ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ

ସିଏସ୍ଆଇଆର୍ – ଆଇଏମଟେକରେ କରୋନା ଭୂତାଣୁ ସଂକ୍ରମଣ ପରୀକ୍ଷା ବ୍ୟବସ୍ଥା ଆରମ୍ଭ

Posted On: 04 APR 2020 12:23PM by PIB Bhubaneshwar

କରୋନା ମହାମାରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି କରିଛି । ଏହି ରୋଗର ଭୂତାଣୁ ଦ୍ୱାରା ସଂକ୍ରମିତ ଲୋକଙ୍କ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ଟେଷ୍ଟ କିଟର  ଅଭାବ ଭାରତରେ ରହିଛି । କେବଳ ଯେଉଁ  ସନ୍ଦିଗ୍ଧଙ୍କ ଭ୍ରମଣ ପୁଷ୍ଠଭୂମି ରହିଛି ସେମାନଙ୍କର ପରୀକ୍ଷା ସୁବିଧା  ମିଳୁଛି । ଏହି ଟେଷ୍ଟ ବା ପରୀକ୍ଷା ସୁବିଧା କ୍ରମବର୍ଦ୍ଧିଷ୍ଣ ସଂନ୍ଦିଗ୍ଧ ସଂକ୍ରମିତଙ୍କ ସଂଖ୍ୟା ଅନୁପାତରେ ଉପଲବ୍ଧ ହେବାର ଆବଶ୍ୟକତା ରହିଛି ।

ଚଣ୍ଡିଗଡସ୍ଥିତ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଦ୍ୟୋଗିକ ପରିଷଦ ମାଇକ୍ରୋବିୟାଲ ଟେକ୍ନୋଲୋଜି ପ୍ରତିଷ୍ଠାନ (ସିଏସ୍ଆଇଆର-ଆଇଏମଟେକ୍)  ଏହାକୁ ଦୃଷ୍ଟିରେ ରଖି କୋଭିଡ-19 ନମୁନା ଟେଷ୍ଟ କାମ ହାତକୁ ନେଇଛି । ଭାରତୀୟ ଭେଷଜ ଗବେଷଣା ପରିଷଦର ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଦେଶର ବିଭିନ୍ନ ପରୀକ୍ଷାଗାରରେ ଏହି  ପରୀକ୍ଷା କରାଯାଉଛି । ତଦନୁସାରେ ସିଏମଆଇଆର, ବିଜ୍ଞାନ ଓ ପ୍ରାଦ୍ୟୋଗିକ ବିଭାଗ ଓ ବାୟୋଟେକନୋଲୋଜି ବିଭାଗର ପରୀକ୍ଷାଗାର ତଥା ଆଣବିକ ବିଭାଗର ପରୀକ୍ଷାଗାରରେ କରୋନା ଭୂତାଣୁ ସଂକ୍ରମଣ ଜନିତ ପରୀକ୍ଷା କାର୍ଯ୍ୟ ଆରମ୍ଭ କରାଯାଉଛି ।

ସବୁ ସରକାରୀ ସହବନ୍ଧିତ ପରୀକ୍ଷାଗାର ବା ଲାବୋରେଟାରୀକୁ କରୋନା ସନ୍ଦିଗ୍ଧ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା କାମରେ ସାମିଲ କରିବା ଆଇସିଏମର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହା ଫଳରେ ସନ୍ଦିଗ୍ଧ କରୋନା ଆକ୍ରାନ୍ତକାରୀଙ୍କ ପାଇଁ ଅଧିକ ପରୀକ୍ଷା ସୁବିଧା ମିଳିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଆଇଏମଟେକ ନିଜସ୍ୱ ପରୀକ୍ଷାଗାରରେ ଦୈନିକ 50 ରୁ 100 ନମୁନା ପରୀକ୍ଷା କରିବାକୁ  ଲକ୍ଷ୍ୟ ରଖିଛି । ଆବଶ୍ୟକ ପଡିଲେ ଆଗକୁ ଏହି ପରୀକ୍ଷା ସଂଖ୍ୟା ଦୈନିକ ଭିତ୍ତିରେ ବୃଦ୍ଧି କରାଯାଇପାରେ  ବୋଲି ଚଣ୍ଡିଗଡସ୍ଥିତ ଆଇଏମଟେକର ନିର୍ଦ୍ଦେଶକ ଡାକ୍ତର ସଂଜୀବ ଖୋସଲା କହିଛନ୍ତି ।

