ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ ପାରା କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବା ସହ ନୂତନ ରେକର୍ଡ ସ୍ଥାପନ କରିଥିବାରୁ ମୋନା ଅଗ୍ରୱାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
19 OCT 2026 1:14PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଏସୀୟ ପାରା କ୍ରୀଡ଼ା ୨୦୨୬ରେ ମହିଳାଙ୍କ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଙ୍ଗ ଏସଏଚ-୧ ବର୍ଗରେ ମୋନା ଅଗ୍ରୱାଲ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଉକ୍ରୃଷ୍ଟ ସ୍କୋର ଏକ ନୂତନ ଏସୀୟ ପାରା କ୍ରୀଡ଼ା ସୃଷ୍ଟି କରିଛି, ଯାହା ଭାରତ ପାଇଁ ପ୍ରତିଯୋଗିତାର ପ୍ରଥମ ଦିନକୁ ଆହୁରି ବିଶେଷ କରିଦେଇଛି । ସେ ତାଙ୍କର ସଠିକତା,ଦୃଢ଼ ସଂକଳ୍ପ ଏବଂ ସଂଯମତାର ପ୍ରଶଂସା କରିଛନ୍ତି ଏବଂ ଆଗାମୀ ପ୍ରତିଯୋଗିତାଗୁଡ଼ିକରେ ତାଙ୍କର କ୍ରମାଗତ ସଫଳତା କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ରେ ପୋଷ୍ଟ କରିଛି,
“ଏସୀୟ ପାରା କ୍ରୀଡ଼ା-୨୦୨୬ରେ ମହିଳାଙ୍କ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଙ୍ଗ ଏସଏଚ-୧ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ମୋନା ଅଗ୍ରୱାଲଙ୍କୁ ଅଭିନନ୍ଦନ! ଉକ୍ରୃଷ୍ଟ ସ୍କୋର ବଳରେ ସେ ସେ ଏକ ନୂତନ ଏସୀୟ ପାରା କ୍ରୀଡ଼ା ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି! ଏହା ଏକ ଉଲ୍ଲେଖନୀୟ ସଫଳତା ଯାହା କି ଭାରତ ପାଇଁ ପ୍ରତିଯୋଗିତାର ପ୍ରଥମ ଦିନକୁ ଆହୁରି ବିଶେଷ କରିଦେଇଛି । ତାଙ୍କର ସଠିକତା, ଦୃଢ଼ ସଂକଳ୍ପ ଏବଂ ସଂଯମତା ପ୍ରକୃତରେ ପ୍ରଶଂସନୀୟ । ଆଗାମୀ ପ୍ରତିଯୋଗିତାଗୁଡ଼ିକରେ ତାଙ୍କର କ୍ରମାଗତ ସଫଳତା କାମନା କରୁଛି: ପ୍ରଧାନମନ୍ତ୍ରୀ @narendramodi” ।
SR
(ରିଲିଜ ଆଡି: 2325684)
ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam