ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଓ କୁୱେତ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 01 APR 2020 7:08PM by PIB Bhubaneshwar

କୁୱେତ ପ୍ରଧାନମନ୍ତ୍ରୀ ମହାମହିମ ଶେଖ ସବହ ଅଲ-ଖାଲେଦ ଅଲ-ହମଦ ଅଲ-ସବହଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି

ପ୍ରଧାନମନ୍ତ୍ରୀ କୁୱେତର ମହାମହିମ ଅମୀର, ରାଜ ପରିବାର ତଥା କୁୱେତବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ପଡୋଶୀ ରାଷ୍ଟ୍ର କୁୱେତ ସହିତ ଭାରତର ସମ୍ପର୍କ ଉପରେ ଗୁରୁତ୍ଵାରୋପ କରିଥିଲେ

ବିଶ୍ଵରେ ବଢିଚାଲିଥିବା କୋଭିଡ-19 ସଂକ୍ରମଣର ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ଦୃଷ୍ଟିକୋଣ ଉପରେ ଦୁଇ ନେତା ଆଲୋଚନା କରିଥିଲେ କୋଭିଡ-19ର ମୁକାବିଲା ଲାଗି ଦୁଇ ଦେଶର ଅଧିକାରୀମାନେ ନିୟମିତ ଭାବେ ସମ୍ପର୍କରେ ରହିବେ, ଯାହାଫଳରେ ସୂଚନାର ଆଦାନ ପ୍ରଦାନ ହୋଇପାରିବ ଏବଂ ପାରସ୍ପରିକ ସହଯୋଗ ତଥା ସହାୟତାର ସୁଯୋଗ ସୃଷ୍ଟି ହେବ

ମହାମହିମ କୁୱେତ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, କୁୱେତରେ ବିଶାଳ ଭାରତୀୟ ସମୁଦାୟଙ୍କ ଯୋଗଦାନକୁ ରାଷ୍ଟ୍ର ବହୁତ ମହତ୍ଵ ପ୍ରଦାନ କରୁଛି ଏବଂ ବର୍ତ୍ତମାନର ପରିସ୍ଥିତିରେ ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ଜାରି ରଖିବ କୁୱେତର ଏହି ପ୍ରକାର ଆଶ୍ଵାସନା ଲାଗି ପ୍ରଧାନମନ୍ତ୍ରୀ ଧନ୍ୟବାଦ ପ୍ରଦାନ କରିବା ସହିତ ପ୍ରଶଂସା ମଧ୍ୟ କରିଥିଲେ ।

 

**********

 


(रिलीज़ आईडी: 1610088) आगंतुक पटल : 218
इस विज्ञप्ति को इन भाषाओं में पढ़ें: Manipuri , English , Urdu , Marathi , हिन्दी , Assamese , Bengali , Punjabi , Gujarati , Tamil , Telugu , Kannada , Malayalam