PIB Headquarters

କୋଭିଡ-19 ସମ୍ପର୍କରେ ପିଆଇବିର ଦୈନିକ ବୁଲେଟିନ

Posted On: 06 APR 2020 6:43PM by PIB Bhubaneshwar

 

Coat of arms of India PNG images free download

କୋଭିଡ-19 ସମ୍ପର୍କରେ ପିଆଇବିର ଦୈନିକ ବୁଲେଟିନ

ତାରିଖ : 6.4.20

Text Box: •	ବର୍ତ୍ତମାନସୁଦ୍ଧା, ଦେଶରେ 4067 ଜଣ କୋଭିଡ-19 ସଂକ୍ରମିତଙ୍କ ମଧ୍ୟରୁ 109 ଜଣ ପ୍ରାଣ ହରାଇଛନ୍ତି । 
•	କେନ୍ଦ୍ର ମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା; କୋଭିଡ-19 ମୁକାବିଲା ଦିଗରେ ଅନୁପ୍ରାଣିତ, ସମର୍ପିତ ଓ ସତର୍କ ରହିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବାରୋପ
•	କୋଭିଡ-19 ମୁକାବିଲା ଲାଗି 2 ବର୍ଷ ପାଇଁ ସାଂସଦ ପାଣ୍ଠି ଅଚଳ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ
•	ଖାଦ୍ୟଶସ୍ୟ ପରିବହନରେ ଗୋଟିଏ ଦିନରେ ରେକର୍ଡ କଲା ଭାରତୀୟ ଖାଦ୍ୟ ନିଗମ
•	2500 କୋଚକୁ ଆଇସୋଲେସନ କୋଚରେ ପରିଣତ କଲା ରେଳବାଇ; 40,000 ଶଯ୍ୟା ପ୍ରସ୍ତୁତ

ଗତ ୨୪ ଘଣ୍ଟା ମଧ୍ୟରେ ପିଆଇବି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଏବଂ ଫ୍ୟାକ୍ଟ ଚେକର ତାଲିକା

 

 

ପତ୍ର ସୂଚନା କାର୍ଯ୍ୟାଳୟ

ଭାରତ ସରକାର

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା

ବର୍ତ୍ତମାନସୁଦ୍ଧା, ଦେଶରେ 4067 ଜଣ ସଂକ୍ରମିତ ଥିବା ବେଳେ 109 ଜଣ ପ୍ରାଣ ହରାଇଛନ୍ତି। 291 ଜଣ ସୁସ୍ଥ ହେବା ପରେ ହସ୍ପିଟାଲରୁ ଛାଡ଼ ପାଇଛନ୍ତି। ମୋଟ ମାମଲାର ଅନୁଧ୍ୟାନରୁ ଜଣାପଡ଼ିଛି ଯେ ମୋଟ ସଂକ୍ରମିତଙ୍କ ମଧ୍ୟରୁ 76 ପ୍ରତିଶତ ପୁରୁଷ ଏବଂ 24 ପ୍ରତିଶତ ମହିଳା। ବୟସ ଆଧାରରେ ଦେଖିଲେ 47 ପ୍ରତିଶତଙ୍କ ବୟସ 40 ବର୍ଷରୁ କମ, 34 ପ୍ରତିଶତଙ୍କ ବୟସ 40ରୁ 60 ବର୍ଷ ମଧ୍ୟରେ ଏବଂ 19 ପ୍ରତିଶତଙ୍କ ବୟସ 60 ବର୍ଷରୁ ଅଧିକ।

ଅଧିକ ବିବରଣୀ ପାଇଁ

https://pib.gov.in/PressReleseDetail.aspx?PRID=1611676  ଦେଖନ୍ତୁ।

 

କେନ୍ଦ୍ର ମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା; କୋଭିଡ-19 ମୁକାବିଲାରେ ଅନୁପ୍ରାଣିତ, ସମର୍ପିତ ଓ ସତର୍କ ରହିବା ଉପରେ ଗୁରୁତ୍ବାରୋପ

ଗରିବ କଲ୍ୟାଣ ଯୋଜନାର ଲାଭ ପ୍ରକୃତ ହିତାଧିକାରୀଙ୍କ ନିକଟରେ ବାଧାମୁକ୍ତ ଭାବେ ପହଞ୍ଚାଇବା ସୁନିଶ୍ଚିତ କରିବା ଲାଗି ନିରନ୍ତର ଅନୁଧ୍ୟାନ ନିମନ୍ତେ ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ। ସେ କହିଥିଲେ ଯେ ମନ୍ତ୍ରୀମାନେ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ରହିବା, ଜରୁରି ସମସ୍ୟାର ସମାଧାନ;  ଜିଲ୍ଲାସ୍ତରରେ ମିଶ୍ରିତ ଯୋଜନା ପ୍ରସ୍ତୁତ କରିବା ଉଚିତ। ମନ୍ତ୍ରଣାଳୟଗୁଡ଼ିକ ଏବଂ ବ୍ୟବସାୟ ନିରନ୍ତରତା ଯୋଜନା ପ୍ରସ୍ତୁତ କରିବା ଉଚିତ ଏବଂ କୋଭିଡ-19ର ଅର୍ଥନୈତିକ ପ୍ରଭାବର ଯୁଦ୍ଧକାଳିନ ଭିତ୍ତିରେ ମୁକାବିଲା ଲାଗି ପ୍ରସ୍ତୁତ ରହିବା ଆବଶ୍ୟକ।

ଅଧିକ ବିବରଣୀ ପାଇଁ  

https://pib.gov.in/PressReleseDetail.aspx?PRID=1611614 ଦେଖନ୍ତୁ।

 

କୋଭିଡ-19 ପରିଚାଳନା ଲାଗି ଦୁଇ ବର୍ଷ (2020-21 ଏବଂ 2021-22) ଲାଗି ସାଂସଦ ପାଣ୍ଠି ଅଚଳ କରିବା ଲାଗି କ୍ୟାବିନେଟ ଅନୁମୋଦନ

କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ସରକାରଙ୍କ ନିରନ୍ତର ପ୍ରୟାସ ସ୍ବରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସାଂସଦ ସ୍ଥାନୀୟ ବିକାଶ ପାଣ୍ଠିକୁ ଦୁଇ ବର୍ଷ (2020-21 ଏବଂ 2021-22) ପାଇଁ ଅଚଳ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଏହି ପାଣ୍ଠି ଦେଶରେ କୋଭିଡ-19 କାରଣରୁ ଦେଖାଦେଇଥିବା ପ୍ରତିକୂଳ ପ୍ରଭାବ ଏବଂ ଆହ୍ବାନର ମୁକାବିଲା କରିବା ଦିଗରେ ସରକାରଙ୍କ ପ୍ରୟାସକୁ ସୁଦୃଢ଼ କରିବ

https://pib.gov.in/PressReleseDetail.aspx?PRID=1611674

 

ବିଦେଶରୁ ଆମଦାନୀ ହୋଇଥିବା ପିପିଇ ଭାରତରେ ପହଞ୍ଚିଲା

ବିଦେଶରୁ ସାମଗ୍ରୀ ଆମଦାନୀ ଆଜିଠାରୁ ଆରମ୍ଭ ହୋଇଛି। ଚୀନରୁ ଆସିଥିଥିବା 1.70 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କଭରାଲ ଆଜି ଭାରତରେ ପହଞ୍ଚିଛି। ଘରୋଇ ଭାବେ ପ୍ରସ୍ତୁତ 20,000 କଭରାଲ ସମେତ ମୋଟ 1.90 ଲକ୍ଷ କଭରାଲ ବର୍ତ୍ତମାନ ଦେଶର ବିଭିନ୍ନ ଡାକ୍ତରଖାନାକୁ ପଠାଯାଉଛି। ପୂର୍ବରୁ ଦେଶରେ 3,87,473 ପିପିଇ ଦେଶରେ ଉପଲବ୍ଧ ରହିଛି।  ଭାରତ ସରକାରଙ୍କ ପକ୍ଷରୁ ମୋଟ 2.94 ଲକ୍ଷ ପିପିଇ କଭରାଲ ବ୍ୟବସ୍ଥା କରାଯାଇ ବିଭିନ୍ନ ଡାକ୍ତରଖାନାକୁ ଯୋଗାଇ ଦିଆଯାଇଛି।

ଅଧିକ ବିବରଣୀ ପାଇଁ :

https://pib.gov.in/PressReleseDetail.aspx?PRID=1611704

 

