ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଫଳପ୍ରଦ ଆଲୋଚନା କରିବା ସହ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 13 OCT 2026 10:10PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଫଳପ୍ରଦ ଆଲୋଚନା କରିଛନ୍ତି ।

ଉଭୟ ନେତା ଭାରତ-କାନାଡ଼ା ସମ୍ପର୍କରେ ରହିଥିବା ସକାରାତ୍ମକ ଗତିକୁ ଆଗକୁ ବଢ଼ାଇବା ଏବଂ ବାଣିଜ୍ୟ, ଶକ୍ତି, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଭଳି ରଣନୈତିକ ଭାଗିଦାରୀର ମୁଖ୍ୟ କ୍ଷେତ୍ର ଗୁଡ଼ିକରେ ଠୋସ୍ ଫଳାଫଳ ହାସଲ ଦିଗରେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏବଂ କାନାଡ଼ା ଏକ ଅଧିକ ସ୍ଥିର ଓ ସମୃଦ୍ଧ ବିଶ୍ୱ ଗଠନ ଦିଗରେ ଅବଦାନ ରଖୁଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଫଳପ୍ରଦ ଆଲୋଚନା ହେଲା ।

ଆମେ ଭାରତ-କାନାଡ଼ା ସମ୍ପର୍କରେ ରହିଥିବା ସକାରାତ୍ମକ ଗତିକୁ ଆଗକୁ ବଢ଼ାଇବା ଏବଂ ବାଣିଜ୍ୟ, ଶକ୍ତି, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଭଳି ଆମର ରଣନୈତିକ ଭାଗିଦାରୀର ମୁଖ୍ୟ କ୍ଷେତ୍ରଗୁଡ଼ିକରେ ଠୋସ୍ ଫଳାଫଳ ହାସଲ ଦିଗରେ କାର୍ଯ୍ୟ କରିବାକୁ ସହମତ ହେଲୁ ।

ଭାରତ ଏବଂ କାନାଡ଼ା ମିଳିତ ଭାବେ ଏକ ଅଧିକ ସ୍ଥିର ଓ ସମୃଦ୍ଧ ବିଶ୍ୱ ଗଠନ ଦିଗରେ ଅବଦାନ ରଖୁଛନ୍ତି ।@MarkJCarney” 

SR


(ରିଲିଜ ଆଡି: 2323204) ପରିଦର୍ଶକ କାଉଣ୍ଟର : 4