ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ଵିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ

ପୋଷ୍ଟ କରାଯିବା ଦିନାଙ୍କ: 07 APR 2020 4:59PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ଵିଡେନ ପ୍ରଧାନମନ୍ତ୍ରୀ ମହାମହିମ ଷ୍ଟିଫାନ ଲୋଫଭେନଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି

ଉଭୟ ନେତା କରୋନା ମାହାମାରୀ ନେଇ ନିଜ ନିଜ ଦେଶରେ ନିଆଯାଉଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ

ଏହି ଅବସରରେ ସେମାନେ ବୈଶ୍ଵିକ ମହାମାରୀ ସମ୍ପର୍କରେ ନିଜ ନିଜ ଦେଶରେ ହେଉଥିବା ବୈଜ୍ଞାନିକ ଗବେଷଣାର ଫଳାଫଳକୁ ପରସ୍ପର ମଧ୍ୟରେ ବିଶ୍ଳେଷଣ କରିବା ନେଇ ସହମତି ପ୍ରକାଶ କରିଥିଲେ ।

ଭ୍ରମଣ କଟକଣା ଯୋଗୁଁ ଉଭୟ ଦେଶରେ ଅଟକି ରହିଥିବା ନାଗରିକମାନଙ୍କ ପାଇଁ ସବୁପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଉଭୟେ ରାଜି ହୋଇଥିଲେ ।

କୋଭିଡ-19ର ମୁକାବିଲା ନିମନ୍ତେ ଉଭୟ ଦେଶର ଅଧିକାରୀମାନେ ଯୋଗସୂତ୍ର ରଖିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା

 

**********


(ରିଲିଜ ଆଡି: 1612020) ପରିଦର୍ଶକ କାଉଣ୍ଟର : 281