ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ସ୍ୱାଧୀନତା ଦିବସ ଅବସରରେ ୧୦୫୭ ଜଣ ପୁଲିସ୍ ଓ ସେବା କର୍ମଚାରୀଙ୍କୁ ବୀରତ୍ୱ ପଦକ


ସ୍ୱାଧୀନତା ଦିବସରେ ଓଡ଼ିଶାର ୨୩ କର୍ମଚାରୀ ସମ୍ମାନିତ; ୫ ଜଣଙ୍କୁ ବୀରତ୍ୱ ପଦକ

प्रविष्टि तिथि: 14 AUG 2026 8:59AM by PIB Bhubaneswar

ସ୍ୱାଧୀନତା ଦିବସ ୨୦୨୬ ଅବସରରେ ପୁଲିସ୍, ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ଏବଂ ଜେଲ ଓ ସୁଧାର ସେବାର ମୋଟ ୧୦୫୭ ଜଣ କର୍ମଚାରୀଙ୍କୁ ବୀରତ୍ୱ ଏବଂ ସେବା ପଦକ ପ୍ରଦାନ କରାଯାଇଛି। 

ଏମାନଙ୍କ ମଧ୍ୟରୁ ଓଡ଼ିଶାର ମୋଟ ୨୩ ଜଣ ଅନ୍ତର୍ଭୁକ୍ତ ଅଛନ୍ତି। ଓଡ଼ିଶା ପୁଲିସରୁ ୫ ଜଣ ବୀରତ୍ବ ପଦକ,୨ ଜଣ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଓ ୧୦ ଜଣ ପ୍ରଶଂସନୀୟ ସେବା ପଦକ ପାଇଛନ୍ତି। ରାଜ୍ୟର ଅଗ୍ନିଶମ ବାହିନୀରୁ ଜଣେ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୨ ଜଣ 'ପ୍ରଶଂସନୀୟ ସେବା ପଦକ' ପାଇଛନ୍ତି। ଗୃହରକ୍ଷୀ ବାହିନୀରୁ ଜଣେ 'ପ୍ରଶଂସନୀୟ ସେବା ପଦକ' ପାଇଛନ୍ତି ଏବଂ ଜେଲ ଓ ସୁଧାର ବିଭାଗରୁ ୨ ଜଣ 'ପ୍ରଶଂସନୀୟ ସେବା ପଦକ' ପାଇଛନ୍ତି।

ବୀରତ୍ୱ ପଦକ 

ଜୀବନ ଓ ସମ୍ପତ୍ତି ରକ୍ଷା କରିବା, ଅପରାଧ ରୋକିବା କିମ୍ବା ଅପରାଧୀଙ୍କୁ ଗିରଫ କରିବା କ୍ଷେତ୍ରରେ କର୍ତ୍ତବ୍ୟ ଓ ଦାୟିତ୍ୱକୁ ନଜରରେ ରଖି କରାଯାଇଥିବା ଅସାଧାରଣ ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବୀରତ୍ୱ ପଦକ ପ୍ରଦାନ କରାଯାଏ। ମୋଟ ୩୦୧ ଟି ବୀରତ୍ୱ ପଦକ ପ୍ରଦାନ କରାଯାଇଛି। ଏହି ୩୦୧ ଟି ବୀରତ୍ୱ ପଦକ ମଧ୍ୟରୁ ୨୭୨ ଜଣ ପୁଲିସ୍ କର୍ମଚାରୀ ଏବଂ ୨୯ ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଏହି ପଦକରେ ସମ୍ମାନିତ କରାଯାଇଛି। ଏହି ୩୦୧ ଟି ବୀରତ୍ୱ ପୁରସ୍କାର ମଧ୍ୟରୁ ଅଧିକାଂଶ, ଅର୍ଥାତ୍ ୧୯୭ ଜଣ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର, ୫୧ ଜଣ ଜମ୍ମୁ ଓ କଶ୍ମୀର ଅଞ୍ଚଳର, ୧୨ ଜଣ ଉତ୍ତର-ପୂର୍ବ ଅଞ୍ଚଳର ଏବଂ ୪୧ ଜଣ ଅନ୍ୟାନ୍ୟ ଅଞ୍ଚଳର କର୍ମଚାରୀଙ୍କୁ ସେମାନଙ୍କ ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଉଛି।

ଓଡ଼ିଶାରୁ ମନ୍ମଥ କୁମାର ମହାପାତ୍ର, ସବ୍-ଇନ୍ସପେକ୍ଟର, ନିରାକାର ଭୁଏ, ହାବିଲଦାର, ସନ୍ତୋଷ ଗୁରୁଙ୍ଗ, କମାଣ୍ଡୋ, ସୁମନ ପୁନ୍, କମାଣ୍ଡୋ, ସୁରେଶ ଚନ୍ଦ୍ର ପୁଟା, କମାଣ୍ଡୋ ବୀରତ୍ବ ପଦକ ପାଇଛନ୍ତି।

