ରେଳ ମନ୍ତ୍ରଣାଳୟ

ସରକାରଙ୍କ ସ୍ଵାସ୍ଥ୍ୟଗତ ଆବଶ୍ୟକତାକୁ ଆଖି ଆଗରେ ରଖି ରେଳବାଇ ପକ୍ଷରୁ ଅଧିକ ମାସ୍କ ଓ ସାନିଟାଇଜର ପ୍ରସ୍ତୁତି

• ଏପ୍ରିଲ 1 ସୁଦ୍ଧା 2,87,704ଟି ମାସ୍କ ଏବଂ 25,806 ଲିଟର ସାନିଟାଇଜର ଉତ୍ପାଦ କରିଛି ଭାରତୀୟ ରେଳବାଇ
• ସମସ୍ତ ରେଳମଣ୍ଡଳ ଏହି କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବାବେଳେ କେନ୍ଦ୍ରୀୟ ଓ ପଶ୍ଚିମ ରେଳମଣ୍ଡଳ ସବୁଠାରୁ ଆଗରେ
• କାର୍ଯ୍ୟରେ ଯୋଗଦେଉଥିବା ସମସ୍ତ ନିୟମିତ କର୍ମଚାରୀ ତଥା ଚୁକ୍ତିଭିତ୍ତିକ ଶ୍ରମିକଙ୍କୁ ମଧ୍ୟ ମାସ୍କ ଓ ହାଣ୍ଡ ସାନିଟାଇଜର ଯୋଗାଇ ଦିଆଯାଉଛି

Posted On: 03 APR 2020 4:36PM by PIB Bhubaneshwar

କୋଭିଡ-19ର ମୁକାବିଲା ନିମନ୍ତେ ସରକାରଙ୍କ ସ୍ଵାସ୍ଥ୍ୟଗତ ଆବଶ୍ୟକତାକୁ ଆଖି ଆଗରେ ରଖି ଭାରତୀୟ ରେଳବାଇ ପକ୍ଷରୁ ସମସ୍ତ ଚେଷ୍ଟା ଜାରି ରହିଛି ଏହି ପରିପ୍ରେକ୍ଷୀରେ ରେଳବାଇର ସବୁ ମଣ୍ଡଳ ଉତ୍ପାଦନ ୟୁନିଟ ଓ ସରକାରୀ ଉଦ୍ୟୋଗ ମାସ୍କ ଓ ସାନିଟାଇଜର ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ଏପ୍ରିଲ ପହିଲା ସୁଦ୍ଧା ଭାରତୀୟ ରେଳବାଇ ଓ ଏହାର ଆନୁଷଙ୍ଗିକ ୟୁନିଟ 2,87,704ଟି ମାସ୍କ ଏବଂ 25,806 ଲିଟର ସାନିଟାଇଜର ପ୍ରସ୍ତୁତ କରିଛନ୍ତି ରେଳବାଇର କେନ୍ଦ୍ରୀୟ ମଣ୍ଡଳ 22,580ଟି ମାସ୍କ ଓ 2,693 ଲିଟର ସାନିଟାଇଜାର ପ୍ରସ୍ତୁତ କରିଥିବା ବେଳେ ପଶ୍ଚିମ ରେଳମଣ୍ଡଳ 46,313ଟି ମାସ୍କ ଓ 700 ଲିଟର ସାନିଟାଇଜର ପ୍ରସ୍ତୁତ କରିଛି ଉତ୍ତର-କେନ୍ଦ୍ରୀୟ ରେଳମଣ୍ଡଳ 26,567ଟି ମାସ୍କ ଓ 3,100 ଲିଟର ସାନିଟାଇଜର ପ୍ରସ୍ତୁତ କରିଛି ପୂର୍ବ ରେଳମଣ୍ଡଳ 14,800ଟି ମାସ୍କ ଓ 2,620 ଲିଟର ସାନିଟାଇଜର ପ୍ରସ୍ତୁତ କରିଛି । ରେଳବାଇ ଦ୍ଵାରା ମାଲ ପରିବହନ ଆହୋରାତ୍ର ଜାରି ରହିଥିବାରୁ ଏହାର ରକ୍ଷଣା ବେକ୍ଷଣା ପରିଚାଳନା କର୍ମଚାରୀ ମଧ୍ୟ ଆହୋରାତ୍ର କାର୍ଯ୍ୟ କରୁଛନ୍ତି । ରେଳ କର୍ମଚାରୀଙ୍କ ନିରାପତ୍ତା ତଥା ସେମାନଙ୍କ ମନୋବଳ ବୃଦ୍ଧି ଲାଗି କର୍ମସ୍ଥଳୀରେ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି । କାର୍ଯ୍ୟରେ ଯୋଗଦେଉଥିବା ନିୟମିତ କର୍ମଚାରୀ ଓ ଠିକା ଶ୍ରମିକମାନଙ୍କ ପାଇଁ ମାସ୍କ ଓ ସାନିଟାଇଜର ଉପଲବ୍ଧ କରାଯାଉଛି । କର୍ମସ୍ଥାଳୀରେ ହାତ ଧୋଇବା ପାଇଁ ପାଣି ଓ ସାବୁନର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୁରତ୍ଵକୁ ପ୍ରାଧାନ୍ୟ ଦିଆଯାଇ ନିୟମିତ ଭାବେ ଟ୍ରାକମେନ ଓ ବାହାନ ଚାଳକମାନଙ୍କୁ ଏଦିଗରେ ସଚେତନ କରାଯାଉଛି ।

 

**********

 



(Release ID: 1610774) Visitor Counter : 143