ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

କୋଭିଡ-19 ସ୍କ୍ରିନିଂ ପାଇଁ ପୁଣେସ୍ଥିତ ଷ୍ଟାର୍ଟଅପ ଦ୍ଵାରା ତୁରନ୍ତ ରୋଗ ନିରୂପଣ କିଟ ଉଦ୍ଭାବନ

• ଭବିଷ୍ୟତରେ ଘଣ୍ଟାକୁ 100 ପର୍ଯ୍ୟନ୍ତ ନମୁନା ହେବ ପରୀକ୍ଷା

Posted On: 08 APR 2020 11:31AM by PIB Bhubaneshwar

କୋଭିଡ-19 ପାଇଁ ଦୃତ ଓ ସଠିକ ପରୀକ୍ଷା ଆବଶ୍ୟକ ବୋଲି କହିଛନ୍ତି ଡିଏସଟି ସଚିବ ପ୍ରଫେସର ଆଶୁତୋଶ ଶର୍ମା ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ବିଭାଗ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ପୁଣେର ଫାଷ୍ଟ ସେନ୍ସ ଡାଇଗୋଷ୍ଟିକ୍ସ କୋଭିଡ-19 ସଂକ୍ରମଣ ଯାଞ୍ଚ ପାଇଁ ଦୁଇଟି ନୂତନ ମୋଡୁଲ ବିକଶିତ କରିଛି । କୋଭିଡ-19ର ଆହ୍ୱାନକୁ ସମ୍ମୁଖୀନ ହେବା ପାଇଁ ଶୀଘ୍ର ଓ କମ୍ ବ୍ୟୟ ସାପେକ୍ଷ ସଠିକ ପରୀକ୍ଷା ଓ ସହଜ ଉପଲବ୍ଧତା ଖୁବ ଜରୁରୀ । ଏଦିଗରେ  କେତେକ ଷ୍ଟାର୍ଟଅପ୍ କମ୍ପାନୀ ଆଗକୁ ଆସିଛିନ୍ତି । ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ଏହିପରି କେତୋଟି ବଛା ବଛା କମ୍ପାନୀକୁ ଦାୟିତ୍ୱ ଦେଇଥିବା ବିଭାଗୀୟ ସଚିବ ପ୍ରଫେସର ଆଶୁତୋଶ ଶର୍ମା କହିଛନ୍ତି ।

ବିଶେଷକରି କୋଭିଡ-19ର ପରୀକ୍ଷା ନିମନ୍ତେ କମ୍ପାନୀ (POVE-SENS)ନାମକ ଏକ ବୈଷୟିକ ଜ୍ଞାନ ଉପଯୋଗ ପାଇଁ ପ୍ରସ୍ତାବ ଦେଇଛି । ଏଥିପାଇଁ ଏକ ପ୍ୟାକେଜ କରାଯାଇଛି । ଯାହା ଫଳରେ କୋଭିଡ-19 (POVE-SENS)ର ଶୀଘ୍ର ପରୀକ୍ଷା କରାଯାଇପାରିବ

ଏହି କମ୍ପାନୀ ଏଥିପାଇଁ ଦୁଇଟି ଦ୍ରବ୍ୟର ଉପଯୋଗ ପାଇଁ ଯୋଜନା କରୁଛି । ଯାହାଫଳରେ  ମାତ୍ର 15 ମିନିଟ୍ ମଧ୍ୟରେ ନମୁନାର ଫଳାଫଳ ଜାଣିହେବ । ପରେ ଏହି ନମୁନାର ପରିମାଣ ଘଣ୍ଟାପ୍ରତି 100କୁ ବୃଦ୍ଧି କରି ହେବ । ଏହି ବିକଶିତ ଦୁଇଟି ଯାକ ମୋଡୁଲକୁ ବିମାନ ବନ୍ଦର, ଘନଜନ ସଂଖ୍ୟା ବିଶିଷ୍ଟ ଅଂଚଳ, ହସପିଟାଲ ଇତ୍ୟାଦି ସମୂହରେ ପ୍ରୟୋଗ କରାଯାଇ ପାରିବ ।  ଏଥିପାଇଁ ଏହି ପରୀକ୍ଷାରେ  ଯେମିତି କମ୍ ଖର୍ଚ୍ଚ ହେବ ତାହାକୁ କମ୍ପାନୀ ପରୀକ୍ଷା ନିରୀକ୍ଷା କରି ଦେଖୁଛି ।

ଏହି କମ୍ପାନୀ ଜାତୀୟ ଭୂତାଣୁ ଗବେଷଣା ପ୍ରତିଷ୍ଠାନ ସହ ଯୋଗ ସୂତ୍ର ରକ୍ଷା କରିବା ପାଇଁ  ଚେଷ୍ଟା କରୁଛି  ଓ ସେଥିପାଇଁ ଆନୁଷ୍ଠାନିକ ଅନୁମୋଦନ ବିଷୟ ବିଚାରଧୀନ ଅଛି ।

 

**********



(Release ID: 1612372) Visitor Counter : 150