ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

କୋଭିଡ-19 ରୋଗୀଙ୍କ ଯାଞ୍ଚ ପାଇଁ ଅଭିନବ ବୈଜ୍ଞାନିକ ଉଦ୍ଭାବନ

• ଟେଲିଫୋନ ବୁଥ ଭଳି ଏହି ପରୀକ୍ଷଣ କେନ୍ଦ୍ରଟି ଚାରିଆଡୁ ଆବଦ୍ଧ ଏବଂ ପରୀକ୍ଷା ପାଇଁ ଆସୁଥିବା ରୋଗୀମାନେ ଡାକ୍ତରଙ୍କ ସହ ସିଧାସଳଖ ସମ୍ପର୍କରେ ଆସିବେ ନାହିଁ, ଯାହା ରୋଗ ସଂକ୍ରମଣର ପରିବହନକୁ ରୋକି ପାରିବ
• ଜଣେ ରୋଗୀ ଯିବା ପରେ ଏଥିରେ ଥିବା ୟୁଭି ଲାଇଟ୍ ବୁଥକୁ ବିଶୋଧିତ କରିବ
• ଏସସିଟିଆଇଏମଏସଟି ବୈଜ୍ଞାନିକ କୋଭିଡ-19 ରୋଗୀଙ୍କ ଯାଞ୍ଚ ପାଇଁ ଏକ କୀଟାଣୁ ମୁକ୍ତ ସ୍ଥାନାନ୍ତର ଯୋଗ୍ୟ ପରୀକ୍ଷା ବୁଥର ଡିଜାଇନ ଏବଂ ବିକାଶ କରିଛନ୍ତି

Posted On: 08 APR 2020 11:38AM by PIB Bhubaneshwar

ଭାରତ ସରକାରଙ୍କ ଡିଏସଟି ଅନ୍ତର୍ଗତ ଶ୍ରୀ ଚିତ୍ରା ତିରୁନାଲ ଡାକ୍ତରୀ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ ପ୍ରତିଷ୍ଠାନ (ଏସସିଟିଆଇଏମଏସଟି)ର ବୈଜ୍ଞାନିକମାନେ କୋଭିଡ-19 ରୋଗୀଙ୍କ ଯାଞ୍ଚ ପାଇଁ ଏକ ସଂକ୍ରମଣମୁକ୍ତ ତଥା ସ୍ଥାନାନ୍ତର ଯୋଗ୍ୟ ବୁଥର ଡିଜାଇନ୍ ବିକଶିତ କରିଛନ୍ତି ।

ନବସୃଜନ ଚିନ୍ତାଧାରାରେ ବିକଶିତ ଏହି ସଂକ୍ରମଣମୁକ୍ତ ପରୀକ୍ଷଣ ବୁଥଟି ଟେଲିଫୋନ୍ ବୁଥ୍ ଭଳି ଆବଦ୍ଧ ହୋଇ ରହିଛି ଯାହାଦ୍ୱାରା ରୋଗୀମାନେ ସିଧାସଳଖ ଡାକ୍ତରଙ୍କ ସଂସ୍ପର୍ଶରେ ଆସିବେ ନାହିଁ । ଫଳରେ ସଂକ୍ରମଣଜନିତ ପରିବହନକୁ ରୋକାଯାଇ ପାରିବ । ଏହି ବୁଥରେ ଏକ ଲ୍ୟାମ୍ପ, ଟେବୁଲ ଫ୍ୟାନ୍, ରେକ୍ ଏବଂ ଅଲଟ୍ରାଭାଓଲେଟ (ୟୁଭି) ଲାଇଟର ବ୍ୟବସ୍ଥା ରହିଛି ।

