼-19 ବିରୁଦ୍ଧରେ ସଂଗ୍ରାମ ପାଇଁ ଭାରତୀୟ ରେଳବାଇ ପକ୍ଷରୁ 11,000 କ୍ୱାରେନଟାଇନ୍ ଶଯ୍ୟା ଉପଲବ୍ଧ ହେଉଛି ।

4.     ଡାକ୍ତରୀ ସରଞ୍ଜାମର ଉପଲବ୍ଧତା- ଭେଂଟିଲେଟର ଏବଂ ପିପିଇ: କୋଭିଡ଼-19 ବିରୋଧୀ ସଂଗ୍ରାମର ଜଟିଳ ସମୟରେ ପର୍ଯ୍ୟାପ୍ତ ପରିମାଣର ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), ଭେଂଟିଲେଟର ଉପଲବ୍ଧ ହେଉଛି । କୋଭିଡ଼-19 ବିରୋଧୀ ସଂଗ୍ରାମରେ ଆବଶ୍ୟକତା ଅନୁସାରେ ରେଳବାଇ ଜୋନ୍ ଏବଂ ଉତ୍ପାଦନ ୟୁନିଟ୍ ପକ୍ଷରୁ ଭେଂଟିଲେଟର, ପିପିଇ ଏବଂ ଡାକ୍ତରୀ ସରଞ୍ଜାମ ଉତ୍ପାଦନ ଆରମ୍ଭ ହୋଇଛି ।

5.     ସୂଚନାଯୋଗ୍ୟ ଯେ, ଭାରତୀୟ ରେଳବାଇ ନିଜସ୍ୱ ଉତ୍ପାଦନ କ୍ଷମତା ଅନୁସାରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ)ର ଉତ୍ପାଦନ ଆରମ୍ଭ କରିଛି । ବର୍ତ୍ତମାନ ଦୈନିକ ପ୍ରାୟ 1000 ପିପିଇ ଉତ୍ପାଦିତ ହେଉଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି କରିବା ପାଇଁ ଯୋଜନା ରହିଛି ।

6.     ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ରେଳବାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଇଛି : ସାରା ଦେଶରେ ଥିବା ରେଳବାଇ ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଜର ପରିଚୟପତ୍ର ଦେଖାଇ କେନ୍ଦ୍ର ସରକାରୀ କର୍ମଚାରୀମାନେ ସ୍ୱାସ୍ଥ୍ୟସେବା ପାଇ ପାରୁଛନ୍ତି ।

 

 

**********



(Release ID: 1612383) Visitor Counter : 246