ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୫୬ତମ ଅନ୍ତର୍ଜାତୀୟ ପଦାର୍ଥ ବିଜ୍ଞାନ ଅଲିମ୍ପିଆଡ୍ (ଆଇ.ପି.ଏଚ୍.ଓ.) ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 13 JUL 2026 1:13PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଲମ୍ବିଆର ବୁକାରାମଙ୍ଗାଠାରେ ଆୟୋଜିତ ୫୬ତମ ଅନ୍ତର୍ଜାତୀୟ ପଦାର୍ଥ ବିଜ୍ଞାନ ଅଲିମ୍ପିଆଡ୍ (ଆଇ. ପି. ଏଚ୍. ଓ.) ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିଥିବା କନିଷ୍କ ଜୈନ, ରିଦ୍ଧେଶ ଅନନ୍ତ ବେଣ୍ଡଲେ, ଋଷିତ ଗର୍ଗ, ଶ୍ରେଷ୍ଠ ସୁରୟା ଏବଂ ସ୍ୱରିତ ଯୋଶୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କ କୃତିତ୍ୱ ଦେଶର ଯୁବ ଶକ୍ତିର ଅସୀମ ସାମର୍ଥ୍ୟ ଏବଂ ବିଜ୍ଞାନ ଓ ଗବେଷଣା ପ୍ରତି ସେମାନଙ୍କ ଉତ୍ସାହର ଆଉ ଏକ ଉଦାହରଣକୁ ପ୍ରତିଫଳିତ କରୁଛି।

ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଭାରତୀୟ ଛାତ୍ରଛାତ୍ରୀମାନେ ଏହି ମଞ୍ଚର ବିଭିନ୍ନ ସଂସ୍କରଣରେ ଅସାଧାରଣ ପ୍ରଦର୍ଶନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

"ଆମ ଯୁବକମାନଙ୍କ ଦ୍ୱାରା ଏକ ଚମତ୍କାର ପ୍ରଦର୍ଶନ!

କଲମ୍ବିଆର ବୁକାରାମଙ୍ଗାରେ ଆୟୋଜିତ ୫୬ତମ ଅନ୍ତର୍ଜାତୀୟ ପଦାର୍ଥ ବିଜ୍ଞାନ ଅଲିମ୍ପିଆଡ୍ (ଆଇ. ପି. ଏଚ୍. ଓ.) ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିଥିବା କନିଷ୍କ ଜୈନ, ରିଦ୍ଧେଶ ଅନନ୍ତ ବେଣ୍ଡଲେ, ଋଷିତ ଗର୍ଗ, ଶ୍ରେଷ୍ଠ ସୁରୟା ଏବଂ ସ୍ୱରିତ ଯୋଶୀଙ୍କୁ ନେଇ ଗଠିତ ଭାରତୀୟ ଦଳକୁ ଅଭିନନ୍ଦନ।

ସେମାନଙ୍କର ଏହି ସଫଳତା ଆମ ଯୁବ ଶକ୍ତିର ଅସୀମ ସାମର୍ଥ୍ୟ ଏବଂ ବିଜ୍ଞାନ ଏବଂ ଗବେଷଣା ପ୍ରତି ସେମାନଙ୍କର ଉତ୍ସାହର ଆଉ ଏକ ଉଦାହରଣକୁ ପ୍ରତିଫଳିତ କରୁଛି। ସମାନ ଭାବେ ପ୍ରଶଂସନୀୟ ବିଷୟ ହେଉଛି ଯେ ଗତ ଦଶନ୍ଧିରେ, ଆମର ଛାତ୍ରଛାତ୍ରୀମାନେ ଏହି ମଞ୍ଚର ବିଭିନ୍ନ ସଂସ୍କରଣରେ ଅସାଧାରଣ ପ୍ରଦର୍ଶନ କରିଛନ୍ତି ।’’

HS

 

 


(रिलीज़ आईडी: 2284328) आगंतुक पटल : 8
इस विज्ञप्ति को इन भाषाओं में पढ़ें: Malayalam , Assamese , Marathi , Gujarati , Tamil , Telugu , Kannada , Bengali , Bengali-TR , English , Urdu , हिन्दी , Punjabi