ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ
କରୋନା ମୁକାବିଲା : 132 ଲକ୍ଷରୁ ଅଧିକ ମାସ୍କ ତିଆରି କଲେ ଏସ୍ଏଚଜି
• ଜାତୀୟ ଗ୍ରାମୀଣ ଜୀବିକା ମିଶନ କାର୍ଯ୍ୟକ୍ରମରେ ମାସ୍କ ପ୍ରସ୍ତୁତିକୁ ପ୍ରୋତ୍ସାହନ
Posted On:
04 APR 2020 1:45PM by PIB Bhubaneshwar
କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶରେ ମାସ୍କର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ସେହି ଚାହିଦା ପୂରଣ କରିବାକୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନ୍.ଆର.ଏଲ୍.ଏମ୍) ମାଧ୍ୟମରେ ଉଦ୍ୟମ ଆରମ୍ଭ ହୋଇଛି । ଦେଶର 24 ଟି ରାଜ୍ୟର 399 ଜିଲ୍ଳାରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚଜି) ଏହି କାମରେ ଲାଗିଛନ୍ତି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏନ୍.ଆର.ଏଲ.ଏମ୍. ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯାଉଛି । ଗତ 10 ଦିନ ମଧ୍ୟରେ ଏହି ଗୋଷ୍ଠୀଗୁଡିକ ଦ୍ୱାରା 132 ଲକ୍ଷରୁ ଅଧିକ ମାସ୍କ ଉତ୍ପାଦିତ ହୋଇଛି । ଏଥିରେ 14522 ସ୍ୱୟଂ ସହାୟିକା ଗୋଷ୍ଠୀର ମୋଟ 65,936 ସଦସ୍ୟ ସାମିଲ ହୋଇଛନ୍ତି ।
ଆନ୍ଧ୍ରପ୍ରଦେଶର ପାଞ୍ଚଟି ଜିଲ୍ଲାରୁ 4281 ସ୍ୱୟଂସହାୟିକା ଗୋଷ୍ଠୀର 21,028 ସଦସ୍ୟା ଏହି 10 ଦିନ ମଧ୍ୟରେ 25 ଲକ୍ଷ 41 ହଜାର 440ଟି ମାସ୍କ ଉତ୍ପାଦିତ କରିଛନ୍ତି । ତାମିଲନାଡୁର 32 ଜିଲ୍ଳାରୁ 1927 ସ୍ୱୟଂସହାୟିକା ଗୋଷ୍ଠୀର 10,780 ସଦସ୍ୟା ଏହି ସମୟରେ ଉତ୍ପାଦନ କରିଛନ୍ତି 26 ଲକ୍ଷ 17 ହଜାର 35 ମାସ୍କ । ବିହାର, ଛତିଶଗଡ, ଗୁଜରାଟ ,କେରଳ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ଉତ୍ତର ପୂର୍ବାଚଂଳର ଅନେକ ରାଜ୍ୟରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଏହି କାମରେ ଲାଗିଛନ୍ତି ।
**********
(Release ID: 1611223)
Visitor Counter : 177
Read this release in:
English
,
Gujarati
,
Hindi
,
Marathi
,
Assamese
,
Manipuri
,
Punjabi
,
Tamil
,
Telugu
,
Kannada
,
Malayalam