ଖାଦ୍ୟ ଶସ୍ୟ ପରିବହନରେ ଗୋଟିଏ ଦିନରେ ରେକର୍ଡ କଲା ଏଫସିଆଇ

ଏପ୍ରିଲ 3 ଓ 4 ତାରିଖ ଲଗାତାର ଦୁଇ ଦିନ ଧରି 70ଟି ରେକରେ 1.93 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ପରିବହନ କରି ଭାରତୀୟ ଖାଦ୍ୟ ନିଗମ ଗୋଟିଏ ଦିନରେ ରେକର୍ଡ ପରିମାଣର ସାମଗ୍ରୀ ପରିବହନ କରାଇପାରିଛି।

ଅଧିକ ବିବରଣୀ ପାଇଁ ଦେଖନ୍ତୁ

https://pib.gov.in/PressReleseDetail.aspx?PRID=1611425

 

ସାରା ଦେଶରେ ମେଡ଼ିକାଲ ଅକ୍ସିଜେନର ବାଧାମୁକ୍ତ ଯୋଗାଣ ପ୍ରତି ବିଶେଷ ଧ୍ୟାନ ଦେବା ଲାଗି ରାଜ୍ୟଗୁଡ଼ିକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିଦ୍ଦେଶ

ମେଡିକାଲ ଅକ୍ସିଜେନ ଯୋଗାଣ ବାଧାମୁକ୍ତ ଭାବେ ଜାରି ରଖିବା ପ୍ରତି ବିଶେଷ ଭାବେ ଧ୍ୟାନ ଦେବା ଲାଗି ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖିଲେ ଗୃହ ସଚିବ।  କୋଭିଡ-19 ମହାମାରୀ ବ୍ୟାପିବାକୁ ଆଖି ଆଗରେ ରଖି ଦେଶର ବିଭିନ୍ନ ଡାକ୍ତରଖାନାକୁ ମେଡ଼ିକାଲ ଅକ୍ସିଜେନ ଯୋଗାଣ ଜରୁରି ହୋଇପଡ଼ିଛି। ମେଡ଼ିକାଲ ଅକ୍ସିଜେନକୁ ଜାତୀୟ ତାଲିକା ଏବଂ ଡବ୍ଲ୍ୟୁଏଚଓ ତାଲିକାରେ ଜରୁରି ଚିକିତ୍ସା ସରଞ୍ଜାମ ତାଲିକାରେ ସାମିଲ କରାଯାଇଛି।

ଅଧିକ ବିବରଣୀ ପାଇଁ ଦେଖନ୍ତୁ।

https://pib.gov.in/PressReleseDetail.aspx?PRID=1611693

 

ରେଳବାଇ ଦ୍ୱାରା 2500 କୋଚକୁ ଆଇସୋଲେସନ କୋଚରେ ପରିଣତ କରାଗଲା; ଅତିଶୀଘ୍ର ପ୍ରାରମ୍ଭିକ ଅଧା ଲକ୍ଷ୍ୟ ପୂରଣ କଲା ରେଳପଥ

2500 କୋଚରେ ଏପରି ପରିବର୍ତ୍ତନ ହେବା ଫଳରେ ବର୍ତ୍ତମାନ ଜରୁରି ପରିସ୍ଥିତି ପାଇଁ 40,000 ଆଇସୋଲେସନ ଶଯ୍ୟା ପ୍ରସ୍ତୁତ ହୋଇ ରହିଛି। ଗୋଟିଏ ଦିନରେ ଭାରତୀୟ ରେଳପଥ ପକ୍ଷରୁ ହାରହାରି 375 କୋଚକୁ ରୂପାନ୍ତରିତ କରାଯାଉଛି। ଦେଶର 133ଟି ସ୍ଥାନରେ ଏକ କାର୍ଯ୍ୟ ଜାରି ରହିଛି।

ଅଧିକ ବିବରଣୀ ପାଇଁ ଦେଖନ୍ତୁ।

https://pib.gov.in/PressReleseDetail.aspx?PRID=1611539

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ଉଭୟ ନେତା ସାଂପ୍ରତିକ କୋଭିଡ-19 ମହାମାରୀର ମୁକାବିଲା ନେଇ ଦୁଇ ଦେଶର ନିଜସ୍ୱ ପ୍ରସ୍ତୁତି ଏବଂ ନିଜ ନିଜ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ରଣନୀତିକ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ ଦୁଇନେତା ବର୍ତମାନର ସ୍ୱାସ୍ଥ୍ୟ ସଂକଟ ସମୟରେ ଦ୍ୱିପାକ୍ଷିକ ସହଯୋଗ ଏବଂ ଗବେଷଣାରୁ ମିଳୁଥିବା ଅଭିଜ୍ଞତାର ମିଳିତ ଆଦାନ ପ୍ରଦାନର ଗୁରୁତ୍ୱ ଉପରେ ସହମତି ବ୍ୟକ୍ତ କରିଥିଲେ