ସେବା ପଦକ 

ସେବାରେ ସ୍ୱତନ୍ତ୍ର ଓ ଉଲ୍ଲେଖନୀୟ ରେକର୍ଡ ପାଇଁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ସମ୍ପୂର୍ଣ୍ଣ ନିଷ୍ଠା ଓ ଦକ୍ଷତାର ସହ କରାଯାଇଥିବା ମୂଲ୍ୟବାନ ସେବା ପାଇଁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଏ।

ମୋଟ ୯୨ଟି 'ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ' ପ୍ରଦାନ କରାଯାଇଛି। ଏହା ମଧ୍ୟରୁ ୮୩ଟି ପୁଲିସ୍ ସେବା, ୦୪ ଟି ଅଗ୍ନିଶମ ସେବା, ୦୩ଟି ବେସାମରିକ ପ୍ରତିରକ୍ଷା ଓ ଗୃହରକ୍ଷୀ ସେବା ଏବଂ ୦୨ଟି କାରାଗାର ଓ ସୁଧାର ସେବାକୁ ଦିଆଯାଇଛି। ଓଡ଼ିଶାର ପୁଲିସ ବିଭାଗରୁ ସଞ୍ଜୀବ ପଣ୍ଡା, ଅତିରିକ୍ତ ମହାନିର୍ଦ୍ଦେଶକ, ସ୍ମିତାରାଣୀ ମହାନ୍ତି, ଉପ ଆରକ୍ଷୀ ଅଧୀକ୍ଷକ ଏବଂ ଅଗ୍ନିଶମ ବିଭାଗରୁ ମଳୟ କୁମାର ମହାନ୍ତି, ସହକାରୀ ଷ୍ଟେସନ୍ ଅଧିକାରୀ ଏହି ପଦକ ପାଇଛନ୍ତି।

ସେହିପରି ମୋଟ ୬୬୪ଟି 'ପ୍ରଶଂସନୀୟ ସେବା ପଦକ' ପ୍ରଦାନ କରାଯାଇଛି। ଏହା ମଧ୍ୟରୁ ୬୦୬ଟି ପୁଲିସ୍ ସେବା, ୨୮ଟି ଅଗ୍ନିଶମ ସେବା, ୧୮ ଟି ସିଭିଲ୍ ଡିଫେନ୍ସ ଓ ହୋମ୍ ଗାର୍ଡ ସେବା ଏବଂ ୧୨ଟି ଜେଲ୍ ସେବାକୁ ଦିଆଯାଇଛି। ଓଡ଼ିଶାର ପୁଲିସ ବିଭାଗରୁ ମନୋରଞ୍ଜନ ପାଇକରାୟ, ଉପ ଆରକ୍ଷୀ ଅଧୀକ୍ଷକ, ସୁରେଶ କୁମାର ବଳ, ଉପ ଆରକ୍ଷୀ ଅଧୀକ୍ଷକ, ଗୀତାଞ୍ଜଳି ପଣ୍ଡା, ଇନ୍ସପେକ୍ଟର, ଭାବେଶ କୁମାର ନାୟକ, ଡେପୁଟି ଡେପୁଟି କମାଣ୍ଡାଣ୍ଟ, ପରେଶ କୁମାର ମିନାତି ନନ୍ଦନ ପତି, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଶ୍ୟାମଳୀ ବିଶ୍ୱାସ, କନଷ୍ଟେବଳ, ବରୁଣ କୁମାର ନାଏକ, ସବ୍-ଇନ୍ସପେକ୍ଟର, ସୁବାସ ଚନ୍ଦ୍ର ତ୍ରିନାଥ ଗୌଡ଼, ହାବିଲଦାର, ମୁସ୍ତାକ ଅଲ୍ଲୀ ଖାଁ, କନଷ୍ଟେବଳ ଓ ପ୍ରଶାନ୍ତ କୁମାର ବିଶ୍ୱାଳ, ହାବିଲଦାର ଏହି ପଦକ ପାଇଛନ୍ତି । ଅଗ୍ନିଶମ ବିଭାଗରୁ ନୁଏଲ କେର୍କେଟା, ଡ୍ରାଇଭର ହାବିଳଦାର, ଅମିତାଭ ରାଜ, ସହକାରୀ ଷ୍ଟେସନ୍ ଅଧିକାରୀ, ଗୃହରକ୍ଷୀ ବାହିନୀରୁ ଅଭିରାମ ସେଠୀ ଏବଂ ଜେଲ୍‌ ବିଭାଗରୁ ପ୍ରମୋଦ ସ୍ବାଇଁ, ମୁଖ୍ୟ ଓ୍ବାର୍ଡର ଓ ବିଶ୍ବନାଥ ପଣ୍ଡା ଓ୍ବାର୍ଡର ଏହି ପଦକ ପାଇଛନ୍ତି। 

TKM

 

 


(रिलीज़ आईडी: 2299609) आगंतुक पटल : 8
इस विज्ञप्ति को इन भाषाओं में पढ़ें: Telugu , English , Kannada , Malayalam , Assamese , Urdu , हिन्दी , Marathi , Bengali , Bengali-TR , Punjabi , Gujarati , Tamil