ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ

Posted On: 03 APR 2020 9:01PM by PIB Bhubaneshwar

ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି

ବିଶ୍ଵବ୍ୟାପୀ ବଢିଚାଲିଥିବା କୋଭିଡ-19 ସଂକ୍ରମଣ ଏବଂ ସ୍ଵାସ୍ଥ୍ୟଗତ ଦୃଷ୍ଟିରୁ ଏହାକୁ ପ୍ରତିହତ କରିବା ଲାଗି ସେମାନଙ୍କ ସରକାର ଦ୍ଵାରା ଗ୍ରହଣ କରାଯାଇଥିବା ରଣନୈତିକ କୌଶଳ ନେଇ ଦୁଇ ନେତା ଆଲୋଚନା କରିଥିଲେ ।

ବୈଶ୍ଵିକ ମହାମାରୀ ବିରୁଦ୍ଧରେ ଲଢେଇ କରିବା ଲାଗି ଉପଲବ୍ଧ ଉନ୍ନତ ଧରଣର ଔଷଧ ଯୋଗାଣ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହାୟତାରେ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସମ୍ଭାବ୍ୟ ସହଯୋଗ ଲାଗି ଦୁଇ ନେତା ସମ୍ମତି ପ୍ରକାଶ କରିଥିଲେ । ଦୁଇ ଦେଶ ମଧ୍ୟରେ ସହଯୋଗକୁ ଦୃଢ କରିବା ପାଇଁ ଏକ ଉନ୍ନତ ଯୋଗାଯୋଗ ସୂତ୍ରର ସନ୍ଧାନ କରିବା ଲାଗି ଉଭୟେ ସହମତ ହୋଇଥିଲେ ।

ଆଧୁନିକ ଇତିହାସରେ କୋଭିଡ-19 ମହାମାରୀ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ବୋଲି ଉଭୟ ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ । ସମଗ୍ର ମାନବଜାତିର ସାମୂହିକ ହିତକୁ ଲକ୍ଷ୍ୟ କରି ଜଗତୀକରଣର ନୂତନ ପରିକଳ୍ପନା ପାଇଁ ଏହା ସୁଯୋଗ ପ୍ରଦାନ କରିଛି ।

     

**********



(Release ID: 1610949) Visitor Counter : 156