ଅଧିକ ବିବରଣୀ ପାଇଁ ଦେଖନ୍ତୁ।

https://pib.gov.in/PressReleseDetail.aspx?PRID=1611553

 

କୋଭିଡ-19 ସଂକ୍ରାନ୍ତରେ ଭୁଲ ସୂଚନାର ଭୂତାଣୁକୁ ଜରୁରିକାଳିନ ଭିତ୍ତିରେ ଅଙ୍କୁଶ ଲଗାଇବା ଆବଶ୍ୟକ : ଉପରାଷ୍ଟ୍ରପତି

ଅନ୍ଧବିଶ୍ବାସ ଏବଂ ଶୁଣାକଥା କୋଭିଡ-19 ବିରୋଧରେ ଆମର ଲଢ଼େଇକୁ ଯେପରି ଦୁର୍ବଳ କରିନଦିଏ ସେଥିପ୍ରତି ସତର୍କ କରାଇ ଦେଇ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡ଼ୁ କହିଛନ୍ତି ଯେ ଭୁଲ ସୂଚନାର ପ୍ରଚାର, ବିଶେଷ କରି ସାମାଜିକ ଗଣମାଧ୍ୟମରେ, ଏକ ଭୂତାଣୁ ଭଳି ଯାହା ଉପରେ ଅଙ୍କୁଶ ଲଗାଇବାର ଆବଶ୍ୟକତା ରହିଛି।

ଅଧିକ ବିବରଣୀ ପାଇଁ

https://pib.gov.in/PressReleseDetail.aspx?PRID=1611547

 

ଭୁବନେଶ୍ବରରେ କୋଭିଡ- 19 ହସ୍ପିଟାଲ ପାଇଁ ପାଣ୍ଠି ଯୋଗାଇବ କୋଲ ଇଣ୍ଡିଆର ସହାୟକ କମ୍ପାନୀ ଏମସିଏଲ

ଭୁବନେଶ୍ବରରେ ଦେଶର ଦ୍ବିତୀୟ ସର୍ବବୃହତ କୋଭିଡ-19 ହସ୍ପିଟାଲକୁ ଭିଡିଓ କନଫରେନ୍ସିଂ ଜରିଆରେ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ସମେତ ଏହି ହସ୍ପିଟାଲର ସମସ୍ତ ଖର୍ଚ୍ଚ ମହାନଦୀ କୋଲ ଫିଲ୍ଡସ ଲିମିଟେଡ ବହନ କରିବ।

ଅଧିକ ବିବରଣୀ ପାଇଁ

https://pib.gov.in/PressReleseDetail.aspx?PRID=1611583

କୋଭିଡ-19 ଉପରେ ନଜର ରଖିବା ଲାଗି ସ୍ମାର୍ଟ ସିଟି ମିଶନର ସମନ୍ବିତ ଡାଟା ଡ୍ୟାସବୋର୍ଡ ଉପଯୋଗ

ସହରର ବିଭିନ୍ନ ପ୍ରଶାସନିକ କ୍ଷେତ୍ରରେ ସଦ୍ୟତମ ସୂଚନା ଯୋଗାଇ ଦେବା ଲାଗି ପୁଣେ, ସୁରଟ, ବେଙ୍ଗାଲୁରୁ ଏବଂ ତୁମକୁରୁ ସହର ସେମାନଙ୍କ ସ୍ମାର୍ଟସିଟି ସମନ୍ବିତ ଡାଟା ବେସକୁ ଉପଯୋଗ କରୁଛନ୍ତି। ଏଗୁଡ଼ିକ ବିଭିନ୍ନ ସହରରେ କୋଭିଡ-19 ମୁକାବିଲା କେନ୍ଦ୍ର ଭାବେ କାର୍ଯ୍ୟ କରୁଛି। ଏହି ଡାଟାବେସକୁ ଡାଟା ଆନାଲିଷ୍ଟ ଏବଂ ଡାଟା ବିଶେଷଜ୍ଞମାନେ ବିକଶିତ କରିଛନ୍ତି।

