ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଲାଇଫଲାଇନ ଉଡାଣ ବିମାନ ଦ୍ଵାରା ଦେଶବ୍ୟାପୀ 161 ଟନ କାର୍ଗୋ ପରିବହନ

Posted On: 05 APR 2020 4:51PM by PIB Bhubaneshwar

ଲାଇଫଲାଇନ ଉଡାଣ ବିମାନ ଯଥା ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଭାରତୀୟ ବାୟୁସେନା, ପବନହଂସ ଓ ଅନ୍ୟାନ୍ୟ ଘରୋଇ ବିମାନ ମୋଟ 116ଟି ଉଡାଣ କରିଛନ୍ତି କେବଳ ଏୟାର ଇଣ୍ଡିଆ ଓ ଆଲିଆନ୍ସ ଏୟାର ଦ୍ଵାରା 79ଟି ଉଡାଣ କରାଯାଇଛି ଏପର୍ଯ୍ୟନ୍ତ 161 ଟନ କାର୍ଗୋ ପରିବହନ ହୋଇଛି । ଭାରତୀୟ ବେସାମରିକ ବିମାନ ଚଳାଚଳ ଓ ଚୀନ ମଧ୍ୟରେ ଯୋଗସୂତ୍ର ରକ୍ଷା କରାଯାଇ ଅତି ଗୁରୁତ୍ଵପୂର୍ଣ୍ଣ ମେଡିକାଲ ସାମଗ୍ରୀ ପରିବହନ କରାଯାଇଛି । ଏପ୍ରିଲ 4 ତାରିଖ ଦିନ ଚୀନରୁ 21 ଟନ ମେଡିକାଲ ସାମଗ୍ରୀ ଅଣାଯାଇଛି ।

କୋଭିଡ-19ର ମୁକାବିଲା ନିମନ୍ତେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ଦେଶର ଦୂରଦୂରାନ୍ତ ଅଞ୍ଚଳକୁ ଲାଇଫଲାଇନ ଉଡାଣ ବିମାନରେ ପଠାଯାଇଛି । ଲାଇଫଲାଇନ ଉଡାଣ ବିମାନ ସମ୍ପର୍କିତ ସମସ୍ତ ତଥ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ୱେବସାଇଟ www.civilaviation.gov.in ରେ ଉପଲବ୍ଧ ହେଉଛି ।

 

**********



(Release ID: 1611446) Visitor Counter : 107