କୋଭିଡ-19ର ନମୁନା ପରୀକ୍ଷା ପାଇଁ ଏହି ପ୍ରତିଷ୍ଠାନର ମଲିକ୍ୟୁଲାର ବାୟୋଲୋଜି ସଂକ୍ରାନ୍ତ ଯେଉଁ ଦକ୍ଷତା ଆବଶ୍ୟକ ସୁବିଧା ସୁଯୋଗ ଓ ବିଶେଷ ଜ୍ଞାନ କୌଶଳ ତଥା ଲୋମଣ୍ଡ ରହିଛି ତାହାକୁ ବୃଦ୍ଧି କରାଯାଇଛି । ଏହି ପରୀକ୍ଷା ଗାରରେ କୋଭିଡ-19 ପରୀକ୍ଷା ପାଇଁ ଦରକାର ପଡୁଥିବା ବାୟୋସେଫ୍ଟିଲେବର-3 ସୁବିଧା ଓ ଲ୍ୟାବ୍ ରହିଛି । ସନ୍ଦିଗ୍ଧ କରୋନା ସଂକ୍ରମିତଙ୍କ ନମୁନା ପରୀକ୍ଷା ସମୟରେ ଆବଶ୍ୟକ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ପାଳନ କରିବାକୁ କର୍ମଚାରୀ ଓ ବିଶେଷଙ୍କୁ ପରାମର୍ଶ ଦିଆଯାଇଛି ପ୍ରତିଷ୍ଠାନରେ ନୂଆକରି ଗୋଟିଏ ବିଏସ୍ଏଲ 2+ ଭାଇରୋଲୋଜି ଲ୍ୟାବ୍ ତିଆରି କରାଯାଇଛି । ଏହା ସହିତ ରିଭିର୍ସ ପଲିମରସ୍ ଚେନରିଆନସନ ଯନ୍ତ୍ର ଲଗାଯାଇଛି । କରୋନା ଭୂତାଣୁ ସଂକ୍ରମିତଙ୍କ ନମୁନା ପରୀକ୍ଷା ପାଇଁ ଯେଉଁସବୁ ଅନୁମୋଦିତ ନୀତି ଓ ବ୍ୟବସ୍ଥା ଗ୍ରହଣ କରାଯିବା କଥା ତାହା ଏଠାରେ କରାଯାଇଛି । ଖୁବ୍ ଶୀଘ୍ର ନମୁନା ପରୀକ୍ଷା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଆନୁଷ୍ଠାନିକ ଭାବେ ସୂଚନା ମିଳିଛି ।

କରୋନା ସାମ୍ପୁଲର କ୍ଲିନିକଲ ଟେଷ୍ଟିଂ ବ୍ୟତୀତ ସିଏମ୍ଆଇର ଇଏମଟେକ ସ୍ୱାସ୍ଥ୍ୟସେବାରେ ସଂପୃକ୍ତ ପେସାଦାରମାନଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଣରେ ସହାୟକ କରୁଛି । ଏମାନେ ଭୁତାଣୁର ପରୀକ୍ଷା ଏବଂ  ଆକ୍ରାନ୍ତଙ୍କୁ ଚିକିତ୍ସା ତଥା ସେବା ଯୋଗାଣ ସମୟରେ ନିଜେ ଯେପରି ସଂକ୍ରମିତ ନ ହୁଅନ୍ତି ତାହା ଚିନ୍ତିତ କରିବାକୁ ଏହି ପଦକ୍ଷେପ କରାଯାଇଛି । ପ୍ରତିଷ୍ଠାନପକ୍ଷରୁ  ସ୍ଥାନୀୟ ପ୍ରଶାସନ ଏବଂ ଚଣ୍ଡିଗଡ ରେଡକ୍ରସ୍ ୟୁନିଟକୁ କରୋନା ମୁକାବିଲା ପାଇଁ ସାମଗ୍ରୀ ଯୋଗାଣ ଓ ଭିତିଭୂମି ପ୍ରତିଷ୍ଠାନର  ଆବଶ୍ୟକ ସାହାଯ୍ୟ ସହଯୋଗ କରାଯାଉଛି ।

 

**********

 



(Release ID: 1611222) Visitor Counter : 158