ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଦୀପ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 OCT 2026 9:40PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଦୀପ କୁମାରଙ୍କୁ ଏସୀୟ ପାରା ଗେମ୍ସ ୨୦୨୬ରେ ପୁରୁଷ ଡିସ୍‌କସ୍ ଥ୍ରୋ ଏଫ୍‌୪୩/ଏଫ୍‌୪୪/ଏଫ୬୨/ଏଫ୬୪ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ସେ ଏହି ଇଭେଣ୍ଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଛନ୍ତି ।

ନିଜର ସୀମାକୁ ଅତିକ୍ରମ କରି ଆଗକୁ ବଢ଼ିବା ପାଇଁ ତାଙ୍କର ଏହି ନିଷ୍ଠା ପ୍ରକୃତରେ ପ୍ରଶଂସନୀୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି;

“ପ୍ରଦୀପ କୁମାର ଏସୀୟ ପାରା ଗେମ୍ସ ୨୦୨୬ର ପୁରୁଷ ଡିସ୍‌କସ୍ ଥ୍ରୋ ଏଫ୪୩/ଏଫ୪୪/ଏଫ୬୨/ଏଫ୬୪ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଏବଂ ଏଥିସହ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ ରେକର୍ଡ କରିଛନ୍ତି । ନିଜର ସୀମାକୁ ଅତିକ୍ରମ କରି ଆଗକୁ ବଢ଼ିବା ପାଇଁ ତାଙ୍କର ଏହି ନିଷ୍ଠା ପ୍ରକୃତରେ ପ୍ରଶଂସନୀୟ । ଅଭିନନ୍ଦନ ଓ ଶୁଭେଚ୍ଛା : PM @narendramodi"

 

SR


(ରିଲିଜ ଆଡି: 2326400) ପରିଦର୍ଶକ କାଉଣ୍ଟର : 9