ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦୃଢ଼ ସଙ୍କଳ୍ପ ଓ ସକାରାତ୍ମକ ଚିନ୍ତାଧାରାର ଶକ୍ତିକୁ ଉଲ୍ଲେଖ କରି ସଂସ୍କୃତ ସୁଭାଷିତ ସେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 09 JUL 2026 7:39AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଦୃଢ଼ ବିଶ୍ୱାସ, ନିରନ୍ତର ପ୍ରୟାସ ଏବଂ ସକାରାତ୍ମକ ଚିନ୍ତାଧାରା ହେଉଛି ସଫଳତାର ପ୍ରକୃତ ଚାବିକାଠି। ସେ କହିଛନ୍ତି ଯେ, ଏହି ଗୁଣଗୁଡ଼ିକୁ ପାଥେୟ କରି ଦେଶର ଯୁବପିଢ଼ି ବିକଶିତ ଭାରତର ସ୍ୱପ୍ନ ସାକାର କରିବା ପାଇଁ ସମ୍ପୂର୍ଣ୍ଣ ସମର୍ପଣର ସହ କାର୍ଯ୍ୟ କରୁଛନ୍ତି।

 

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଷିତ ସେୟାର କରିଛନ୍ତି-

 

ଅନିର୍ବେଦଃ ଶ୍ରିଯୋ ମୂଲମ୍ ଅନିର୍ବେଦଃ ପରଂ ସୁଖମ୍।

ଅନିର୍ବେଦୋ ହି ସତତଂ ସର୍ବାର୍ଥେଷୁ ପ୍ରବର୍ତ୍ତକଃ॥ ”

 

ଏହି ସୁଭାଷିତର ଅର୍ଥ ହେଉଛି- ଉତ୍ସାହ, ଦୃଢ଼ ବିଶ୍ୱାସ ଏବଂ ନିରନ୍ତର ପ୍ରୟାସ ହେଉଛି ପ୍ରଗତିର ମୂଳ ଆଧାର। ଯିଏ ନିରାଶ ନହୋଇ ନିଜ ଲକ୍ଷ୍ୟ ଆଡ଼କୁ ଅବିରତ ପ୍ରୟାସ ଜାରି ରଖେ, ସେ ଶେଷରେ ନିଶ୍ଚିତ ଭାବେ ସଫଳତା ହାସଲ କରେ। ତେଣୁ ଦୃଢ଼ ବିଶ୍ୱାସ ଓ ନିଷ୍ଠାର ସହ କାର୍ଯ୍ୟ କରିଚାଲିବା ଉଚିତ, କାରଣ ଏହି ଗୁଣଗୁଡ଼ିକ ମଣିଷକୁ ପ୍ରଗତି, ସଫଳତା ଏବଂ ଜୀବନରେ ଉତ୍କର୍ଷ ଆଡ଼କୁ ନେଇଯାଏ।

 

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରିଛି:

 

ଦୃଢ଼ ବିଶ୍ୱାସ, ନିରନ୍ତର ପ୍ରୟାସ ଏବଂ ସକାରାତ୍ମକ ଚିନ୍ତାଧାରା ହେଉଛି ସଫଳତାର ପ୍ରକୃତ ଚାବିକାଠି। ଆମର ଯୁବ ସହକର୍ମୀମାନେ ଏହି ଗୁଣଗୁଡ଼ିକୁ ନେଇ ସମ୍ପୂର୍ଣ୍ଣ ସମର୍ପଣର ସହ ବିକଶିତ ଭାରତନିର୍ମାଣରେ ନିୟୋଜିତ ଅଛନ୍ତି।

 

 

ନରେନ୍ଦ୍ର ମୋଦୀ (@narendramodi) ଜୁଲାଇ 9, 2026

 

 

*****

MT


(रिलीज़ आईडी: 2285336) आगंतुक पटल : 11
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Bengali-TR , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam