ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

ଏନଟିଏଫପି ବାଣିଜ୍ୟ ଓ ଆଦିବାସୀଙ୍କ ଉପରେ କୋଭିଡ଼-19 ପ୍ରଭାବର ପ୍ରତିରୋଧ ସକାଶେ ରାଜ୍ୟ / କେନ୍ଦ୍ରଶାସିତ କ୍ଷେତ୍ରର ସରକାରଙ୍କୁ ପତ୍ର ଲେଖିଲା ଟ୍ରାଇଫେଡ଼୍‌

Posted On: 03 APR 2020 1:14PM by PIB Bhubaneshwar

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ଟ୍ରାଇଫେଡ଼ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସ୍ତରୀୟ ସମସ୍ତ ନୋଡ଼ାଲ ଏଜେନ୍ସିମାନଙ୍କୁ ପତ୍ର ଲେଖି ଅଣ କାଷ୍ଠ ଜଙ୍ଗଲଜାତ ଉତ୍ପାଦ (ଏନଟିଏଫପି) ବାଣିଜ୍ୟ ଓ ଆଦିବାସୀମାନଙ୍କ ସ୍ୱାର୍ଥ ଉପରେ ବୈଶ୍ୱିକ ମହାମାରୀ କୋଭିଡ଼-19ର ପ୍ରଭାବକୁ ରୋକିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଟ୍ରାଇଫେଡ଼ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରବୀର କ୍ରିଷ୍ଣା ଲେଖିଥିବା ଏକ ପତ୍ରରେ ଦର୍ଶାଯାଇଛି ଯେ ବୈଶ୍ୱିକ ମହାମାରୀ କୋଭିଡ଼-19 ସାରା ବିଶ୍ୱରେ ଅଭୂତପୂର୍ବ ସଂକଟ ସୃଷ୍ଟି କରିଛି । ଭାରତର ପ୍ରାୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ର ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ଏବଂ ତାହାର ମାତ୍ରା ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ର ତଥା ସମାଜର ସବୁ ବର୍ଗଙ୍କ ଉପରେ ବିଭିନ୍ନ ମାତ୍ରାରେ ଅନୁଭୂତ ହୋଇଛି  । ସେଥିରୁ ଜନଜାତି ବର୍ଗ ମଧ୍ୟ ମୁକ୍ତ ନୁହନ୍ତି ବିଶେଷ କରି ଦେଶର ଅନେକ କ୍ଷେତ୍ରରେ ବର୍ତ୍ତମାନ ଏନଟିଏଫପିର ଅମଳ ଋତୁ ଶୀର୍ଷରେ ରହିଛି ।

ଏହି ପତ୍ରରେ କୁହାଯାଇଛି ଯେ, ସେହି ଦୃଷ୍ଟିରୁ ଆଦିବାସୀ ବର୍ଗର ଲୋକମାନଙ୍କ ନିରାପତ୍ତା ପାଇଁ ଆଗୁଆ ଚିନ୍ତା କରାଯିବା ଆବଶ୍ୟକ ଏବଂ ଏ ଦିଗରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବା ଉଚିତ ଯଦ୍ୱାରା ସମସ୍ତଙ୍କୁ, ବିଶେଷ କରି ଆଦିବାସୀ ବର୍ଗର ଜଙ୍ଗଲଜାତ ପଦାର୍ଥ ସଂଗ୍ରହକାରୀଙ୍କୁ ସୁରକ୍ଷିତ ରଖାଯାଇପାରିବ । ରାଜ୍ୟମାନଙ୍କୁ ଏହି ପରିପ୍ରେକ୍ଷୀରେ କେତେକ ବିଶେଷ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ଯାହା କେବଳ ସୂଚନାଧର୍ମୀ କିନ୍ତୁ ବିସ୍ତୃତ ନୁହେଁ । ଏଥି ସହିତ କେତେକ ନିର୍ଦ୍ଦିଷ୍ଟ ରାଜ୍ୟଭିତ୍ତିକ ଏବଂ/କିମ୍ବା ଏନଟିଏଫପି-ସଂପର୍କୀତ ପଏଣ୍ଟ ରହିଛି ଯାହାକୁ ରାଜ୍ୟମାନେ ଚାହିଁଲେ ଏହି ତାଲିକାରେ ସାମିଲ କରିପାରିବେ । ଟ୍ରାଇଫେଡ଼ ପକ୍ଷରୁ ଅନୁରୋଧ କରାଯାଇଛି ଯେ ସମସ୍ତ ରାଜ୍ୟ ଓ ସମସ୍ତ ରାଜ୍ୟ ସ୍ତରୀୟ ନୋଡ଼ାଲ ଏଜେନ୍ସିମାନେ ଏକଥା ସୁନିଶ୍ଚିତ କରିବା ଉଚିତ ଯେ ଏହିସବୁ ନିର୍ଦ୍ଦେଶାବଳୀ ଯେଭଳି ଉଦ୍ଦିଷ୍ଟ ବର୍ଗ (ଆଦିବାସୀ ବର୍ଗର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀ ତଥା ସେମାନଙ୍କର ଅନ୍ୟ କ୍ଷେତ୍ରଭିତ୍ତିକ କର୍ମକର୍ତ୍ତାମାନେ) ଙ୍କ ନିକଟରେ ଉପଯୁକ୍ତ ଭାବେ ଯଥାଶୀଘ୍ର ପହଞ୍ଚିପାରିବ  ।

