ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍କାଏରୁଟ୍ ଏରୋସ୍ପେସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ଘରୋଇ ଭାବେ ବିକଶିତ ପ୍ରଥମ ମହାକାଶ ଯାନ ବିକ୍ରମ-୧ର ଉତକ୍ଷେପଣ ଦେଖିବା ପାଇଁ ନାଗରିକମାନଙ୍କୁ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 18 JUL 2026 9:54AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘରୋଇ ଭାବରେ ବିକଶିତ ଭାରତର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ-୧ର ପୃଥିବୀ କକ୍ଷପଥକୁ ପ୍ରଥମ ଉତକ୍ଷେପଣ ପୂର୍ବରୁ ଏହାର ନିର୍ମାତା ସ୍କାଏରୁଟ୍ ଏରୋସ୍ପେସକୁ ଶୁଭକାମନା ଜଣାଇଛନ୍ତି । ସେ ଏହାକୁ ଦେଶର ମହାକାଶ ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ବିକ୍ରମ-୧ର ଉତକ୍ଷେପଣ ଭାରତର ମହାକାଶ ମହତ୍ତ୍ୱାକାଂକ୍ଷା ପାଇଁ ଏକ ନୂତନ ମାର୍ଗ ଖୋଲିବ । ଏହା ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ୟୋଗ ବିକାଶ କ୍ଷେତ୍ରରେ ଦେଶର ବର୍ଦ୍ଧିତ କ୍ଷମତାକୁ ପ୍ରତିଫଳିତ କରୁଛି ।

ପ୍ରଧାନମନ୍ତ୍ରୀ ସବୁ ନାଗରିକ, ବିଶେଷକରି ଯୁବପିଢ଼ିଙ୍କୁ ଏହି ଐତିହାସିକ ମିଶନର ସାକ୍ଷୀ ହେବାକୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଭାରତର ମହାକାଶ ଯାତ୍ରା ପାଇଁ ଏକ ଐତିହାସିକ ନୂତନ ମାର୍ଗ !

ଆଜି ସକାଳ ୧୧:୩୦ରେ, ସ୍କାଏରୁଟ୍ ଏରୋସ୍ପେସ୍ ଭାରତର ପ୍ରଥମ ଘରୋଇ ଭାବରେ ବିକଶିତ ପ୍ରକ୍ଷେପଣ ଯାନ ବିକ୍ରମ-୧କୁ ପ୍ରଥମ ଥର ପାଇଁ ପୃଥିବୀ କକ୍ଷପଥକୁ ଉତକ୍ଷେପଣ କରିବ ।

ଏହି ଚାରି-ସ୍ତରୀୟ ରକେଟକୁ ଦ୍ରୁତ ଏବଂ ଚାହିଦା ଅନୁଯାୟୀ ପ୍ରକ୍ଷେପଣ ସେବା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ମିଶନ୍ ଆମ ଯୁବପିଢ଼ିଙ୍କ ପ୍ରତିଭା, ଦୃଢ଼ସଂକଳ୍ପ ଏବଂ ଉଦ୍ୟୋଗୀ ମନୋଭାବକୁ ପରିପ୍ରକାଶ କରିଥାଏ। ମହାକାଶ-କ୍ଷେତ୍ରରେ ଆମର ସଂସ୍କାର କିପରି ନବସୃଜନ ଏବଂ ଉଦ୍ୟୋଗ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି ତାହା ମଧ୍ୟ ଏଥିରେ ପ୍ରଦର୍ଶିତ ହୋଇଛି ।

ସମଗ୍ର ସ୍କାଏରୁଟ୍ ଏରୋସ୍ପେସ୍ ଦଳକୁ ମୋର ଶୁଭକାମନା। ବିକ୍ରମ-୧ ଉଚ୍ଚ ଉଡ଼ାଣ କରୁ, ଇତିହାସ ସୃଷ୍ଟି କରୁ ଏବଂ ନୂତନ ପିଢ଼ିର ଉଦ୍ଭାବକମାନଙ୍କୁ ପ୍ରେରଣା ଦେଉ।

ମୁଁ ସମସ୍ତ ଭାରତୀୟଙ୍କୁ, ବିଶେଷକରି ମୋର ଯୁବ ବନ୍ଧୁମାନଙ୍କୁ, ଏହି ଐତିହାସିକ ମିଶନକୁ ଅନୁସରଣ କରିବା ଏବଂ #IndiaWithVikram1 ହାଶଟ୍ୟାଗ୍‌ ବ୍ୟବହାର କରି ଟିମ୍ ସ୍କାଏରୁଟ୍ ସଫଳତା କାମନା କରିବାରେ ଯୋଗ ଦେବାକୁ ଅନୁରୋଧ କରୁଛି।

@SkyrootA

*******

PS/Swadhin

 

 

 


(रिलीज़ आईडी: 2286026) आगंतुक पटल : 13
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Gujarati , Tamil , Malayalam