ଏହି ବୁଥରେ ଥିବା ୟୁଭି ଲାଇଟ୍ ଜଣେ ରୋଗୀ ଯିବା ପରେ ବୁଥ୍ ଅବା ଚ୍ୟାମ୍ବରକୁ ବିଶୋଧିତ କରିବ । ଏଥିରେ ଥିବା ୟୁଭି ଲାଇଟର ୱେଭ୍ ଲେନ୍ଥ 254 ଏନ୍ଏମ୍ ଏବଂ 15 ୱାଟ୍ ରେଟିଂର ରହିଛି, ଯାହାକି ମାତ୍ର 3 ମିନିଟ୍ ମଧ୍ୟରେ ଭୂତାଣୁ ସଂକ୍ରମଣକୁ ବିଶୋଧିତ କରିପାରିବ । ରୋଗୀମାନଙ୍କର ଶାରୀରିକ ପରୀକ୍ଷା ପାଇଁ ଏହି ବୁଥରେ ହଳେ ଗ୍ଲୋବ୍ସ ଯୋଗାଇ ଦିଆଯାଇଛି ଏହା ବ୍ୟତୀତ ଚ୍ୟାମ୍ବର ମଧ୍ୟ ଦେଇ ଥିବା ସୁଢ଼ଙ୍ଗରେ ଷ୍ଟେଥୋସ୍କୋପ ଯିବାର ବ୍ୟବସ୍ଥା କରାଯାଇଛି । ଏହି ବିଶେଷତ୍ୱ ଯୋଗୁଁ ଡାକ୍ତର ରୋଗୀ ଶରୀରରେ ଷ୍ଟେଥୋସ୍କୋପ ଲଗାଇ ହୃଦସ୍ପନ୍ଦନ ଓ ଶ୍ୱାସକ୍ରିୟାର ଶବ୍ଦ ଶୁଣିପାରିବ ।

ପରୀକ୍ଷା ପରେ ରୋଗୀକୁ ଚ୍ୟାମ୍ବର ଖାଲି କରିବାକୁ ଅନୁରୋଧ କରାଯିବ ଏବଂ ୟୁଭି ଲାଇଟକୁ 3 ମିନିଟ୍ ପାଇଁ ଜଳାଇ ଦିଆଯିବ ଯେତେବେଳେ ୟୁଭି ଲାଇଟର ପ୍ରଭାବ ସମାପ୍ତ ହେବ ତାପରେ ପରବର୍ତ୍ତୀ ରୋଗୀଙ୍କୁ ପରୀକ୍ଷା କରାଯିବ । ଏହିଭଳି ଭାବେ ପରୀକ୍ଷା ପର୍ଯ୍ୟାୟ ଜାରି ରହିବ । ଏହି ପରୀକ୍ଷଣ ବୁଥର ପରିସୀମା 210 ସେ.ମି. (ଉଚ୍ଚତା) X 150 (ଦୈର୍ଘ୍ୟ) X 120 ସେ.ମି.(ପ୍ରସ୍ଥ) ଯାହାକି ରୋଗୀକୁ ଆବଶ୍ୟକ ସ୍ଥାନ ଯୋଗାଇ ଦେବ ।

ଅଧିକ ମାତ୍ରାରେ ସଂକ୍ରମଣ ସୃଷ୍ଟି କରୁଥିବା ଏହି ସଙ୍କଟ ସମୟରେ ଡାକ୍ତର ଏବଂ ସମ୍ମୁଖ ଭାଗରେ ରହି କାର୍ଯ୍ୟ କରୁଥିବା ମେଡିକାଲ କର୍ମଚାରୀମାନଙ୍କୁ ଉଚ୍ଚମାନର ନିରାପତା ସୁବିଧା ଯୋଗାଇ ଦେବା ପାଇଁ ଏଥିରେ ଅଗ୍ରାଧିକାର ଦିଆଯାଇଛି । ସମସ୍ତ ପ୍ରକାରର କ୍ଲିନିକ୍ ଉପକରଣ ସହିତ ଅନେକ ବୁଝିବିଚାରି ଡିଜାଇନ୍ କରାଯାଇଥିବା ଏହି ବୁଥ୍ ଏ କ୍ଷେତ୍ରରେ ଏକ ଉତ୍ତମ ପଦକ୍ଷେପବୋଲି ଡିଏସଟିର ସଚିବ ପ୍ରଫେସର ଆଶୁତୋଷ ଶର୍ମା କହିଛନ୍ତି ।

 

**********



(Release ID: 1612295) Visitor Counter : 160