କୋଭିଡ଼-19 ଆତଙ୍କ ବେଳେ ଏନଟିଏଫପିମାନେ କଣ କରିବା ଏବଂ କଣ ନକରିବା ଉଚିତ

•        ଅସାଧୁ ବ୍ୟବସାୟିକ ଶକ୍ତି ଏହି ସମୟରେ ଆଦିବାସୀ ବର୍ଗର ଜଙ୍ଗଲଜାତ ସଂଗ୍ରହକାରୀମାନଙ୍କୁ ସେମାନଙ୍କର ଏନଟିଏଫପିକୁ ଅଭାବୀ ବିକ୍ରୀ ପାଇଁ ପ୍ରୟାସ କିମ୍ବା ପ୍ରଭାବିତ କରିପାରନ୍ତି । ତେଣୁ ଅଧିକ ଦୃଢ଼ତାର ସହ, ବିଶେଷ କରି ଅଧିକତର ଦୁର୍ବଳ କ୍ଷେତ୍ରରେ ଏମଏଫପି ଯୋଜନାକୁ ପ୍ରବର୍ତ୍ତନ କରାଯିବା ଜରୁରି ।

•        ଏନଟିଏଫପି ସଂଗ୍ରହକାରୀମାନଙ୍କୁ ନିଶ୍ଚିତ ରୂପେ ପରାମର୍ଶ ଦିଆଯିବା ଉଚିତ ଯେ ସେମାନେ ଏନଟିଏଫପି ସଂଗ୍ରହ କାର୍ଯ୍ୟବେଳେ ନିଜର ସ୍ୱାସ୍ଥ୍ୟରକ୍ଷା ପ୍ରତି ବିଶେଷ ଯନôବାନ ହେବେ ।

•        ବନ ଧର ବିକାଶ କେନ୍ଦ୍ର ସମେତ ସମସ୍ତ ଏନଟିଏଫପି ପ୍ରକ୍ରିୟାକରଣ କେନ୍ଦ୍ରର ପ୍ରବେଶ ଦ୍ୱାରରେ ହିଁ ହ୍ୟାଣ୍ଡ ସାନିଟାଇଜର ରଖାଯିବା ଉଚିତ । ପ୍ରତ୍ୟେକ ପ୍ରୋସେସର ତାଙ୍କର ହାତକୁ କେନ୍ଦ୍ରରେ ପ୍ରବେଶ ପୂର୍ବରୁ ଏବଂ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହ୍ୟାଣ୍ଡ ସାନିଟାଇଜରରେ ଭଲଭାବେ ସଫା କରିବା ବାଂଛନୀୟ ।

