ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ପ୍ରକାଶ ପୁରବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2026 10:53AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ପ୍ରକାଶ ପୁରବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶତାବ୍ଦୀ ଧରି ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ମାନବତାକୁ ନିଃସ୍ୱାର୍ଥ ସେବା, ମାନବୀୟ ମର୍ଯ୍ୟାଦା ଓ ଏକତାର ପଥ ଦେଖାଇ ଆସିଛନ୍ତି।

 

ଏହି ପବିତ୍ର ଅବସର ସମାଜରେ ଏହି ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରିବା ଏବଂ ଏକ ଅଧିକ ସହାନୁଭୂତିଶୀଳ ଓ ସମନ୍ୱୟପୂର୍ଣ୍ଣ ବିଶ୍ୱ ଗଠନ ପାଇଁ ସମସ୍ତଙ୍କୁ ପ୍ରେରଣା ଦେବ ବୋଲି ଶ୍ରୀ ମୋଦୀ ଆଶା ପ୍ରକାଶ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

 

“ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ପ୍ରକାଶ ପୁରବ ଅବସରରେ ଶୁଭେଚ୍ଛା।

 

ଶତାବ୍ଦୀ ଧରି ଏହା ମାନବତାକୁ ନିଃସ୍ୱାର୍ଥ ସେବା, ମାନବୀୟ ମର୍ଯ୍ୟାଦା ଓ ଏକତାର ପଥ ଦେଖାଇଆସିଛି।

 

ଏହି ପବିତ୍ର ଅବସର ଆମ ସମାଜରେ ଏହି ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରିବା ଏବଂ ଏକ ଅଧିକ ସହାନୁଭୂତିଶୀଳ ଓ ସମନ୍ୱୟପୂର୍ଣ୍ଣ ବିଶ୍ୱ ଗଠନ ପାଇଁ ଆମକୁ ପ୍ରେରଣା ଦେଉ।”

 

*****

MT


(ରିଲିଜ ଆଡି: 2315763) ପରିଦର୍ଶକ କାଉଣ୍ଟର : 23