ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ପରାମର୍ଶ

ଅନଲାଇନ ପଢାଇବା ଓ ଶିଖାଇବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ବିଭିନ୍ନ ପଦକ୍ଷେପ

Posted On: 05 APR 2020 7:36PM by PIB Bhubaneshwar

କୋଭିଡ-19 ସଂକ୍ରମଣ ମୁକାବିଲା ପାଇଁ ଦେଶବ୍ୟାପି ଚାଲିଥିବା ଲକଡାଉନ ଯୋଗୁଁ ସ୍କୁଲଗୁଡିକ ବନ୍ଦ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ମନ୍ତ୍ରଣାଳୟ ଅଧିନସ୍ଥ ସ୍ୱୟଂକ୍ରିୟ ସଂସ୍ଥାନର ମୁଖ୍ୟମାନଙ୍କୁ ଛାତ୍ରଛାତ୍ରୀଙ୍କ ଶିକ୍ଷା କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନିଜ ଛାତ୍ରଛାତ୍ରୀଙ୍କୁ ପଢିବା ଓ ଶିଖିବା ପ୍ରକ୍ରିୟା ସହ ଯୋଡିବା ପାଇଁ ବିଭିନ୍ନ ଅନଲାଇନ ଓ ଡିଜିଟାଲ ମାଧ୍ୟମ ଆପଣାଇଛନ୍ତି । ପିଲାମାନଙ୍କୁ ପଢିବାରେ ସାହାଯ୍ୟ ତଥା ପାଠ ସହିତ ଯୋଡି ରଖିବା ପାଇଁ ବିଭିନ୍ନ ଉପଲବ୍ଧ ସମ୍ବଳ ଅନୁସନ୍ଧାନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନିଜର ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପ୍ରୟାସ

କୋଭିଡ-19 ମହାମାରୀ ଯୋଗୁଁ ସାରା ବିଶ୍ୱରେ ହୋଇଥିବା ଲକଡାଉନ ପରିପ୍ରେକ୍ଷୀରେ ଦାୟିତ୍ୱବାନ ଗୁରୁ ତଥା ପଥ ପ୍ରଦର୍ଶକ ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ବହୁ ଶିକ୍ଷକ ସ୍ୱୟଂ ଆଗେଇ ଆସିଛନ୍ତି । ବହୁମୂଲ୍ୟ ପାଠପଢା ସମୟ ସଂଚୟ କରିବା ପାଇଁ ସେମାନେ ନିଜ ଛାତ୍ରଛାତ୍ରୀଙ୍କ ସହ ଡିଜିଟାଲ ମଂଚ ମାଧ୍ୟମରେ ସମ୍ପର୍କ ଯୋଡିଛନ୍ତି ।

କେଭିଏସ ନିଜର ସମସ୍ତ ଅଧ୍ୟକ୍ଷଙ୍କୁ କିଛି କାର୍ଯ୍ୟକ୍ରମ ବଂଟନ କରିଛି । ଯାହାଦ୍ୱାରା ସେଗୁଡିକର ଯଥାସମ୍ଭବ କାର୍ଯ୍ୟାନ୍ୱୟନ ହୋଇପାରିବ । ଏହାଦ୍ୱାରା ସଂଗଠନର ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ମାଧ୍ୟମରେ ପଢାଇବାକୁ ପ୍ରୋତ୍ସାହିତ ହେବେ । ଶିକ୍ଷକଙ୍କ ଦ୍ୱାରା ଅନଲାଇନ କ୍ଲାସ ପରିଚାଳନା ପାଇଁ ଆବଶ୍ୟକ ପ୍ରୋଟୋକଲ ମଧ୍ୟ ପ୍ରସ୍ତୁତ ହୋଇଛି  ।

ଏନଆଇଓଏସ ମଞ୍ଚର ବ୍ୟବହାର

ଜାତୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥାନ (ଏନଆଇଓଏସ)ର ସ୍ୱୟଂପ୍ରଭା ପୋର୍ଟାଲ ମାଧ୍ୟମରେ 7 ଏପ୍ରିଲ, 2020ରୁ ଆରମ୍ଭ ହେଉଥିବା ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀଗୁଡିକ ପାଇଁ ରେକର୍ଡେଡ ଓ ଲାଇଭ କାର୍ଯ୍ୟକ୍ରମର ବିବରଣୀ କେଭିଏସ ନିଜର ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ପଠାଇ ଦେଇଛନ୍ତି ।

ଏହି ସୂଚନା ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ପ୍ରସାରିତ କରିବା ପାଇଁ ସମସ୍ତ ବିଦ୍ୟାଳୟଗୁଡିକୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମର ସୁଫଳ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀଙ୍କ ସହ ଇ-ମେଲ, ହ୍ୱାଟସ୍ଆପ୍, ଏସଏମଏସ ଆଦି ମାଧ୍ୟମରେ ସମ୍ପର୍କ ସ୍ଥାପନ କରିବାକୁ ପରାମର୍ଶ ଦିଆଯାଇଛି ।

ଲାଇଭ ଆଲୋଚନା ପାଇଁ ଶିକ୍ଷକ ଚୟନ

କେଭିଏସ ନିଜର କିଛି ବଛାବଛା ଶିକ୍ଷକଙ୍କୁ ଏନଆଇଓଏସ ଦ୍ୱାରା ସ୍ୱୟଂପ୍ରଭା ପୋର୍ଟାଲର ଲାଇଭ ସେସନ ପାଇଁ ମନୋନୀତ କରିଛି । ସେମାନେ ସ୍କାଇପ ଓ ଲାଇଭ ୱେବ ଚାଟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନର ଉତ୍ତର ଦେବେ ତଥା ସନ୍ଦେହ ଦୂର କରିବେ । ଚୟନ ହୋଇଥିବା ଶିକ୍ଷକଙ୍କ ତାଲିକା ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି  ।

ଚୟନ ହୋଇଥିବା ଶିକ୍ଷକମାନେ ସକାଳ ଅଧିବେଶନରେ ପ୍ରସାରିତ ହୋଇଥିବା ବିଷୟଗୁଡିକର ଅତିରିକ୍ତ ପାଠ୍ୟ ସାମଗ୍ରୀ/ନୋଟ୍ସ ପ୍ରସ୍ତୁତ କରିବେ । ଯାହାଦ୍ୱାରା ଲାଇଭ ସେସନ ବେଳେ ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର ହୋଇପାରିବ । ଯଦି କୌଣସି ସନ୍ଦେହ ନଥିବ ତାହେଲେ ଶିକ୍ଷକ ସେହି ଦିନର ବିଷୟଗୁଡିକର ପୁନରାବୃତ୍ତି କରିବେ କିମ୍ବା ପିପିଟି/ ଅନ୍ୟ ଉପଯୁକ୍ତ ଶିକ୍ଷା ଉପକରଣ ମାଧ୍ୟମରେ ଛାତ୍ରୀଛାତ୍ରୀଙ୍କୁ ପ୍ରଦାନ କରିବେ ।

ବିଭିନ୍ନ ଉପଲବ୍ଧ ସମ୍ବଳର ପ୍ରୟୋଗ

ଏନଆଇଓଏସ ଓ ଏନସିଇଆରଟି ବିଷୟଗୁଡିକୁ ଅନଲାଇନରେ ପଢାଇବା ସହ ଟିଭିରେ ମଧ୍ୟ ପ୍ରସାରିତ କରୁଛନ୍ତି । ସେଗୁଡିକର ବିବରଣୀ ନିମ୍ନରେ ଦିଆଗଲା:

ମାସିଭ ଓପନ ଅନଲାଇନ କୋର୍ସ (ଏମଓଓସିଏସ): ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏନଆଇଓଏସର ପାଠ୍ୟକ୍ରମ ମାସିଭ ଓପନ ଅନଲାଇନ କୋର୍ସରେ ଉପଲବ୍ଧ ରହିଛି । ଯାହା ଏହି ଲିଙ୍କ ମାଧ୍ୟମରେ ଦେଖିହେବ । https://swayam.gov.in/nc_details/NIOS

ଫ୍ରି ଟୁ ଏୟାର ଡିଟୁଏଚ ଚ୍ୟାନେଲ

ଡିଟିଏଚ ଚ୍ୟାନେଲ ନମ୍ବର 27 (ପାଣିନି)

https://www.swayamprabha.gov.in/index.php/program/current/27 (Secondary)

ଡିଟିଏଚ ଚ୍ୟାନେଲ ନମ୍ବର 28 (ଶାରଦା)

https://www.swayamprabha.gov.in/index.php/channel_profile/profile/28 (Sr. Secondary)

ୟୁଟ୍ୟୁବ ଚ୍ୟାନେଲ

https://www.youtube.com/channel/UC1we0IrHSKyC7f30wE50_hQ (Secondary)

https://www.youtube.com/channel/UC6R9rI-1iEsPCPmvzlunKDg (Senior Secondary)

କିଶୋର ମଂଚ: 9ମ ରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱଂୟପ୍ରଭା ଚ୍ୟାନେଲ ନମ୍ବର 31 ଅନୁଯାୟୀ ଏନସିଇଆରଟିର 24 x7 ଡିଟିଏଚ ଟିଭି ଚ୍ୟାନେଲ ଉପଲବ୍ଧ ଅଛି ।

ଏହାବ୍ୟତୀତ ବିଭିନ୍ନ ମଂଚରେ ନିଃଶୁଳ୍କ ଇ-ସମ୍ବଳ ମଧ୍ୟ ଉପଲବ୍ଧ । ଯେପରିକି NROER, DIKSHA, SWAYAM PRABHA, NPTEL , e-pathshaala ଆଦି ।

 

**********

 



(Release ID: 1611768) Visitor Counter : 131