ଅଧିକ ବିବରଣୀ ପାଇଁ ଦେଖନ୍ତୁ

https://pib.gov.in/PressReleseDetail.aspx?PRID=1611592

 

ଦ୍ରୁତ ଗତିରେ ଫଳାଫଳ ପ୍ରଦାନ କରୁଛି ରେଳପଥର କେନ୍ଦ୍ରୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ

 

ରେଳପଥ ନିୟନ୍ତ୍ରଣ ଅଫିସ ୪ଟି ଯୋଗାଯୋଗ ଏବଂ ମତାମତ ସଂଗ୍ରହ ପ୍ଲାଟଫର୍ମ ହେଲ୍ପଲାଇନ

139, 138, ସାମାଜିକ ଗଣମାଧ୍ୟମ (ବିଶେଷ କରି ଟ୍ବିଟ୍ଟର) ଏବଂ ଇମେଲ (railmadad@rb.railnet.gov.in) ଜରିଆରେ 24 ଘଣ୍ଟା କାର୍ଯ୍ୟ କରୁଛି ଏହା ରେଳ ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଲକଡାଉନ ସମୟରେ ସୂଚନା ଏବଂ ପରାମର୍ଶର ବାଧାମୁକ୍ତ ପ୍ରବାହକୁ ସୁନିଶ୍ଚିତ କରୁଛି

ଅଧିକ ବିବରଣୀ ପାଇଁ ଦେଖନ୍ତୁ

https://pib.gov.in/PressReleseDetail.aspx?PRID=1611565

କୋଭିଡ-19 କାଳରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ କଲ୍ୟାଣ ନେଇ ବିଶ୍ଵବିଦ୍ୟାଳୟ ମଞ୍ଜୁରି ଆୟୋଗଙ୍କ ମାର୍ଗଦର୍ଶିକା

କରୋନା ସଂକ୍ରମଣ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ଵବିଦ୍ୟାଳୟ ମଞ୍ଜୁରି ଆୟୋଗ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ବିଭିନ୍ନ ସ୍ଵୟଂଶାସିତ ସଂସ୍ଥାର ମୁଖ୍ୟମାନଙ୍କୁ ମାର୍ଗଦର୍ଶିକା ଜାରି କରିଛି କୋଭିଡ-19 ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସମ୍ଭାବ୍ୟ ମନସ୍ତାତ୍ଵିକ ବିଷାଦକୁ ଦୃଷ୍ଟିରେ ରଖି ବିଶ୍ଵବିଦ୍ୟାଳୟ ମଞ୍ଜୁରି ଆୟୋଗ ସମସ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକୁ କେତେକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ।

ଅଧିକ ବିବରଣୀ ପାଇଁ ଦେଖନ୍ତୁ

https://pib.gov.in/PressReleseDetail.aspx?PRID=1611602

 

132 ଜୀବନ ରେଖା ଉଡ଼ାନ ବିମାନ ଜରିଆରେ ଦେଶର ବିଭିନ୍ନ ସ୍ଥାନକୁ 184 ଟନ ଚିକିତ୍ସା ସାମଗ୍ରୀ ପରିବହନ

ଜୀବନ ରେଖା ଉଡ଼ାନ ଅନ୍ତର୍ଗତ, 132ଟି ବିମାନ ଜରିଆରେ ବର୍ତ୍ତମାନ ସୁଦ୍ଧା ଉପାନ୍ତ ଏବଂ ପାର୍ବତ୍ୟାଞ୍ଚଳ ସମେତ ଦେଶର ବିଭିନ୍ନ ସ୍ଥାନକୁ 184 ଟନ ଚିକିତ୍ସା ସାମଗ୍ରୀ ପରିବହନ କରାଯାଇଛି।

ଅଧିକ ବିବରଣୀ ପାଇଁ

https://pib.gov.in/PressReleseDetail.aspx?PRID=1611600

 

କୋଭିଡ-19 ମହାମାରୀ ସମୟରେ ଲୋକମାନଙ୍କ ସେବା ଆରମ୍ଭ କଲେ ଏନସିସି କ୍ୟାଡେଟ

କୋଭିଡ-19 ମହାମାରୀର ମୁକାବିଲା ନିମନ୍ତେ ସାଧାରଣ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବରିଷ୍ଠ ଡିଭିଜନ କ୍ୟାଡେଟମାନଙ୍କୁ ନିୟୋଜିତ କରାଯିବା ଆରମ୍ଭ ହୋଇଛି।

