ପୋଷ୍ଟ କରାଯିବା ଦିନାଙ୍କ:
23 OCT 2026 12:51PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆୟୁଷ ବର୍ମାଙ୍କୁ ଏସୀୟ ପାରା ଗେମ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ ଏଫ୍୫୩/୫୪ ଇଭେଣ୍ଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।
ଆୟୁଷଙ୍କ ପାଇଁ ଏହା ଏକ ସ୍ମରଣୀୟ ପଦାର୍ପଣ ଏବଂ ଏହି ସଫଳତାକୁ ଆଧାର କରି ସେ ଆଗକୁ ବଢ଼ିବେ ତଥା କ୍ରୀଡା ଜଗତରେ ନିଜର ସ୍ୱତନ୍ତ୍ର ଛାପ ଛାଡିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତାଙ୍କର ଭବିଷ୍ୟତର ପ୍ରୟାସ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ଆୟୁଷ ବର୍ମାଙ୍କ ପାଇଁ ଏକ ସ୍ମରଣୀୟ ପଦାର୍ପଣ! ପୁରୁଷ ଜାଭେଲିନ୍ ଥ୍ରୋ ଏଫ୍୫୩/୫୪ ଇଭେଣ୍ଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ବ୍ରୋଞ୍ଜ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ । ସେ ଏହି ସଫଳତାକୁ ଆଧାର କରି ଆଗକୁ ବଢ଼ିବା ସହ କ୍ରୀଡା ଜଗତରେ ନିଜର ଛାପ ଛାଡିଚାଲନ୍ତୁ । ମୋର ଶୁଭେଚ୍ଛା : PM @narendramodi"
SR