ରସାୟନ ଓ ସାର ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଜନଔଷଧୀ ପରିଯୋଜନା ଅଧୀନରେ ବୟସ୍କ ଓ ରୋଗୀମାନଙ୍କ ଦ୍ଵାର ଦେଶରେ ଔଷଧ ପହଞ୍ଚାଇବେ ସ୍ୱାସ୍ଥ୍ୟ ସିପାହୀ

Posted On: 07 APR 2020 4:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଜନଔଷଧୀ ପରିଯୋଜନାରେ ସ୍ୱାସ୍ଥ୍ୟ ସିପାହୀ ବା ଫାର୍ମାସିଷ୍ଟମାନେ ବୟସ୍କ ଓ ରୋଗୀମାନଙ୍କ ଦ୍ଵାରଦେଶରେ ଔଷଧ ପହଞ୍ଚାଇବେ କରୋନା ମହାମାରୀର ମୁକାବିଲା ପାଇଁ ସେମାନେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରରେ ସାମୁହିକ ଭାବେ କାର୍ଯ୍ୟରତ ଏହି ଫାର୍ମାସିଷ୍ଟମାନେ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧମାନ ଘରେ ପହଞ୍ଚାଇବେ ।  ଏହାଦ୍ଵାରା ସରକାର ନେଇଥିବା ସାମାଜିକ ଦୁରତ୍ଵର ନୀତିଗତ କାର୍ଯ୍ୟକାରୀ ହୋଇପାରିବ । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରଣାଳୟ ଅଧିନସ୍ଥ ଫାର୍ମାସ୍ୟୁଟିକାଲ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ବ୍ୟୁରୋ ଫାର୍ମା ପିୟୁସି ଏହି ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରଗୁଡ଼ିକର ପରିଚାଳନା କରି ଲୋକମାନଙ୍କ ପାଖରେ ଆବଶ୍ୟକ ଔଷଧ ପହଞ୍ଚାଇଥାଏ । ଦେଶର 726ଟି ଜିଲ୍ଲାରେ ବର୍ତ୍ତମାନ 6,300 ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର କାର୍ଯ୍ୟ କରୁଛି ସରକାରଙ୍କ ଘୋଷିତ 21 ଦିନିଆ ଲକଡାଉନ ପରିପ୍ରେକ୍ଷୀରେ ଏହିଭଳି ଘରକୁ ଘର ଔଷଧ ପହଞ୍ଚାଇବା ଦ୍ଵାରା କରୋନା ସଂକ୍ରମଣ ଅନେକାଂଶରେ ରୋକିହେବ ଗୁରୁଗ୍ରାମରେ ଥିବା ଗୋଟିଏ କେନ୍ଦ୍ର ପଣ୍ୟାଗାର, ଗୌହାଟି ଓ ଚେନ୍ନାଇ ଠାରେ ଥିବା ଗୋଟିଏ ଲେଖାଏଁ ପଣ୍ୟାଗାର ଓ 50 ଜଣ ବିତରକଙ୍କୁ ନେଇ ଦେଶବ୍ୟାପୀ ଔଷଧପତ୍ର ମହଜୁଦ ରଖାଯାଇଛି ସାଧାରଣ ଜନତା ସେମାନଙ୍କର ସୁବିଧା ନିମନ୍ତେ ଜନଔଷଧି ସୁଗମ ମୋବାଇଲ ଆପ ଦ୍ଵାରା ସେମାନଙ୍କ ନିକଟସ୍ଥ ଔଷଧ ଭଣ୍ଡାର ଓ ମହଜୁଦ ଔଷଧର ବିବରଣୀ ପାଇପାରିବେ ଲକଡାଉନ କାଳରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ପକ୍ଷରୁ କରୋନା ସଂକ୍ରମଣ ନେଇ ଜନ ସଚେତନତା ସୃଷ୍ଟି କରାଯାଉଛି ଏହାବ୍ୟତୀତ ଏସମ୍ପର୍କିତ ସବିଶେଷ ତଥ୍ୟ @pmbjpbppi, ଫେସବୁକ, ଟ୍ଵିଟର, ଇନଷ୍ଟାଗ୍ରାମରେ ମିଳିପାରିବ

 

**********

 



(Release ID: 1612018) Visitor Counter : 237