ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରିନ୍ସ ଅଫ ୱେଲ୍ସଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ

Posted On: 02 APR 2020 8:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପ୍ରିନ୍ସ ଅଫ ୱେଲ୍ସଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି ।

ଦୁଇ ନେତା କୋଭିଡ-19 ମହାମାରୀ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଗତ କିଛିଦିନ ହେଲା ବ୍ରିଟେନରେ ପ୍ରାଣ ହରାଉଥିବା ବ୍ୟକ୍ତିମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜ୍ଞାପନ କରିଥିଲେ । ନିକଟରେ ଅସୁସ୍ଥ ହୋଇ ପଡିଥିବା ପ୍ରିନ୍ସ ଚାର୍ଲସ ସୁସ୍ଥ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ତାଙ୍କର ସୁସ୍ଥ ଜୀବନ କାମନା କରିଛନ୍ତି ।

ମହାମାରୀ ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜାତୀୟ ସ୍ୱାସ୍ଥ୍ୟ ସେବାର ସଦସ୍ୟଙ୍କ ସହିତ ବ୍ରିଟେନର ପ୍ରବାସୀ ଭାରତୀୟମାନଙ୍କ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରିନ୍ସ ଚାର୍ଲସ । ବ୍ରିଟେନରେ ଭାରତୀୟ ସମ୍ପ୍ରଦାୟର ଧାର୍ମିକ ଓ ସାମାଜିକ ସଂଗଠନ ଦ୍ୱାରା ସାଧିତ ନିଃସ୍ୱାର୍ଥପର ସେବାର ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।

ବର୍ତମାନର ସଙ୍କଟପୂର୍ଣ୍ଣ ସ୍ଥିତିରେ ଭାରତରେ ଫସି ରହିଥିବା ବ୍ରିଟେନ ନାଗରିକଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ଓ ସହାୟତା ପାଇଁ ପ୍ରିନ୍ସ ଚାର୍ଲସ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆୟୁର୍ବେଦ ପ୍ରତି ସର୍ବଦା ଋଚି ରଖି ଆସିଥିବା ପ୍ରିନ୍ସ ଚାର୍ଲସଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଛୋଟ ଆନିମେସନ ଭିଡିଓ ଦ୍ୱାରା ମୌଳିକ ଯୋଗାଭ୍ୟାସ ଶିଖାଇବାକୁ ଭାରତର ଉଦ୍ୟମ ତଥା ପାରମ୍ପରିକ ଘରୋଇ ପଦ୍ଧତିରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିର ପ୍ରସାର ପାଇଁ ନିଆ ଯାଉଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅବଗତ କରାଇଛନ୍ତି । ବର୍ତମାନ ସ୍ଥିତିରେ ସୁସ୍ଥ ଓ ନିରାମୟ ରହିବା ପାଇଁ ଏହି ପଦକ୍ଷେପକୁ ପ୍ରିନ୍ସ ଚାର୍ଲସ ପ୍ରଶଂସା କରିଛନ୍ତି ।

********



(Release ID: 1610593) Visitor Counter : 180