•        ପ୍ରକ୍ରିୟାକରଣ କେନ୍ଦ୍ରମାନଙ୍କରେ ପ୍ରୋସେସରମାନେ ଖୁନ୍ଦାଖୁନ୍ଦି ହୋଇ ପରସ୍ପରର ଅତି ନିକଟରେ ବସିବା ଅନୁଚିତ । ପ୍ରତ୍ୟେକଙ୍କ ମଧ୍ୟରେ ଅନ୍ୟୂନ 2 ମିଟର ବ୍ୟବଧାନ ରହିବା ଆବଶ୍ୟକ । ଯଦି କେନ୍ଦ୍ରରେ ସ୍ଥାନାଭାବ ଜନିତ ସମସ୍ୟା ଥାଏ, ତେବେ ସେମାନଙ୍କୁ ବିଭିନ୍ନ ସିଫ୍ଟରେ କାମ କରିବାକୁ ପରାମର୍ଶ ଦିଆଯିବା ଆବଶ୍ୟକ କିମ୍ବା ଘରେ ରହି ସ୍ୱଚ୍ଛ ବାତାବରଣ ମଧ୍ୟରେ କାର୍ଯ୍ୟ କରିବା ଦରକାର ।

•        କୌଣସି ବ୍ୟକ୍ତି ଯାହାଙ୍କର କି କୌଣସି ପ୍ରକାର ଥଣ୍ଡା କିମ୍ବା କାଶ ଥିବ, ତାଙ୍କୁ କେନ୍ଦ୍ରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବନାହିଁ ଏବଂ ସମସ୍ତ ସଂଗ୍ରହକାରୀ ଓ ପ୍ରୋସେସରମାନେ ସାମାଜିକ ଦୂରତା, ବିଶେଷ କରି ସେଭଳି ବ୍ୟକ୍ତିଙ୍କ ଠାରୁ, ରକ୍ଷା କରିବା ଜରୁରି ।

•        ଯଦି କୌଣସି ସଂଗ୍ରହକାରୀ (କିମ୍ବା ତାଙ୍କ ଘରର କୌଣସି ସଦସ୍ୟ)ଙ୍କ ଠାରେ କୋଭିଡ଼-19ର ସାମାନ୍ୟତମ ସଂକେତ ଦେଖାଦିଏ, ସେମାନଙ୍କୁ ସ୍କ୍ରିନିଂ ପ୍ରକ୍ରିୟା ଏବଂ ଯଦି ଆବଶ୍ୟକ ପଡ଼େ, ତାଙ୍କୁ କ୍ୱାରାଣ୍ଟାଇନ୍‌ କରାଯିବା ମଧ୍ୟ ଉଚିତ ।

•        ଏନଟିଏଫପି ପାଇଁ ପ୍ୟାକେଜିଂ ଉପକରଣକୁ ସ୍ୱଚ୍ଛ ଏବଂ କୌଣସି ପ୍ରକାର କ୍ଷତି ପହଞ୍ଚା ନଯିବା ଉଚିତ ଯଦ୍ୱାରା ଏହାର ସଂସ୍ପର୍ଶରେ ଆସୁଥିବା ଲୋକମାନେ ଏନଟିଏଫପି ସଂସ୍ପର୍ଶରେ ଆସିପାରିବେ ନାହିଁ ।

•        ଯଥା ସମ୍ଭବ, ନଗଦ ରାଶି ଦେଣନେଣକୁ ସଂକୁଚିତ କରାଯିବା ଆବଶ୍ୟକ ଏବଂ ସଂଗ୍ରହକାରୀମାନଙ୍କ ବ୍ୟାଙ୍କ ଜମାଖାତାକୁ ଅର୍ଥ ହସ୍ତାନ୍ତର କରାରିବା ଉଚିତ । ସଂଗ୍ରହକାରୀମାନଙ୍କୁ ସରକାରୀ ପ୍ଲାଟଫର୍ମ ଯଥା ରୁପେ ଆଦି ମାଧ୍ୟମରେ ନଗଦହୀନ ଅର୍ଥ କାରବାର ପାଇଁ ପ୍ରୋତ୍ସାହିତ ଏବଂ ସମର୍ଥନ ଯୋଗାଇ ଦିଆଯିବା ଆବଶ୍ୟକ ।

 

**********

 

 

 



(Release ID: 1610947) Visitor Counter : 135