ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୮୦ତମ ସ୍ବାଧୀନତା ଦିବସ ଅଭିଭାଷଣରେ ‘ବିକଶିତ ଭାରତ’ ଦିଗରେ ନୂଆ ଉଚ୍ଚତା ଛୁଇଁବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ

प्रविष्टि तिथि: 15 AUG 2026 12:51PM by PIB Bhubaneswar

 

ଲାଲ୍‌କିଲ୍ଲା ଉପରୁ ନିଜର ୮୦ତମ ସ୍ବାଧୀନତା ଦିବସ ଅଭିଭାଷଣରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା 'ବିକଶିତ ଭାରତ' ଗଠନର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଏକ ଦୃଢ଼ ଆହ୍ବାନ ଦେଇଛନ୍ତି। ଦେଶର କାର୍ଯ୍ୟସଂସ୍କୃତି, ଚିନ୍ତାଧାରା ଏବଂ ଲକ୍ଷ୍ୟର ପରିସରରେ ପରିବର୍ତ୍ତନ ଆଣିବାକୁ ଆହ୍ବାନ ଦେଇ ପ୍ରଧାନମନ୍ତ୍ରୀ ନାଗରିକ, ସରକାର, ଉଦ୍ୟୋଗ ଜଗତ, କୃଷକ, ଯୁବବର୍ଗ ଏବଂ ସମାଜର ଅନ୍ୟାନ୍ୟ ବର୍ଗର ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୁଖ୍ୟାଂଶ ମଧ୍ୟରେ ରହିଛି :

. ପରବର୍ତ୍ତୀ ସ୍ତରର ସଂସ୍କାର : ପ୍ରଧାନମନ୍ତ୍ରୀ ସଂସ୍କାରର ଗତିକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ, ଭାରତ ପାଇଁ ସଂସ୍କାର କୌଣସି ବାଧ୍ୟବାଧକତା କିମ୍ବା ଚର୍ଚ୍ଚିତ ଶବ୍ଦ ନୁହେଁ, ବରଂ ଏକ ଦୃଢ଼ ବିଶ୍ୱାସର ପ୍ରସଙ୍ଗ। ସରକାର, ସମାଜ, ଉଦ୍ୟୋଗ, ଉତ୍ପାଦକ ଏବଂ କୃଷକ ସମସ୍ତଙ୍କୁ ପାରମ୍ପରିକ ବ୍ୟବସ୍ଥା, ଚିନ୍ତାଧାରା ଏବଂ ଲକ୍ଷ୍ୟରେ ସଂସ୍କାର ଆଣିବାକୁ ପଡିବ। ପ୍ରଧାନମନ୍ତ୍ରୀ କେନ୍ଦ୍ର, ରାଜ୍ୟ ଏବଂ ଶିଳ୍ପକୁ ଏକାଠି ଆଗକୁ ବଢ଼ିବା ଏବଂ ୨୦୪୭ ର ଆକାଂକ୍ଷା ଅନୁଯାୟୀ ବ୍ୟବସ୍ଥା, ନୀତି ଏବଂ ନିୟମ ଗଠନ କରି ନିରନ୍ତର ସଂସ୍କାରକୁ ଆଗକୁ ନେବାକୁ ଆହ୍ୱାନ କରିଥିଲେ।

୨. ବିକଶିତ ଭାରତ ପାଇଁ  'ସପ୍ତ ଧାରା' : ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଭାରତକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ଏବଂ ଆଗାମୀ ପାଞ୍ଚ ରୁ ସାତ ବର୍ଷ ମଧ୍ୟରେ ଦେଶକୁ ନୂତନ ଗତି ଦେବା ପାଇଁ ଶକ୍ତିର ସାତ ଧାରା, " ସପ୍ତ ଧାରା " ପାଇଁ ଆହ୍ୱାନ ଦେଇଥିଲେ। ଏହି ସାତ ଧାରା ହେଉଛି :

  • ଉତ୍ପାଦନ ଶକ୍ତି : ଭାରତକୁ ଉପାଦାନ ଏବଂ ଡିଜାଇନ୍ ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଉତ୍ପାଦ ପ୍ରସ୍ତୁତି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳ ବିକଶିତ କରିବାକୁ ପଡିବ ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳର ଏକ ବିଶ୍ୱାସଯୋଗ୍ୟ କେନ୍ଦ୍ର ହେବାକୁ ପଡିବ। ପ୍ରଧାନମନ୍ତ୍ରୀ ମୂଲ୍ୟ, ଗୁଣବତ୍ତା ଏବଂ ପରିମାଣ, ପ୍ରତିଯୋଗିତାମୂଳକ କାରଖାନା, ବ୍ୟବହାର ଉପଯୋଗୀ ଉତ୍ପାଦ, ଆକର୍ଷଣୀୟ ପ୍ୟାକେଜିଂ ଏବଂ ଶୂନ୍ୟ-ତ୍ରୁଟି ସହିତ ସଠିକ୍ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରିଥିଲେ। ଗୁଣବତ୍ତା ସହିତ କୌଣସି ସାଲିସ ନକରିବାକୁ ଆହ୍ୱାନ ଦେଇ ସେ କହିଥିଲେ, " ଗୁଣବତ୍ତା, ଗୁଣବତ୍ତା, ଗୁଣବତ୍ତା " ଭାରତୀୟ ଉତ୍ପାଦନର ମନ୍ତ୍ର ହେବା ଉଚିତ୍।
  • କୃଷି ଏବଂ ଖାଦ୍ୟ ଉତ୍ପାଦନ : ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରୁ ଆଗକୁ ବଢ଼ି ରପ୍ତାନି ବଜାରରେ ପହଞ୍ଚିବା ଏବଂ ଭାରତର ପାରମ୍ପରିକ ଖାଦ୍ୟ ଉତ୍ପାଦ, ବାଜରା, ମସଲା, ଫଳ ଏବଂ ଫୁଲକୁ ବିଶ୍ୱ ବ୍ରାଣ୍ଡରେ ପରିଣତ କରିବାକୁ ଆହ୍ୱାନ କରିଥିଲେ। ସେ ରାସାୟନିକ ମୁକ୍ତ କୃଷି ଏବଂ ବିଶ୍ୱ ମାନଦଣ୍ଡ ପୂରଣ କରୁଥିବା କୃଷି ଉତ୍ପାଦ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।
  • ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ : ଏଆଇ, କ୍ୱାଣ୍ଟମ୍, ସ୍ପେସ୍, ରୋବୋଟିକ୍ସ ଏବଂ ଡାଟା ସେଣ୍ଟର ଭଳି ଉଦୀୟମାନ କ୍ଷେତ୍ର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ କେବଳ ବିଶ୍ୱ ପାଇଁ ଏକ ବଜାର ହୋଇ ରହିବା ଉଚିତ ନୁହେଁ। ଏହା ଏକ ନବସୃଜନ କେନ୍ଦ୍ର ହେବା ଉଚିତ। ପ୍ରତି କୋଣରେ ମେଡ୍-ଇନ୍-ଇଣ୍ଡିଆ ୬ଜି ପହଞ୍ଚିବା ଦେଶର ଲକ୍ଷ୍ୟ ହେବା ଆବଶ୍ୟକ
  • ଗତି ଶକ୍ତି : ପ୍ରଧାନମନ୍ତ୍ରୀ ସହରଗୁଡ଼ିକୁ ସଂଯୋଗ କରୁଥିବା ଉଚ୍ଚ ଗତି ସମ୍ପନ୍ନ ରେଳ, ଆଧୁନିକ ରାଜପଥ, ଆଭ୍ୟନ୍ତରୀଣ ଜଳପଥ, ବିମାନବନ୍ଦର ଏବଂ ମଲ୍ଟିମୋଡାଲ୍ ଲଜିଷ୍ଟିକ୍ସ ମାଧ୍ୟମରେ ସୁଗମ ଏବଂ ଦ୍ରୁତ ସଂଯୋଗ ପାଇଁ ଆହ୍ୱାନ ଦେଇଥିଲେ। ବନ୍ଦରଗୁଡ଼ିକ ସାମଗ୍ରୀ ଲୋଡିଂ ଏବଂ ଅନଲୋଡିଂ ଠାରୁ ଆଗକୁ ବଢ଼ି ବନ୍ଦର ନେତୃତ୍ୱାଧୀନ ବିକାଶ ଏବଂ ଅଭିବୃଦ୍ଧିର ବାହକ ହେବା ଉଚିତ।
  • ପ୍ରତିରକ୍ଷା ଶକ୍ତି : ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ଆହ୍ୱାନ ଦେଇଥିଲେଭାରତକୁ ପରବର୍ତ୍ତୀ ପିଢ଼ିର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ବିକଶିତ କରି ଏକ ବିଶ୍ୱ ଯୋଗାଣକାରୀ ହେବା ଉଚିତ୍ ବୋଲି ମତ ଦେଇଥିଲେ। ସେ ବିଶେଷ ଭାବରେ ଡ୍ରୋନ୍ ଏବଂ କାଉଣ୍ଟର-ଡ୍ରୋନ୍ ସିଷ୍ଟମ ବିକଶିତ କରିବା ଏବଂ ହାଇପରସୋନିକ୍ ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ନେତୃତ୍ୱ ନେବା ପାଇଁ ଆହ୍ୱାନ କରିଥିଲେ। ସେ ସାଇବର ସୁରକ୍ଷାକୁ ଏକ ଏପରି କ୍ଷେତ୍ର ଭାବରେ ମଧ୍ୟ ଆଲୋକପାତ କରିଥିଲେ, ଯେଉଁଠାରେ ଭାରତୀୟ ଯୁବପିଢ଼ିଙ୍କ କ୍ଷମତାକୁ ଭାରତ ଏବଂ ବିଶ୍ୱ ପାଇଁ ଉପଯୋଗ କରାଯାଇପାରିବ।
  • ସବୁଜ ଅର୍ଥନୀତି ଏବଂ ନୀଳ ଅର୍ଥନୀତି : ପ୍ରଧାନମନ୍ତ୍ରୀ ସବୁଜ ହାଇଡ୍ରୋଜେନ, ନବୀକରଣୀୟ ଶକ୍ତି, ଶକ୍ତି ସଂରକ୍ଷଣ, ସବୁଜ ଗତିଶୀଳତା ଏବଂ ସବୁଜ ଉତ୍ପାଦନ କ୍ଷେତ୍ରରେ ବିଶ୍ୱରେ ନିଜର ସ୍ତର ହାସଲ କରିବାକୁ ଆହ୍ୱାନ କରିଥିଲେ। ସେ ମତ୍ସ୍ୟଚାଷ, ଉପକୂଳ ପର୍ଯ୍ୟଟନ, ସମୁଦ୍ର ପ୍ରଯୁକ୍ତିବିଦ୍ୟା ଏବଂ ନୀଳ ଅର୍ଥନୀତିର ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ଉପକୂଳ ଦ୍ୱାରା ପ୍ରଦାନ କରାଯାଇଥିବା ସୁଯୋଗ ଉପରେ ମଧ୍ୟ ଆଲୋକପାତ କରିଥିଲେ।
  • ଭାରତର ନରମ ଶକ୍ତି (ସଫ୍ଟ ପାୱାର) : ପ୍ରଧାନମନ୍ତ୍ରୀ ଯୋଗ, ଆୟୁର୍ବେଦ, ସାମଗ୍ରିକ ସ୍ୱାସ୍ଥ୍ୟସେବା ଏବଂ ଭାରତରେ ସୁସ୍ଥତା କ୍ଷେତ୍ରରେ ଦେଶର ଶକ୍ତିକୁ ବିଶ୍ୱ ସ୍ତରରେ ପହଞ୍ଚାଇବାକୁ ଆହ୍ୱାନ କରିଥିଲେ। ସେ ହସ୍ତଶିଳ୍ପ, ସଂସ୍କୃତି, ଚଳଚ୍ଚିତ୍ର, ଭିଏଫଏକ୍ସ, ଆନିମେସନ୍, ଗେମିଂ ଏବଂ ଡିଜିଟାଲ୍ ବିଷୟବସ୍ତୁ ସମ୍ପର୍କ​‌ରେ ମଧ୍ୟ ଉଲ୍ଲେଖ କରିଥିଲେ,  ଯେଉଁ କ୍ଷେତ୍ରରେ ଭାରତ ବିଶ୍ୱ ସ୍ତରରେ ନିଜର ଶକ୍ତି ପ୍ରତିଷ୍ଠିତ କରିପାରିବ। ସେ ବିଦେଶୀ ପର୍ଯ୍ୟଟକ, ବିଶ୍ୱସ୍ତରୀୟ କ୍ରୀଡା କାର୍ଯ୍ୟକ୍ରମ ଏବଂ କନସର୍ଟକୁ ଭାରତକୁ ଆକର୍ଷିତ କରିବା ପାଇଁ ଅଧିକ ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ।