ଅଧିକ ବିବରଣୀ ପାଇଁ

https://pib.gov.in/PressReleseDetail.aspx?PRID=1611630

ପ୍ରଥମ ୫ ଦିନରେ ଭାରତରେ ଅଟକି ରହିଥିବା 769 ବିଦେଶୀ ପର୍ଯ୍ୟଟକ ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆ ପୋର୍ଟାଲରେ ପଞ୍ଜିକୃତ ହେଲେ

କରୋନା ବିରୋଧୀ ଲଢେଇ ପାଇଁ ଦେଶବ୍ୟାପୀ ଲାଗୁହୋଇଥିବା ଲକଡାଉନ ପରିପ୍ରେକ୍ଷୀରେ ଭାରତର ବିଭିନ୍ନ ଅଞ୍ଚଳରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଠାବ କରି ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆ ନାମରେ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଇଛି ।

ଅଧିକ ବିବରଣୀ ପାଇଁ

https://pib.gov.in/PressReleseDetail.aspx?PRID=1611529

 

ପିଏମ କେୟାର୍ସ ପାଣ୍ଠି ପାଇଁ 7 କୋଟି ଟଙ୍କାର ଯୋଗଦାନ ଦେଲେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅଧୀନ ବନ୍ଦର କର୍ମଚାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ

ଅଧିକ ବିବରଣୀ ପାଇଁ

https://pib.gov.in/PressReleseDetail.aspx?PRID=1611534

 

ସିଏସଆର ପାଣ୍ଠିରୁ ପିଏମ କେୟାର୍ସ ପାଣ୍ଠିକୁ 52 କୋଟି ଟଙ୍କାର ଯୋଗାଦାନ ଦେଲେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅଧୀନ ବନ୍ଦର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ

ଅଧିକ ବିବରଣୀ ପାଇଁ

https://pib.gov.in/PressReleseDetail.aspx?PRID=1611533

 

ଅନଲାଇନ ଶିକ୍ଷାଦାନ-ପାଠପଢ଼ା ପ୍ରକ୍ରିୟା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ

ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଲାଗି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ବିଭିନ୍ନ ଅନଲାଇନ ଓ ଡିଜିଟାଲ ଶିକ୍ଷାଦାନ ମାଧ୍ୟମ ଗ୍ରହଣ କରାଯାଇଛି। ବିଭିନ୍ନ ଉପଲବ୍ଧ ସମ୍ବଳ ବିନିଯୋଗ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଜାରି ରଖିବାକୁ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ

ଅଧିକ ବିବରଣୀ ପାଇଁ

https://pib.gov.in/PressReleseDetail.aspx?PRID=1611436

 

ଉପରାଷ୍ଟ୍ରପତି ଭବନ ଠାରେ ସପତ୍ନୀକ ଦୀପ ଜଳାଇଲେ ଉପରାଷ୍ଟ୍ରପତି

ନୋଭେଲ କରୋନା ଭୂତାଣୁ କାରଣରୁ ଦେଶରେ ଦେଖାଦେଇଥିବା ନିରାଶା ଓ ଅନ୍ଧକାରୁ ଦୂର କରିବା ଲାଗି ଆମର ଏକତା ଓ ସମ୍ମିଳିତ ଶକ୍ତି ପ୍ରଦର୍ଶନ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ଉଦ୍ଦିଷ୍ଟ ବୋଲି ମତବ୍ୟକ୍ତ କରି ଉପରାଷ୍ଟ୍ରପତି ଦେଶବାସୀଙ୍କୁ ଏକତା ପ୍ରଦର୍ଶନ ନିମନ୍ତେ ଦେଶବାସୀଙ୍କୁ ଦଳଗତ ଶକ୍ତି ପ୍ରଦର୍ଶନ ନିମନ୍ତେ ପ୍ରଶଂସା କରିଥିଲେ।

ଅଧିକ ବିବରଣୀ ପାଇଁ

https://pib.gov.in/PressReleseDetail.aspx?PRID=1611481

ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ବହୁମୁଖୀ କୋଟିଂ ବିକଶିତ କଲା ଜେଏନସିଏଏସଆର

ଅଧିକ ବିବରଣୀ ପାଇଁ

https://pib.gov.in/PressReleseDetail.aspx?PRID=1611637

 

 

 

 

 

 

https://pbs.twimg.com/profile_banners/231033118/1584354869/1500x500



(Release ID: 1611906) Visitor Counter : 173