. ଭାରତର ମହତ୍ତ୍ୱାକାଂକ୍ଷାର ପରିମାଣ ବୃଦ୍ଧି କରନ୍ତୁ : ଦେଶ ଉଚ୍ଚ ଚିନ୍ତାଧାରା ରଖିବାକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ, ଆଗାମୀ ଦଶନ୍ଧିରେ ଫର୍ଚ୍ୟୁନ୍ ୫୦୦ ମଧ୍ୟରେ ଭାରତର ୫୦ଟି କମ୍ପାନୀ କାହିଁକି ରହିବା ଉଚିତ୍ ନୁହେଁ। ଏକ ଭାରତୀୟ ବ୍ୟାଙ୍କ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ବ୍ୟାଙ୍କ ମଧ୍ୟରେ ରହିବା ଉଚିତ ଏବଂ ଗୋଟିଏ କିମ୍ବା ଦୁଇଟି ଭାରତୀୟ ଔଷଧ କମ୍ପାନୀ ବିଶ୍ୱର ପାଞ୍ଚଟି ବୃହତ୍ ଫାର୍ମା କମ୍ପାନୀ ମଧ୍ୟରେ ସ୍ଥାନ ପାଇବା ଉଚିତ। ସେ ବିଶ୍ୱର ପ୍ରମୁଖ ଫାର୍ମଗୁଡ଼ିକ ମଧ୍ୟରେ ଭାରତୀୟ ଆଇନ ଫାର୍ମ, ରେଟିଂ ଏଜେନ୍ସି, ପରାମର୍ଶଦାତା ଫାର୍ମ ଏବଂ ଆକାଉଣ୍ଟିଂ ଫାର୍ମଗୁଡ଼ିକୁ ସ୍ଥାନ ପାଇବା, ଭାରତୀୟ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକୁ ବିଶ୍ୱ ନେତା ହେବା ଏବଂ ଭାରତୀୟ ବ୍ରାଣ୍ଡଗୁଡ଼ିକୁ ବିଶ୍ୱକୁ ଆକର୍ଷିତ କରୁଥିବା ଦେଶର ପରିଚୟ ହେବା ପାଇଁ ଆହ୍ୱାନ କରିଥିଲେ।

୪. ଭାରତୀୟ ଗୁଣବତ୍ତା ଏକ ବିଶ୍ୱସ୍ତରୀୟ ପରିଚୟ ତିଆରି କରନ୍ତୁ : ପ୍ରଧାନମନ୍ତ୍ରୀ ନିର୍ମାତା, ଉଦ୍ୟୋଗୀ ଏବଂ ଏମଏସଏମଇଗୁଡିଙ୍କୁ ବିଶ୍ୱ ବଜାରରେ ଭାରତୀୟ ଉତ୍ପାଦଗୁଡ଼ିକର ବିଶ୍ୱସନୀୟତା ଏବଂ ଗୁଣବତ୍ତାକୁ ନେଇ ଏକ ପରିଚୟ ପ୍ରତିଷ୍ଠା କରିବା ପାଇଁ ଦୃଢ଼ ଆହ୍ୱାନ କରିଥିଲେ।  ସେ କହିଥିଲେ ଯେ ଭାରତକୁ ମୂଲ୍ୟ, ଗୁଣବତ୍ତା ଏବଂ ପରିମାଣରେ ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରିବାକୁ ପଡିବବିଶ୍ୱ ବଜାରରେ ସଫଳତାର ସହିତ ପ୍ରତିଯୋଗିତା କରିପାରିବା ଭଳି ଉତ୍ପାଦ ପ୍ରସ୍ତୁତ କରିବାକୁ ପଡିବ। ସେ ଏମଏସଏମଇଗୁଡ଼ିକୁ ଭାରତର ବାଣିଜ୍ୟ ଚୁକ୍ତି ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗଗୁଡ଼ିକୁ ହାତଛଡ଼ା କରିବାକୁ ଏବଂ ଗୁଣବତ୍ତା ଏବଂ ପ୍ରତିଯୋଗିତାମୂଳକ ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରିବା ସହିତ ଭାରତୀୟ ଉତ୍ପାଦଗୁଡ଼ିକୁ ବିଶ୍ୱ ବଜାରକୁ ନେବାକୁ ଆହ୍ୱାନ କରିଥିଲେ।

୫. କାର୍ଯ୍ୟ ସଂସ୍କୃତି ପରିବର୍ତ୍ତନ କରନ୍ତୁ ଏବଂ ଭାରତର ଲକ୍ଷ୍ୟର ପରିମାଣ ସହିତ ସମନ୍ଵୟ ରକ୍ଷା କରନ୍ତୁ : ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଶତାବ୍ଦୀର ପରବର୍ତ୍ତୀ ଏକ ଚତୁର୍ଥାଂଶ ସମୟ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦେଶ ଏହାର ଗତିକୁ ଅଟକାଇ ପାରିବ ନାହିଁ କିମ୍ବା ହ୍ରାସ କରିବାକୁ ଦେଇପାରିବ ନାହିଁ। ସେ ଦେଶର କାର୍ଯ୍ୟ ସଂସ୍କୃତି, ଚିନ୍ତାଧାରା ଏବଂ କାର୍ଯ୍ୟର ଗତିକୁ ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଇଥିଲେ ପୂର୍ବ ପାଞ୍ଚ ରୁ ସାତ ଦଶନ୍ଧିରେ ଯେଉଁ କାର୍ଯ୍ୟଗୁଡ଼ିକ ସମ୍ପାଦିତ ହୋଇନଥିଲା, ତାହା ଆଗାମୀ ପାଞ୍ଚ ରୁ ସାତ ବର୍ଷ ମଧ୍ୟରେ ସମ୍ପୂର୍ଣ କରିବାକୁ ପଡିବ ବୋଲି କହିଥିଲେ

୬. ନଶା ମୁକ୍ତ ଭାରତ ଅଭିଯାନରେ ପ୍ରତ୍ୟେକ ପରିବାର ସାମିଲ ହେବା ଉଚିତ : ନିଶା ସେବନକୁ ଭାରତର ଯୁବପିଢ଼ି ସାମ୍ନାରେ ଏକ ପ୍ରମୁଖ ଆହ୍ୱାନ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିଶାମୁକ୍ତ ଭାରତ ଏକ ସାମୂହିକ ଦାୟିତ୍ୱ ହେବା ଉଚିତ। ମାଇଁ ଭାରତ ସ୍ୱେଚ୍ଛାସେବକ, ଏନଜିଓ, ସାମାଜିକ - ସାଂସ୍କୃତିକ ସଂଗଠନ ଏବଂ ଆଧ୍ୟାତ୍ମିକ ନେତାମାନଙ୍କୁ ନେଇ ୧୦୦ ସପ୍ତାହ ଧରି ଚାଲିଥିବା ନିଶା ମୁକ୍ତ ଭାରତ ଅଭିଯାନ ବିଷୟରେ ସେ ଉଲ୍ଲେଖ କରିଥିଲେ ସେ ପ୍ରତ୍ୟେକ ପରିବାରକୁ ଏହି ଅଭିଯାନର ଅଂଶ ହେବାକୁ ଏବଂ ନିଶା ମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବାରେ ଯୋଗଦାନ ଦେବାକୁ ଆହ୍ୱାନ କରିଥିଲେ।

. ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରନ୍ତୁ : ପ୍ରଧାନମନ୍ତ୍ରୀ ମହିଳା ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ଏକାଠି ହେବାକୁ ସିଧାସଳଖ ନିବେଦନ କରିଥିଲେ। ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଷୟରେ ସେ ଉଲ୍ଲେଖ କରିଥିଲେ। ସେ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଥିଲେ ଯେ ମହିଳାମାନେ ଯେପରି ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ପ୍ରତିନିଧିତ୍ୱ ସୁରକ୍ଷିତ କରିପାରିବେ ଏବଂ ଭାରତର ନୀତି ଗଠନରେ ଯୋଗଦାନ ଦେଇପାରିବେ ତାହା ସେମାନେ ଯଥାଶୀଘ୍ର ନିଶ୍ଚିତ କରିବା ଆବଶ୍ୟକ।

. ଜନଗଣନାରେ ଯୁବପିଢ଼ିଙ୍କ ଅଂଶଗ୍ରହଣକୁ ଆଗେଇ ନେବା : ନୀତି, ଯୋଜନା ଏବଂ ଦେଶର ଭବିଷ୍ୟତ ଯୋଜନା ପାଇଁ ସଠିକ୍ ସୂଚନା ଜରୁରୀ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କୁ ଚଳିତ ଜନଗଣନାରେ ସେମାନଙ୍କ ପରିବାରକୁ ସଠିକ୍ ଭାବରେ ଅଂଶଗ୍ରହଣ କରିବାରେ ସାହାଯ୍ୟ କରିବାକୁ ଆହ୍ୱାନ କରିଥିଲେ। ସେ ଯୁବପିଢ଼ିଙ୍କୁ ସେମାନଙ୍କ ପରିବାର ସହିତ ବସି ଫର୍ମ ସମ୍ପର୍କରେ ବୁଝିବାକୁ, ସେଥିରେ ଉଲ୍ଲେଖ କରାଯାଇଥିବା ସୂଚନା ସଠିକ୍ ଅଛି କି ନାହିଁ ତାହା ନିଶ୍ଚିତ କରିବାକୁ ଏବଂ ଜନଗଣନା କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଥିଲେ।

. ଦେଶ ନିଜଠାରୁ ଊର୍ଦ୍ଧ୍ୱରେ ; କର୍ତ୍ତବ୍ୟ ହେଉଛି ପରିଚୟ : ପଞ୍ଚ ପ୍ରାଣକୁ ମନେ ପକାଇ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଦାସତ୍ୱର ମାନସିକତାକୁ ଦୂର କରିବାକୁ ଆହ୍ୱାନ କରିଥିଲେରାଷ୍ଟ୍ରର ସ୍ୱାର୍ଥ ନିଜଠାରୁ ଊର୍ଦ୍ଧ୍ୱରେ ରହିବା ଉଚିତ ଏବଂ କର୍ତ୍ତବ୍ୟ ଆମର ପରିଚୟ ହେବା ଉଚିତ୍ ସଂକଳ୍ପକୁ ସେ ଦୋହରାଇଥିଲେ

୧୦. ସ୍ୱପ୍ନକୁ ସଂକଳ୍ପରେ ଏବଂ ସଂକଳ୍ପକୁ ସଫଳତାରେ ପରିଣତ କରନ୍ତୁ : ବିକଶି ଭାରତ ପାଇଁ ସାମୂହିକ ଜାତୀୟ ପ୍ରୟାସର ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଭାରତର ସମୟ, ସୁଯୋଗ ଏବଂ ସଂକଳ୍ପ। ସେ ନାଗରିକମାନଙ୍କ ସ୍ୱପ୍ନକୁ ସଂକଳ୍ପରେ, ସଂକଳ୍ପକୁ ଶକ୍ତିରେ ଏବଂ ଶକ୍ତିକୁ ସଫଳତାରେ ପରିଣତ କରିବାକୁ, ପ୍ରତ୍ୟେକ ପଦକ୍ଷେପକୁ ବିକାଶ ଦିଗରେ ଏକ ପଦକ୍ଷେପ କରିବାକୁ, ଏକାଠି ଆଗକୁ ବଢ଼ିବା ଏବଂ ସାମୂହିକ ଭାବରେ ଏକ ବିକଶିତ ଭାରତ ନିର୍ମାଣ କରିବାକୁ ଆହ୍ୱାନ କରିଥିଲେ।

***

SSP


(रिलीज़ आईडी: 2300051) आगंतुक पटल : 4
इस विज्ञप्ति को इन भाषाओं में पढ़ें: Telugu , Kannada , Bengali , English , Urdu , हिन्दी , Marathi , Manipuri , Gujarati , Tamil